For Quick Alerts
Turn On Notification  
For Daily Alerts
Oneindia App Download

Ajira Rasifala (ଆଜିର ରାଶିଫଳ): 23 ଏପ୍ରିଲ୍ 2024, ଏହି ରାଶିର ବଦଳିବ ଭାଗ୍ୟ

|

Ajira Rasifala 23 April 2024: (Today's Horoscope in Odia): ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ 'ୱାନଇଣ୍ଡିଆ ଓଡ଼ିଆ' ସହ ଯୋଡ଼ି ହୋଇ ରୁହନ୍ତୁ । ଏହା ସହ ଦେଖନ୍ତୁ ସାପ୍ତାହିକ ରାଶିଫଳ ।

ମେଷ: ସମସ୍ୟା ଗୁଡ଼ିକର ସମାଧାନ ହେବ

ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ସମସ୍ୟା ଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଠିକ୍‌ ରହିବ ତଥାପି ଔଷଧ ସେବନର ଆବଶ୍ୟକତା ଅପରିବର୍ତ୍ତିତ ରହିବ।

rashifala

ବୃଷ: କର୍ମକ୍ଷେତ୍ରରେ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ

ବନ୍ଧୁଙ୍କ ସମ୍ପର୍କହାନି, ଆତ୍ମୀୟଙ୍କ ବେପରୁଆ ଚାଲିଚଳଣି ସାଙ୍ଗକୁ କାମ ଧିମେଇ ଯାଉଥିବାରୁ ଚିନ୍ତିତ ରହିବେ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। କର୍ମକ୍ଷେତ୍ରରେ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ସାମାଜିକ ସ୍ତରରେ ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି ସାମୟିକ ଖୁସି ରହିପାରନ୍ତି।

ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ

ଗ୍ରହମାନଙ୍କ ପ୍ରତିକୂଳ ପ୍ରଭାବରୁ ଯାହା କରନ୍ତୁନା କାହିଁକି ସନ୍ତୁଷ୍ଟ ହୋଇପାରିବେ ନାହିଁ। ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ ଏବଂ ପାରିବାରିକ ସ୍ଥିତି ମଧ୍ୟ ଠିକ୍‌ ରହିବାରେ କୌଣସି ବ୍ୟତିକ୍ରମ ହେବନାହିଁ। ଉପରିସ୍ଥଙ୍କ ସମ୍ମୁଖରେ ନିଜ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି।

କର୍କଟ: ଗ୍ରହଙ୍କ ଶୁଭତ୍ୱ କାରଣରୁ ଦିନଟି ଭଲରେ ଅତିବାହିତ ହେବ

ଗ୍ରହଙ୍କ ଶୁଭତ୍ୱ କାରଣରୁ ଦିନଟି ଭଲରେ ଅତିବାହିତ ହେବ। ଯାହା ଓ ଯେମିତି ଚାହୁଁଛନ୍ତି ତାହାତ ପାଇବେ ମାତ୍ର ମନଗଢ଼ା କଥା, ଅନ୍ୟମନସ୍କତା ପରିହାର ନ କଲେ ଅସୁବିଧାରେ ପଡ଼ିବେ। ନିର୍ମାଣାଧୀନ ଗୃହ, ରାସ୍ତାକାମ କିଛିଦିନ ସକାଶେ ଅଟକି ରହିଯାଇପାରେ। ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇପାରନ୍ତି।

ସି˚ହ: ବନ୍ଧୁଙ୍କ ଉପରେ ଅଭିମାନ କରିପାରନ୍ତି

ସର୍ବଦା ମନରେ ଅସ୍ଥିରତା ଲାଗି ରହୁଥିବାରୁ ମନ ଭଲ ରହିବ ନାହିଁ। କୌଣସି ଗୋଟିଏ ସ୍ଥାନରେ ବସିଥିଲେ ମଧ୍ୟ ଇଆଡୁ ସିଆଡୁ ବାରକଥା ଭାବି ଭାବି ଅନ୍ୟମନସ୍କ ରହିବେ। ଉଚ୍ଚସ୍ଥ ମଙ୍ଗଳଜନିତ ଗୃହ, ଜମିଜମା ବିଷୟରେ ଯୋଗାଯୋଗ କଲେ ଉପକୃତ ହେବେ। ସାଧାରଣ କଥାରେ ବନ୍ଧୁଙ୍କ ଉପରେ ଅଭିମାନ କରି ମନସ୍ତାପ କରିପାରନ୍ତି।

