ଧନୁ ରାଶିକୁ ଚଳନ କରିବେ ଶୁକ୍ର, ଜାଣନ୍ତୁ କେଉଁ ରାଶିର ବଦଳିବ ଭାଗ୍ୟ
Shukra Gochar 2024: ଶୁକ୍ର ହେଉଛନ୍ତି ପ୍ରେମ, ବିବାହ, ବାସ୍ତୁ ସୁଖ ଏବଂ ବିଳାସପୂର୍ଣ୍ଣ ଜୀବନ କାରକ ଗ୍ରହ ବୋଲି ବିବେଚନା କରାଯାଏ । ୧୮ ଜାନୁଆରୀ ୨୦୨୪ରେ ରାତି 8:56 ରେ ନିଜ ନକ୍ଷେତ୍ର ପରିବର୍ତ୍ତନ କରିବ ଶୁକ୍ର ଗ୍ରହ । ଶୁକ୍ର ବୃହସ୍ପତିର ରାଶି ଧନୁ ରାଶିରେ ପ୍ରବେଶ କରିବ । ମଙ୍ଗଳ ଏବଂ ବୁଧ ମଧ୍ୟ ଧନୁ ରାଶିରେ ଅବସ୍ଥିତ, ତେଣୁ ଏହା ଧନୁ ରାଶିରେ ତ୍ରିଗ୍ରାହି ଯୋଗ ସୃଷ୍ଟି କରିବ ।
ଏହି ଯୋଗ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇବାକୁ ଯାଉଛି । ଯେତେବେଳେ ଶୁକ୍ର ମଙ୍ଗଳ ସହିତ ବସିଥାଏ, ଏହା ବ୍ୟକ୍ତିକୁ ଅତ୍ୟଧିକ ଲୋଭନୀୟ କରିଥାଏ ଏବଂ ବିପରୀତ ଲିଙ୍ଗ ପ୍ରତି ଅଦ୍ଭୁତ ଆକର୍ଷଣ ସୃଷ୍ଟି କରିଥାଏ ।
ମେଷ: ଭାଗ୍ୟବାନ ହେବ । ବୈବାହିକ ଜୀବନ ସୁଖ ପ୍ରଦାନ କରିବ, ପ୍ରେମ ଏବଂ ପାରସ୍ପରିକ ବୁଝାମଣା ବୃଦ୍ଧି ପାଇବ ।
ବୃଷ: ପ୍ରେମ ଜୀବନରେ ବିବାଦ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ମତଭେଦ ସୃଷ୍ଟି ହେବ । ଆର୍ଥିକ ସ୍ଥିତି କିଛି ଖାସ ଭଲ ରହିବ ନାହିଁ ।
ମିଥୁନ: ବୈବାହିକ ଜୀବନ ମଧୁର ହେବ । ପ୍ରେମ ବିବାହର ସମ୍ଭାବନା ରହିଛି । ସୁଖ ସମୃଦ୍ଧି ବଢିବ ।
କର୍କଟ: ଧଳା ଜିନିଷର ବ୍ୟବସାୟ କରୁଥିବା ଲୋକଙ୍କୁ ଧନ ପ୍ରାପ୍ତ ହେବ । ନୂଚନ ପ୍ରେମ ସମ୍ପର୍କ ଗଢି ଉଠିବ । ବୈବାହିକ ସମ୍ପର୍କରେ ଭଲ ବିଝାମଣା ରହିବ ।

ସିଂହ: ପ୍ରେମରେ ସଫଳତା ମିଳିବ । ଟଙ୍କା ଆସିବ, ଆକର୍ଷଣ ବୃଦ୍ଧି ପାଇବ । ଲୋକମାନେ ଆପଣଙ୍କ କଥା ମାନିବେ ।
କନ୍ୟା: ବିଳାସପୂର୍ଣ୍ଣ ଜୀବନଯାପନ କରିବେ । ନୂତନ ପୋଷାକ ଏବଂ ଅଳଙ୍କାର କିଣିବେ । ଦୁଃଖ କମ୍ ହେବ । ବୈବାହିକ ବିବାଦ ଦୂର ହେବ ।
ତୁଳା: ପାରିବାରିକ ଜୀବନ ସୁଖଦ ରହିବ । ଧନ ପ୍ରାପ୍ତ ହେବ । ଖର୍ଚ୍ଚାନ୍ତ ହେବ । ବିଦେଶ ଗସ୍ତ କରିପାରନ୍ତି । ମନ ଅସ୍ଥିର ରହବ ।
ବିଛା: ପ୍ରେମ ସମ୍ପର୍କ ମଜବୁତ ହେବ କିନ୍ତୁ ଦ୍ୱନ୍ଦ୍ୱ ମଧ୍ୟ ରହିବ । ଟଙ୍କା ଆସିବ ଏବଂ ପରିବାରର ଆବଶ୍ୟକତା ପାଇଁ ଖର୍ଚ୍ଚ ହେବ । ଚିନ୍ତା ନ କରି ନୂଆ ପଦକ୍ଷେପ ନେଲେ ସୁଫଳ ମିଳିବ ।
ଧନୁ ରାଶି: ସମସ୍ତ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଆପଣଙ୍କୁ ନୂଆ ଚାକିରି ଅଫର୍ ଆସିପାରେ । ନୂତନ ସୁଯୋଗ ପାଇବେ ।
ମକର ରାଶି: ଟଙ୍କା ଆସିବ, ଖର୍ଚ୍ଚ କମିବ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆପଣ ନେଇ ପାରନ୍ତି । ପ୍ରେମରେ ବିବାଦ ସୃଷ୍ଟି ହୋଇପାରେ ।
କୁମ୍ଭ: ନୂତନ ସୁଯୋଗ ସୃଷ୍ଟି ହେବା ପାଇଁ ଯାଉଛି । ପ୍ରେମ ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ରହିବ ।
ମିନ: ସୁସ୍ଥ ରହିବେ । ପ୍ରେମରେ ସଫଳତା ମିଳିବ । ଚାକିରିରେ ଭଲ ସୁଯୋଗ ସୃଷ୍ଟି ହେବ ।












Click it and Unblock the Notifications