Get Updates
Get notified of breaking news, exclusive insights, and must-see stories!

ଦଶାହରେ କେବଳ ପୁରୁଷ କାହିଁକି ଲଣ୍ଡା ହୁଅନ୍ତି ? କ'ଣ ଅଛି ଏହା ପଛରେ କାରଣ ? ଜାଣନ୍ତୁ ଆଉ ପଢନ୍ତୁ

ଜନ୍ମ ମାନେ ମୃତ୍ୟୁ । ଆଉ ତା ପରେ ପରଂବ୍ରହ୍ମଙ୍କ ସହ ମିଳନ । ଏମିତି ଚାଲିଛି ଏହି ସଂସାର । ହେଲେ ମଣିଷ ଜୀବନର ସବୁଠାରୁ ବଡ଼ ସତ ହେଉଛି ମୃତ୍ୟୁ । ମୃତ୍ୟୁ ହିଁ ଶତ । ଆଦି ଅଛି ମାନେ ଅନ୍ତ ବି ଅଛି । ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ହୋଇଛି ।

ତେବେ ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ରହିଛି ଅନେକ ରହସ୍ୟ । ମୃତ୍ୟୁ ପର ମୃତଙ୍କ ଆତ୍ମାର ଶାନ୍ତି ପାଇଁ ୧୩ ଦିନ ପାଳନ କରାଯାଏ । ଆଉ ସେଠାରୁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଦିନ ହେଲା ଦଶାହ ।

mundan

ମଣିଷ ଜନମ ଏହି ଆଦି ଓ ଅନ୍ତ ଭିତରେ ଅଟକିଥାଏ । ଆଉ ମୃତ୍ୟୁ ପରେ ହିଁ ଆମେ ତ୍ରାହି ପାଉ । ସତରେ ମୃତ୍ୟୁ ଭାରି କଠୋର ଜିନିଷ । ସ୍ଵୟଂ ଭଗବାନ ମର୍ତ୍ତ୍ୟ ମଣ୍ଡଳରେ ଜନ୍ମ ହୋଇ ମୃତ୍ୟୁ ଲାଭ କରିଛନ୍ତି । ଏହି ଜୀବନରେ ମୃତ୍ୟୁ ହିଁ ଏକମାତ୍ର ଶତ ।

ଆଉ ଦଶାହ ଦିନ ଅନ୍ତିମ ସଂସ୍କାରରେ ପାଳନ କରାଯିବାକୁ ଥିବା ଅନେକ ନିୟମ ମଧ୍ୟରୁ ଗୋଟିଏ ହେଉଛି ଲଣ୍ଡା ହେବା । ତେବେ ଯାଏଁ ସବୁ ଶୁଦ୍ଧି ହେବ । ଯେଉଁ ପରମ୍ପରା ମହିଳା ମାନଙ୍କ ପାଇଁ ଲାଗୁ ହୁଏ ନାହିଁ । କେବଳ ପୁରୁଷମାନଙ୍କ ପାଇଁ ଲାଗୁ ହୋଇଥାଏ ।

ପୁରୁଷ କାହିଁକି ଲଣ୍ଡା ହୁଅନ୍ତି ?

ଗରୁଡ ପୁରାଣରେ, ମୃତ୍ୟୁ ପରେ ପୁରୁଷ ସଦସ୍ୟଙ୍କ କେଶ କାଟିବାର କାରଣ ଏବଂ ମହତ୍ତ୍ବ ବର୍ଣ୍ଣନା କରନ୍ତି । କେଶ କାଟିବା ପଛର ମୁଖ୍ୟ କାରଣ ହେଉଛି ମୃତ ବ୍ୟକ୍ତିଙ୍କୁ ସମ୍ମାନ ଓ ସ୍ନେହ ଜଣାଇବା । ଏକ ହିନ୍ଦୁ ପରିବାରରେ, ଯେତେବେଳେ ପରିବାରର ଜଣେ ସଦସ୍ୟ ମରିଯାଏ, ପରିବାରର ପୁରୁଷ ସଦସ୍ୟମାନେ କେଶ କାଟିଥାନ୍ତି ।

ଆତ୍ମା ସହ ସମ୍ପର୍କ ବିଚ୍ଛିନ୍ନ କରିବା

ଗରୁଡ ପୁରାଣରେ କୁହାଯାଇଛି ଯେ ମୃତ୍ୟୁ ପରେ ଆତ୍ମା ପରିବାର ସଦସ୍ୟଙ୍କ ସହ ଜଡିତ ରହିଥାଏ ଓ ଏହା ମୃତ୍ୟୁକୁ ଗ୍ରହଣ କରିବାରେ ଅସମର୍ଥ ।

ପୁରାଣରେ କୁହାଯାଇଛି, ଯେଉଁମାନେ ଶେଷ ରୀତିନୀତି ପାଇଁ ମୃତ ବ୍ୟକ୍ତିଙ୍କୁ ଘାଟକୁ ଯାଆନ୍ତି, ଆତ୍ମା ସେମାନଙ୍କ ଚାରିପାଖରେ ଘୂରି ବୁଲନ୍ତି । ତା ସହ ଏବଂ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତି । ସେହି ସମ୍ପର୍କକୁ ଭାଙ୍ଗିବା ପାଇଁ ପୁରୁଷ ସଦସ୍ୟମାନେ କେଶ କାଟିଥାନ୍ତି ।

ଗରୁଡ ପୁରାଣରେ ଆହୁରି କୁହାଯାଇଛି ଯେ, ଯେତେବେଳେ ପରିବାରର କେହି ମରିଯାଏ, ଘରେ ଶୁଦ୍ଧିକାର୍ଯ୍ୟ କରାଯାଏ । ଏହି ସମୟରେ ସମଗ୍ର ପରିବାର ଅଶୁଦ୍ଧି ବୋଲି ବିବେଚନା କରାଯାଏ । ପୁରୁଷ ସଦସ୍ୟମାନେ କେଶ କାଟି ଶୁଦ୍ଧି ହୋଇଥାନ୍ତି । ବିଶ୍ୱାସ କରାଯାଏ ଯେ କେଶ କାଟିବା ପରେ ପାପ ନାଶ ହୁଏ ।

ଦୁନିଆରେ ଜନ୍ମ ହେବା ହିଁ ମୃତ୍ୟୁ ପରେ ବ୍ୟକ୍ତିକୁ ମୋକ୍ଷ ମିଳେ । ପ୍ରତ୍ୟେକ ମଣିଷ ଯେତେ ପାପ କର୍ମ କରିଥିଲେ ମଧ୍ୟ ଧାର୍ମିକ ସ୍ଥାନକୁ ଯାତ୍ରା କରିଲେ ମୃତ୍ୟୁ ପରେ ମୋକ୍ଷ ମିଳିଥାଏ ବୋଲି ଆମର ବିଶ୍ୱାସ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+