Get Updates
Get notified of breaking news, exclusive insights, and must-see stories!

ମଙ୍ଗଳବାର ରାଶିଫଳ, ଏହି ରାଶିର ବ୍ୟକ୍ତି ହେବେ ଖର୍ଚ୍ଚାନ୍ତ

ମେଷ : ପରିବାର ମଧ୍ୟରେ ସୁଖ, ଶାନ୍ତି ବଜାୟ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ବ୍ୟବସାୟୀଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ । ଚାକିରୀ କରୁଥିବା ଲୋକଙ୍କ ପାଇଁ ଆଜି ଏକ ଉତ୍ତମ ଦିନ । ଅଚାନକ ଧନଲାଭ ହେବ । ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।

ବୃଷ: ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁଙ୍କ ସାହାଯ୍ୟ ପାଇବେ । ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ । ଆଜି ଅସହାୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ । କମ୍ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର କରିପାରିବେ । ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।

Tuesday horoscope

ମିଥୁନ: ବ୍ୟବସାୟ ପାଇଁ ଆଜିର ଦିନଟି ଅନୁକୂଳ ରହିବ । ଆର୍ଥିକ ସମସ୍ୟାର ସମାଧାନ ହେବ । କୌଣସି କ୍ଷେତ୍ରକୁ ଶୁଭଫଳ ମିଳିବାର ସମ୍ଭାବନା ରହିଛି । ଅନାବଶ୍ୟକ ଚିନ୍ତା କରି ନିଜ ସମୟ ନଷ୍ଟ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି କାହାକୁ ପରାମର୍ଶ ଦେବା ଠାରୁ ଦୂରେଇ ରୁହନ୍ତୁ ।

କର୍କଟ: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ପରିବାର ସହ ସମୟ ବିତାଇବେ । ଦୂର ଯାତ୍ରା କରିପାରନ୍ତି । ପେଟ ସହିତ ଜଡିତ କିଛି ସମସ୍ୟା ଦେଖାଦେଇ ପାରେ ।

ସିଂହ: ବ୍ୟବସାୟୀ କିଛି ନୂଆ ବେପାର ଆରମ୍ଭ କରି ପାରନ୍ତି । ଅଫିସରେ ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁସମ୍ପର୍କ ରହିବ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ଛାତ୍ରଛାତ୍ରୀ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ଆଜି ଘରର ପରିବେଶ ଭଲ ରହିବ । କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି । ପ୍ରେମରେ ସଫଳତା ପାଇବେ ।

କନ୍ୟା: ପରିବାର ସହ ସମସ୍ୟା ବିଷୟରେ ଆଲୋଚନା କରନ୍ତୁ । ବ୍ୟବସାୟରେ ଲାଭ ପାଇବାର ସୁଯୋଗ ରହିଛି । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଏବଂ ଲାଭପ୍ରଦ ହେବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଆର୍ଥିକ ସ୍ଥିତି ଭଲ ହେବ ।

ତୁଳା: ଖର୍ଚ୍ଚାନ୍ତ ହୋଇପାରନ୍ତି । ପ୍ରେମିକ ପ୍ରେମିକାଙ୍କ ପାଇଁ ଆଜି ଭଲ ଦିନଟିଏ । ପୂର୍ବ ସମସ୍ୟାର ସରଳ ସମାଧାନ ବାହାର କରିବେ । ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ । ନୂତନ ସମ୍ପତ୍ତି କିଣିବା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି ।

ବିଛା : ସ୍ୱାସ୍ଥ୍ୟ ଭଲ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଅର୍ଥ ହାନି ହେବାର ସମ୍ଭାବନା ରହିଛି । ପରିବାର ମଧ୍ୟରେ ଲାଗି ରହିଥିବା ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବେ । ବ୍ୟବସାୟୀ ବକୟା ଟଙ୍କା ଫେରି ପାଇବେ । ଦାମ୍ପତ୍ୟ ଜୀବନ ସୁଖଦ ରହିବ ।

ଧନୁ: ନିଜ କଥାରେ ଅନ୍ୟମାନଙ୍କୁ ପ୍ରଭାବିତ କରି ପାରନ୍ତି । ପ୍ରେମିକାଙ୍କ ସମର୍ଥନ ପାଇପାରନ୍ତି । ମାନସିକ ଶାନ୍ତି ଲାଭ କରିବେ । ବକେୟା ଅର୍ଥ ଫେରି ପାଇବେ । ବୃତ୍ତିଗତ କାର୍ଯ୍ୟ ପାଇଁ ଦୂରଯାତ୍ରା କରି ପାରନ୍ତି । ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ । କିଛି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

ମକର: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଦେଖାଦେଇପାରେ । ବାଦ-ବିବାଦରୁ ନିଜ ଦୂରେଇ ରଖନ୍ତୁ । ଧନ ହାନି ହେବାର ଆଶଙ୍କା ଅଛି । ବନ୍ଧୁଙ୍କ ସାହଯ୍ୟ ପାଇବେ । ବ୍ୟବସାୟୀମାନେ ଏକ ଭଲ ସୁଯୋଗ ପାଇପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଉତ୍ତମ । ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି ।

କୁମ୍ଭ: ଆଗାମୀ ଦିନରେ ଦୂରଯାତ୍ରା କରିପାରନ୍ତି । ପରିବାର ସହ ସମୟ ବିତାଇବେ । ଛାତ୍ରଛାତ୍ରୀ ମାନେ ପାଠପଢାରେ ଅଧିକ ସମୟ ବିତାଇବେ । ଅର୍ଥ ଲାଭର ସୁଯୋଗ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ ।

ମୀନ: ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ । ବ୍ୟବସାୟରେ ବାକି ଦେଇଥିବା ଟଙ୍କା ଫେରି ପାଇବେ । ଦାମ୍ପତ୍ୟ ଜୀବନ ସୁଖଦ ରହିବ । ପ୍ରେମରେ ସଫଳତା ମିଳିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିବ । ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ପରିବାରକୁ ସମୟ ଦିଅନ୍ତୁ । ଅବହେଳା କଲେ କ୍ଷତିରେ ପଡିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+