ରାକ୍ଷୀ ପୂର୍ଣ୍ଣିମାରୁ ବଦଳିବ ଏହି ତିନି ରାଶିର ଭାଗ୍ୟ, ହୋଇଯିବେ ମାଲାମାଲ
Zodiac Signs Of September: ସନାତନ ଧର୍ମ ଅନୁସାରେ ଶ୍ରାବଣ ପୂର୍ଣ୍ଣିମା ଦିନ ରାକ୍ଷା ବନ୍ଧନ ପାଳନ କରାଯାଏ । ଚଳିତ ବର୍ଷ ଦୁର୍ଲଭ ସଂଯୋଗ ପଡୁଛି । ଦୀର୍ଘ ୨୪ ବର୍ଷ ପରେ, ରାକ୍ଷୀ ପୂର୍ଣ୍ଣିମା ଦିନ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବା ପାଇଁ ଯାଉଛି । ଏହି ଦିନ ଶନି ଏବଂ ବୃହସ୍ପତି ସତାଭିସା ନକ୍ଷେତ୍ରରେ ରହିବେ । ଯାହାର ପ୍ରଭାବ କିଛି ରାଶି ଉପରେ ସିଧାସଳଖ ପଡିବ ବୋଲି ଜ୍ୟୋତିଷ ମାନେ ଆକଳନ କରୁଛନ୍ତି ।ତେବେ କିଛି ରାଶିର ଭାଗ୍ୟ ବଦଳିବା ବେଳେ କିଛି ରାଶିରେ ଏହାର କୁପ୍ରଭା ପଡିପାରେ । ତେବେ ଚାଲନ୍ତୁ ଜାଣିବା ଶନି ଓ ବୃହସ୍ପତିଙ୍କ ଏହି ମହା ମିଳନ ଯୋଗୁଁ କେଉଁ କେଉଁ ତିନି ରାଶିର ଭାଗ୍ୟ ବଦଳିବ ।
ମିଥୁନ: ରାକ୍ଷୀ ପୂର୍ଣ୍ଣିମାଠୁ ଶନି ଏବଂ ବୃହସ୍ପତି ଗୋଟିଏ ନକ୍ଷେତ୍ରରେ ବିରାଜମାନ ହେବେ ଯାହା ଫଳରେ ମିଥୁନ ରାଶିର ବ୍ୟକ୍ତି ଶୁଭ ଫଳ ପାଇବେ । ଏମାନଙ୍କ ଭାଗ୍ୟ ବଦଳିବ । ଧନ ଲାଭର ଯୋଗ ରହିଛି । ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । କର୍ମକ୍ଷେତ୍ରରେ ବଡ଼ ସଫଳତା ପାଇ ପାରନ୍ତି । ସେହିପରି ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ପ୍ରେମୀ ଯୁଗଳଙ୍କ ପାଇଁ
ଏହି ସମୟ ଅତି ଶୁଭଦାୟକ ରହିବ । ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ମାନ । ପାଠପଢାରେ ଆଗ୍ରହ ଦେଖାଇବେ

ସିଂହ: ଆସନ୍ତା ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମାଠୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଅନେକ ଭଲ ପରିବର୍ତ୍ତନ ହେବ । ଏମାନଙ୍କୁ ବ୍ୟବସାୟରେ ଲାଭ ମିଳିବ । କ୍ୟାରିୟରେ କିଛି ବଡ଼ ପରିବର୍ତ୍ତନ ହେବା ସହ ସଫଳତା ମିଳିବ । ନୂତନ ନିଯୁକ୍ତି ପାଇପାରନ୍ତି । ଆପଣ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟାର ଅନ୍ତ ଘଟିବ । ନୂଆ ଚାକିରିର ନିଯୁକ୍ତି ପାଇ ପାରନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ଭଲ ସମ୍ପର୍କ ରହିବ ।
ଭଲ ସ୍ଥାନକୁ ଦୂରଯାତ୍ରା କରିପାରନ୍ତି । ମନ ଭଲ ରହିବ ।
ଧନୁ:ରାକ୍ଷୀ ପୂର୍ଣ୍ଣିମାଠୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନର ସମସ୍ତ ଚିନ୍ତା ଦୂର ହେବ । ସୁଖ ଦିନ ଆରମ୍ଭ ହେବ । ବ୍ୟବସାୟୀ ମାନେ ଲାଭର ରହିବେ । ନୂଆ ବିଜନେସ୍ ଆରମ୍ଭ କରିବାର ଯୋଜନା କରିପାରନ୍ତି । ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ । ଅଟକି ରହିଥିଲା କାର୍ଯ୍ୟ ସମ୍ପନ୍ନ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ସାଙ୍ଗସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ପ୍ରେମରେ ସଫଳତା ମିଳିବ । ମା'ସମର୍ଥନ ମିଳିବ । ଚାକିରି ପରିବର୍ତ୍ତନ କରିପାରନ୍ତି ।












Click it and Unblock the Notifications