ପ୍ରକୃତରେ ଛାଡଖାଇର ଅର୍ଥ କ'ଣ ? ଆମିଷ ଭକ୍ଷଣ, ନା ଆଉ କିଛି...
ଆଜି କାର୍ତ୍ତିକ ମାସର ଶେଷ ଦିନ । ଆଉ ଆସନ୍ତାକାଲି ଛାଡ଼ ଖାଇ । ଧର୍ମ ମାସ କାର୍ତ୍ତିକର ଆଜି ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା । ଆଜି ସକାଳୁ ଆମେ ସମସ୍ତେ ଡଙ୍ଗା ଭସାଇଛେ । ତେବେ ଏହି ଧର୍ମ ମାସରେ ଘରେ ଆମିଷ ହୁଏ ନାହିଁ । କେହି କେହି କେବଳ ପଞ୍ଚୁକ୍ ପାଞ୍ଚ ଦିନ ମାନନ୍ତି । ତେବେ ଛାଡଖାଇ ନେଇ ଅନେକ ମତ ରହିଛି ।
ପ୍ରକୃତରେ ଛାଡଖାଇର ଅର୍ଥ କଣ ଆମିଷ ଭକ୍ଷଣ, ନା ଆଉ କିଛି..
ହବିଷିଆଳି ମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି । ପୂର୍ଣ୍ଣମୀ ପରଦିନକୁ ଛାଡଖାଇ ଭାବରେ ପାଳନ କରନ୍ତି । ସେଦିନରେ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରି ଥାଆନ୍ତି । ଯାହାକୁ ଛାଡଖାଇ କୁହାଯାଏ । ଯେହେତୁ ଖାଇବା ଛାଡି ଦେଇଥାଆନ୍ତି, ସେଥିପାଇଁ ଛାଡଖାଇ କୁହାଯାଏ ।
ଛାଡଖାଇକୁ ଅଲଗା ଅର୍ଥରେ ନେଇ, ସେହି ପବିତ୍ର ଦିନରେ ଗୋଟେ ନିରୀହ ଜୀବକୁ କଲବଲ କରି ତା'ର ବିନା ଇଚ୍ଛାରେ ତାକୁ ମାରି ଆହୁରି ପାପ ଅର୍ଜନ କରୁ । ପ୍ରକୃତ ବାସ୍ତବତା କ'ଣ ?
ଉପବାସ କହିଲେ ଦୁଇଟି ଶବ୍ଦ, ଉପ + ବାସ । ଉପ ଅର୍ଥ- ସହଯୋଗ , ବାସ କହିଲେ - ସଦାଚାରକୁ ବୁଝାଏ । ସହଯୋଗ ପୂର୍ବକ ସଦାଚାର ଭାବରେ ଦିନଟିକୁ ପାଳନ କରିବାକୁ ଉପବାସ କୁହାଯାଏ ।

କାହିଁକି ଛାଡ଼ଖାଇ ?
ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି । ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣ କରନ୍ତି ନାହିଁ । ଛାଡ଼ଖାଇ ଶବ୍ଦଟି, 'ଛାଡ଼' ଓ 'ଖାଇ' ଦୁଇଟି ଶବ୍ଦର ସନ୍ଧିରୁ ବିକଶିତ । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଳ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଶେଷରେ ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।
କିଛି ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ, କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ । ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟ ପାଖକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ ।
କିଛି ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ । ଶୀତ ଦିନରେ କୁକୁଡ଼ା ଓ ଛେଳି ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନ ମାଂସ ଖାଇବାର ସବୁଠାରୁ ଭଲ ।












Click it and Unblock the Notifications