କାର୍ତ୍ତିକ ପୂର୍ଣ୍ଣିମା ଦିନ ଏପରି କରନ୍ତୁ ପୂଜା, ହେବ ଧନର ବର୍ଷା
Kartik Purnima 2024: ସନାତନ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାକୁ ଅତ୍ୟନ୍ତ ପିବତ୍ର ଏବଂ ଶୁଭ ବୋଲି ବିବେଚନା କରାଯାଏ । ଚଳିତ ବର୍ଷ ୧୫ ନଭେମ୍ବର ୨୦୨୪ ରେ ପାଳନ କରାଯିବ । ତେବେ
ଦିନ ସ୍ନାନ ଓ ଦାନର ଖାସ ମହତ୍ତ୍ୱ ରହିଛି । କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ସ୍ୱତନ୍ତ୍ର ବିବେଚନା କରାଯାଏ । ମାନ୍ୟତା ରହିଛି କାର୍ତ୍ତିକ ପୂର୍ଣ୍ଣିମା ଦିନ ଶୁଭ ମୁହୂର୍ତ୍ତରେ ପୂଜାର୍ଚ୍ଚନା କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ଏବଂ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ।
ମାନ୍ୟତା ରହିଛି କାର୍ତ୍ତିକ ପୂର୍ଣ୍ଣିମା ଦିନ ପୂଜା କରିବା ସମୟରେ ଲକ୍ଷ୍ମୀ ଚାଳିଶାର ପାଠ କରିବା ଦ୍ୱାରା ଜୀବନରେ ଶୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ଏବଂ ଆର୍ଥିକ ସ୍ଥିତି ସୁଧୁରିଥାଏ । ଧନର ବର୍ଷା ହୋଇଥାଏ । ଚଳିତ ବର୍ଷ ୧୫ ନଭେମ୍ବର ୨୦୨୪ରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ । ସକାଳ ୬ ଟା ୧୯ ମିନିଟରୁ ଶୁଭ ସମୟ ଆରମ୍ଭ ହେବ ।

ତେବେ ପୂର୍ଣ୍ଣିମା ପୂଜା କରିବା ସମୟରେ ମିଠା ଭୋଗ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। କେତେକ ଲୋକ କାର୍ତ୍ତିକ ମାସରେ ନଦୀ ସ୍ନାନ କରନ୍ତି ପୂର୍ଣ୍ଣିମାରେ ଅନ୍ତିମ ଦିନ ନଦୀରେ ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଘର-ପରିବାରର ସୁଖ ସମୃଦ୍ଧି ପାଇଁ ଯଜ୍ଞ ତଥା ପୂଜାର୍ଚ୍ଚନା କରାଯାଏ ।
ସେହିପରି ଏହି ଦିନ ତୁଳସୀଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଘରକୁ ଆସିବା ପାଇଁଥିବା ବିପଦ ଦୂର ହୋଇଥାଏ ।












Click it and Unblock the Notifications