କନ୍ୟା: ଯୋଗାଯୋଗ କ୍ଷେତ୍ରରୁ ଉପକୃତ ହେବେ

ରାହୁ ଯୁକ୍ତ ବୁଧଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ହେତୁ କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ୍ଚ ଓ ବିତର୍କ ଘଟିପାରେ। ଯାତ୍ରା, ବାଣିଜ୍ୟ, ନିର୍ମାଣ ଓ ଯୋଗାଯୋଗ କ୍ଷେତ୍ରରୁ ଉପକୃତ ହେବେ। ବାତବ୍ୟାଧି ଜନିତ କ୍ରନିକ ରୋଗରେ ପୀଡ଼ାନୁଭବ କରିପାରନ୍ତି। ବିଶୃଙ୍ଖଳିତ ସନ୍ତାନ କିମ୍ବା ନିକଟ ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଅସହନୀୟ ହୋଇପାରେ।

ତୁଳା: ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ

କାମଗୁଡ଼ିକ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ ସମ୍ପନ୍ନ ହେବ ନିଜ ପାଇଁ ସେହିଭଳି ହୋଇ ନ ପାରେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଏଥିପାଇଁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ବନ୍ଧୁଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରି ପଶ୍ଚାତ୍ତାପ କରିପାରନ୍ତି।

ବିଛା: କାର୍ଯ୍ୟ ସାଧନ କରିବାର ସୁଯୋଗ ପାଇବେ

ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ରାସ୍ତାରେ ପାଦଥାପି ଅସୁବିଧାରେ ପଡ଼ିପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ଆତ୍ମତୃପ୍ତି ଲାଭ କରିବେ। ଗୁରୁବର୍ଗଙ୍କ ପ୍ରେରଣାରେ ସତ୍‌ସଙ୍ଗ କିମ୍ବା ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ବନ୍ଧୁଙ୍କଠାରୁ ସହଯୋଗ ଲାଭକରି ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବାର ସୁଯୋଗ ପାଇବେ।

ଧନୁ: ବିବାଦୀୟ ଘଟଣା ମାନସିକ ଅଶାନ୍ତିର କାରଣ ହେବ

କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବାରେ ସଫଳତା ହାସଲ କରିପାରିବେ। କଚେରି ମାମଲାର ଟେନସନ କିମ୍ବା ବିବାଦୀୟ ଘଟଣା ମାନସିକ ଅଶାନ୍ତିର କାରଣ ହେବ। ପ୍ରକାଶନ, ଏଜେନ୍ସିପ୍‌, ଗଣମାଧ୍ୟମ, ବେତାର, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇ ପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ।

ମକର: ଛୋଟ ଘଟଣାକୁ ବଡ଼ ଚିନ୍ତା କରି ବୃଥାରେ ସମୟର ଅପଚୟ କରିପାରନ୍ତି

ଅନ୍ୟମାନଙ୍କ ଶୁଭଚିନ୍ତକ ହିସାବରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ନିନ୍ଦା ଶୁଣିବେ। କର୍ମକ୍ଷେତ୍ରରୁ ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ଛୋଟଜାତିର ବ୍ୟକ୍ତିଙ୍କ ସହ କଳହ, ହଜି ଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିବ। ଛୋଟ ଘଟଣାକୁ ବଡ଼ ଚିନ୍ତା କରି ବୃଥାରେ ସମୟର ଅପଚୟ କରିପାରନ୍ତି।

କୁମ୍ଭ: ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର

ସମ୍ପର୍କୀୟଙ୍କ ସହଯୋଗରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡି ହେବ ନାହିଁ।

ମୀନ: ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର

ବାହାରେ ଯେତିକି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପାଇବେ ଘରେ କିମ୍ବା ନିଜ ଲୋକମାନଙ୍କଠାରେ ତାହା ଦୁର୍ଲ୍ଲଭ ହୋଇପଡ଼ିବ। ପାରିବାରିକ କ୍ଷେତ୍ରରେ ଆଲୋଚନା କରି କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରନ୍ତି। ପରିବହନ, ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Daily Horoscope 02 September 2023: To know more about your day
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X