ଆପଣ ବି ଜାଣିଲେ ହେବେ ଆଶ୍ଚର୍ଯ୍ୟ, ରାବଣକୁ ଅଭିଶାପ ଦେଇଥିଲେ ସୁର୍ପଣଖା ? ଜାଣନ୍ତୁ କାରଣ

ଦଶହରା ଦିନ ରାବଣକୁ ବଧ କରିଥିଲେ ଭଗବାନ ରାମ । ହେଲେ ଖୁବ୍ କମ୍ ଲୋକ ଜାଣିଥିବେ ବହୁ ଲୋକଙ୍କ ଠାରୁ ମିଳିଥିବା ଅଭିଶାପ ଯୋଗୁ ରାବଣ ଏଭଳି ପରିଣାମ ଭୋଗିଥିଲା । ନିଜ ଜୀବନ କାଳ ମଧ୍ୟରେ କରିଥିବା କାମ ଯୋଗୁଁ ରାବଣ ଅଭିଶାପ ପାଇଥିଲେ। ଯେଉଁଥିପାଇଁ ପୂରା ବଂଶ ଲୋପ ପାଇ ଯାଇଥିଲା ।

raban

ରଘୁବଂଶୀ ଅନରଣ୍ୟଙ୍କ ଅଭିଶାପ-

ରଘୁବଂଶୀ ଅନରଣ୍ୟ ହେଉଛନ୍ତି ଜଣେ ରାଜା । ରାବଣ ବିଶ୍ୱ ବିଜୟ ସମୟରେ ବାହାରିଥିବା ବେଳେ ରାଜା ଅନରଣ୍ୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ରାଜା ମୃତ୍ୟୁ ବରଣ କରିବା ପୂର୍ବରୁ ରାବଣକୁ ଅଭିଶାପ ଦେଇଥିଲେ ।

ନାରୀ ଅଭିଶାପ-

ନିଜ ପୁଷ୍ପକ ବିମାନରେ ବସି ଏକଦା ରାବଣ ଯାତ୍ରା କରୁଥିଲା । ସେହି ସମୟରେ ସେ ତପସ୍ୟାରତ ଜଣେ ସୁନ୍ଦରୀ ନାରୀଙ୍କୁ ଦେଖିବା ସହ ତା'ପ୍ରତି ଆକର୍ଷିତ ହୋଇପଡିଥିଲେ । ଆଉ ସେହି ନାରୀ ଭଗବାନ ବିଷ୍ଣୁଙ୍କ ଆରାଧନାରେ ମଗ୍ନ ଥିଲେ । କୁହାଯାଏ ରାବଣ ନାରୀଙ୍କୁ ସମ୍ମାନ ଦେଉନଥିଲା। ସେ ସମ୍ପୃକ୍ତ ମହିଳାଙ୍କୁ ନିଜ ସହ ନେବା ପାଇଁ କେଶକୁ ଟାଣିଥିଲା, ଯାହା ପରେ ସେ ରାବଣଙ୍କୁ ଅଭିଶାପ ଦେଇ ପ୍ରାଣତ୍ୟାଗ କରିଥିଲେ।

ସୁର୍ପଣଖାଙ୍କ ଅଭିଶାପ-

ରାବଣଙ୍କୁ ନିଜ ପ୍ରାଣପ୍ରିୟା ଭଉଣୀ ଠାରୁ ମଧ୍ୟ ଅଭିଶାପ ମିଳିଥିଲା । ସୁର୍ପଣଖାଙ୍କ ସ୍ୱାମୀଙ୍କ ନାମ ବିଦ୍ୟୁତ ଜିହ୍ୱା ହୋଇଥିବା ବେଳେ ସେ ରାଜା କାଳକେୟଙ୍କ ସେନାପତି ଥିଲେ । କାଳକେୟଙ୍କ ସହ ହୋଇଥିବା ଯୁଦ୍ଧରେ ରାବଣ ବିଦ୍ୟୁତ ଜିହ୍ୱାଙ୍କୁ ମାରି ଦେଇଥିଲେ । ଯେଉଁ ଘଟଣାରେ କ୍ରୋଧାନ୍ୱିତ ହୋଇ ସୁର୍ପଣଖା ଭାଇ ରାବଣକୁ ଅଭିଶାପ ଦେବାକୁ ପଛାଇନଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+