Get Updates
Get notified of breaking news, exclusive insights, and must-see stories!

13 ନଭେମ୍ବର 2024 ବୁଧବାର ରାଶିଫଳ: ଜାଣନ୍ତୁ କ'ଣ କହୁଛି ଆପଣଙ୍କ ରାଶିଚକ୍ର

13 November 2024 Wednesday Horoscope:ଜାଣନ୍ତୁ 13 ନଭେମ୍ବର 2024 ବୁଧବାର ଦିନ ଆପଣଙ୍କର କିପରି କଟିବ ।

ମେଷ ରାଶି: ଆପଣ କୌଣସି ଘରୋଇ ଉପକରଣ କିଣି ପାରନ୍ତି । ପରିବାର ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ଚାକିରି କ୍ଷେତ୍ରରେ ଆଶାଠୁ ଅଧିକ ସଫଳତା ମିଳିବ । ବାଣିଜ୍ୟରେ କିଛି ଖାସ ଲାଭ ମିଳିବ ନାହିଁ ହେଲେ ଆୟ ମଧ୍ୟମ ଧରଣର ରହିବ ।

ବୃଷ ରାଶି: ଋଣକୁ ଚିନ୍ତାରେ ରହିବେ ।ସମାଜସେବା ଓ ଧାର୍ମିକମାନେ କାର୍ଯ୍ୟରେ ଯୋଗ ଦେବାର ଯୋଗ ରହିଛି । ବ୍ୟବସାୟରେ ଭଲ ଆୟ କରିବେ । ବନ୍ଧୁଙ୍କ ସାହାଯ୍ୟ ମିଳିବ । କର୍ମ କ୍ଷେତ୍ରରେ ସଫଳତା ଶୀର୍ଷରେ ରହିବ । ପାରିବାରିକ ମାହୋଲ କିଛି ଠିକ୍ ରହିବ ନାହିଁ, ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ । ଶତ୍ରୁ

ମିଥୁନ ରାଶି: ସନ୍ତାନ ମାନଙ୍କୁ ପିତାମାତାଙ୍କ ଭଲପାଇବା ମିଳିବ । ଛାତ୍ରଛାତ୍ରୀଙ୍କୁ ଆଶାଠୁ ଅଧିକ ସଫଳତା ମିଳିବ । ମନ ଭଲ ରହିବା ସହ ପରିବାର ମଧ୍ୟ ସୁଖଶାନ୍ତି ରହିବ ।କର୍ମ କ୍ଷେତ୍ରରେ ଆଶାଠୁ ଅଧିକ ସଫଳତା ଏବଂ ଉଚ୍ଚ ସମ୍ମାନ, ପଦବୀ ପ୍ରାପ୍ତ ହେବ ।

Wednesday Horoscope

କର୍କଟ ରାଶି: ଆଜି ଆପଣ ମାନସିକ ଚିନ୍ତାରେ ରହି ପାରନ୍ତି । କୌଣସି କାରଣରୁ ଅସ୍ଥିରତା ବଢିବ । ସେହିପରି ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବ । ଠକାମିର ଶିକାର ହୋଇପାରନ୍ତି । ସେହିପରି କର୍ମକ୍ଷେତ୍ରରେ ବିଫଳତା ମିଳିବ । ଶାରୀରକ ପୀଡ଼ା ମଧ୍ୟ ଭୋଗିବା ପାଇଁ ପଡିବ । ବନ୍ଧୁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ ।

ସିଂହ ରାଶି: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ସୃଷ୍ଟି ହୋଇପାରେ । ବ୍ୟବସାୟରେ ଆୟ ଉତ୍ତମ ରହିବା ସହ ମନ ଭଲ ରହିବ । ଛାତ୍ରଛାତ୍ରୀଙ୍କ ପାଠପଢାରେ ମନ ଲାଗିବ ।

କନ୍ୟା ରାଶି: ଧନ ଲାଭର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଧିକ ଖର୍ଚ୍ଚ ନ କରି ସଞ୍ଚୟ କରନ୍ତୁ । ବିଭିନ୍ନ କ୍ଷେତ୍ରରେ ଇନଭେଷ୍ଟ ମଧ୍ୟ କରିପାରିବେ । ଗୁରୁଜନଙ୍କ ସହ ଭଲ ବ୍ୟବହାର କରନ୍ତୁ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଦୂରଯାତ୍ରା କରିପାରନ୍ତି ।

ତୁଳା ରାଶି : ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ହେଲେ ଅଧିକ ଖର୍ଚ୍ଚ ହେବାର ଯୋଗ ରହିଛି । ମନ ଆଶାନ୍ତ ରହିବ । କୌଣସି କଥା ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇପାରେ ।

ବିଛା ରାଶି : କର୍ମକ୍ଷେତ୍ରରେ ମାହୋଲ ଭଲ ରହିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ କ୍ଷତି ସହିବା ପାଇଁ ପଡିପାରେ । ଦାନ କରନ୍ତୁ ମାନସିକ ଶାନ୍ତି ମିଳିବ । ଅଧିକ ପରିଶ୍ରମ କରିବା ପାଇଁ ପଡିବ ।

ଧନୁ ରାଶି: କର୍ମକ୍ଷେତ୍ରରେ କିଛି କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ । ବ୍ୟବସାୟରେ କିଛି ଖାସ ଭଲା ପାଇବେ ନାହିଁ । ଘର ପାଇଁ କିଛି ନୂତନ ଦ୍ରବ୍ୟ କିଣି ପାରନ୍ତି । ଶୁଭ ଖବର ପ୍ରାପ୍ତି ହେବ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟ

ମକର ରାଶି: କାମ କାର୍ଯ୍ୟରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ । ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ । ବ୍ୟବସାୟରେ ଲାଭ ମିଳିବାର ସମୟ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।

କୁମ୍ଭ ରାଶି : ପରିବାରରେ ହସ ଖୁସିରେ ସମୟ କଟିବ । ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ମହିଳା ମାନଙ୍କୁ ସମ୍ମାନ ମିଳିବ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ ।

ମୀନ ରାଶି: କର୍ମକ୍ଷେତ୍ରରେ ସଫଳତା ପାଇବା ସହ ବନ୍ଧୁଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+