Get Updates
Get notified of breaking news, exclusive insights, and must-see stories!

କ'ଣ ରହିଛି ନବରାତ୍ରୀର ପୂଜାବିଧି ? କେବେଠୁ ଆରମ୍ଭ ହେବ ନବରାତ୍ରୀ ?

ପ୍ରତିବର୍ଷ ଶରତ ଋତୁରେ ନବରାତ୍ରୀ ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଇଥାଏ । ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ସାଧାରଣତଃ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀ ପ୍ରଧାନ ।

ଶରତ ନବରାତ୍ର: ଆଶ୍ୱିନ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ । ମା'ଙ୍କର ଅବତାର ହେଲା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ତଥା ସିଦ୍ଧିଦାତ୍ରୀ। ତେବେ ପ୍ରତ୍ୟେକ ଦିନ ଏହି ୯ ଅବତାରକୁ ଲାଗି ହୁଏ ୯ ପ୍ରକାରର ଭୋଗ । ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରେ ଦଶହରାର ଖୁବ୍ ଜାକଜମକରେ ପାଳନ କରାଯାଏ ଦୁର୍ଗାପୂଜା।

ନବରାତ୍ରୀ ପୂଜାବିଧି

ନବରାତ୍ର ପୂଜା ନିମନ୍ତେ ପ୍ରଥମେ ପୂଜାବେଦୀରେ ଘଟ ସ୍ଥାପନ କରି ଦେବୀଙ୍କୁ ଆବାହନ କରାଯାଇଥାଏ । ଏହା ପରେ ଧାନ କିମ୍ବା ଗହମ ଉପରେ ସ୍ଥାପନ କରାଯାଇଥିବା ଘଟରେ ଦେବୀ ଦୁର୍ଗାଙ୍କ ଛବି କିମ୍ବା ସ୍ୱସ୍ତିକ ଚିହ୍ନ ଅଙ୍କନ କରାଯାଏ । ନଅ ଦିନ ପର୍ଯ୍ୟନ୍ତ ପୂଜା ହୋଇ ଶେଷ ଦିନ ଘଟକୁ ବିସର୍ଜନ କରାଯାଏ । ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁ ଉଣା ବୟସର ୯ଜଣ କୁମାରୀଙ୍କୁ ଦୁର୍ଗାଙ୍କ ନଅଗୋଟି ମୂର୍ତ୍ତି, ଯଥା: କୁମାରୀ (କୁମାରିକା), ତ୍ରିମୂର୍ତ୍ତିନୀ (ତ୍ରିମୂର୍ତ୍ତି), କଲ୍ୟାଣୀ (କଳହାଣି), ରୋହିଣୀ, କାଳୀ, ଚଣ୍ଡିକା, ଶଂଭବୀ (ଶାମ୍ଭବୀ), ଦୁର୍ଗା ଓ ସୁଭଦ୍ରା ରୂପେ କଳ୍ପନା କରି ଭୋଜନ ଦିଆଯାଇଥାଏ ।

ନବରାତ୍ରିର ପବିତ୍ର ଉତ୍ସବରେ ମା'ଙ୍କର ନଅ ରୂପର ହୁଏ ପୂଜା। ପୂଜା ସମୟରେ ଯଦି ବାସ୍ତୁଶାସ୍ତ୍ର ଉପରେ ଧ୍ୟାନ ଦିଆଯାଏ,ତେବେ ମନୋବାଞ୍ଛିତ ଫଳ ନିଶ୍ଚୟ ପ୍ରାପ୍ତି ହୁଏ । ଏହାଦ୍ବାରା ଘରକୁ ସୁଖ, ଶାନ୍ତି ଓ ସମୃଦ୍ଧି ଆସିବ ବୋଲି ବିଶ୍ୱାସ ରହିଛି । ପ୍ରଥମତଃ ମା'ଙ୍କୁ ଘରକୁ ସ୍ବାଗତ କରିବା ପୂର୍ବରୁ ଘରକୁ ଭଲଭାବେ ସଫା କରନ୍ତୁ । ମା'ଙ୍କ ମୂର୍ତ୍ତି ଉତ୍ତର ପୂର୍ବ ଦିଗରେ ରଖନ୍ତୁ, ଯେମିତିକି ତାଙ୍କ ମୁହଁ ଦକ୍ଷିଣମୁଖୀ ହେବ । ଅଖଣ୍ଡ ଦୀପକୁ ଦକ୍ଷିଣ ପୂର୍ବ ଦିଗରେ ଜଳାନ୍ତୁ । ପୂଜା ପୂର୍ବରୁ ହଳଦୀ କୁମକୁମରେ ସ୍ବତିକ ଚିହ୍ନ କରନ୍ତୁ। ପୂଜାସ୍ଥଳରେ ଧଳା, ଈଷତ୍‌ ହଳଦିଆ, ସବୁଜ ପରି ରଙ୍ଗର ପେଣ୍ଟ ହୋଇଥିଲେ ଭଲ । ମା'ଙ୍କ ପୂଜା ପାଇଁ ଲାଲ ରଙ୍ଗର ଫୁଲ ବ୍ୟବହାର କରନ୍ତୁ ।

navaratri
ଦେବୀ ଦୁର୍ଗାଙ୍କ ନବରାତ୍ରୀ ଚଳିତ ବର୍ଷ ୯ ଦିନ ପର୍ଯ୍ୟନ୍ତ ଚାଲିବ । ବୈଦିକ କ୍ୟାଲେଣ୍ଡର ଅନୁଯାୟୀ ଅଶ୍ୱିନ୍ ଶୁକ୍ଲ ପକ୍ଷ ତିଥି ଅକ୍ଟୋବର ୧୫ ରୁ ୧୧:୨୪ ରୁ ଆରମ୍ଭ ହୋଇ ଅକ୍ଟୋବର ୧୬ ରେ ୧୨:୩୨ ରେ ଶେଷ ହେବ । ଉଦୟତିଥୀ ଆଧାରରେ ଶାରଦୀୟ ନବରାତ୍ରୀ ୧୫ ଅକ୍ଟୋବରରେ ଆରମ୍ଭ ହେବ । ନବରାତ୍ରୀର ପୂର୍ବ ଦିନ ଘଟସ୍ଥାପନା କରାଯାଇ ମା' ଅମ୍ବିକାଙ୍କ ପୂଜା କରାଯାଇଥାଏ । ବିଶ୍ବାସ ରହିଛି ଏହି ପୂଜା କରିବା ଦ୍ବାରା ଦୁଃଖ, ରୋଗ, ଦୋଷ ଦୂର ହୋଇଥାଏ ।

ଦଶହରା ପର୍ବ ପ୍ରତିବର୍ଷ ଦଶମୀ ତିଥି ଉପରେ ପଡ଼େ । ଏଥର ଦଶମୀ ତିଥି ୨୩ ଅକ୍ଟୋବରରେ ସନ୍ଧ୍ୟା ୫:୪୪ ରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ଅପରାହ୍ନ ୩:୧୪ ରେ ଶେଷ ହେବ । ସେହି ଅନୁଯାୟୀ, ଉଦୟ ତିଥିଙ୍କ ଅନୁଯାୟୀ, ୨୪ ଅକ୍ଟୋବରରେ ଦଶହରା ପର୍ବ ପାଳନ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+