Get Updates
Get notified of breaking news, exclusive insights, and must-see stories!

କାହିଁକି ମା’କାଳୀଙ୍କ ପାଦତଳେ ଭଗବାନ ଶିବଙ୍କୁ ଦେଖିବାକୁ ମିଳେ ! ପଛରେ ରହିଛି ଏହି ବଡ କାରଣ

ଭଗବତୀ ଦୁର୍ଗାଙ୍କ ଉଗ୍ର ରୂପ ହେଉଛନ୍ତି ମା'କାଳୀ। ରାକ୍ଷସମାନଙ୍କ ବିନାଶ କରିବା ପାଇଁ ମା' ଏହି ରୂପ ଧାରଣ କାରିଥିଲେ। ସାଧାରଣତଃ ଆପଣ ଦେଖିଥିବେ ମା'କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା'ଙ୍କ ପାଦ ତଳେ ପଡ଼ିଥାଆନ୍ତି। ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା'କାଳୀଙ୍କ ପାଦତଳେ ପଡିବାର କାରଣ କ'ଣ? ତେବେ ଚାଲନ୍ତୁ ଆଜି ଆମେ ଏହି ପ୍ରଶ୍ନର ଉତ୍ତର ଓ ତତ୍‍ସହିତ ମା'ଦୁର୍ଗା କାହିଁକି ମହାକାଳୀ ରୂପ ଧାରଣ କରିଥିଲେ ସେ ବିଷୟରେ -

Lord Shiva

ଚଣ୍ଡ ମୁଣ୍ଡଙ୍କୁ ବଦ୍ଧ କରିବା ସମୟରେ ମାଆ ଦୂର୍ଗା ଅତି କ୍ରୋଧିତ ହୋଇଥିଲା । ସେହି ସମୟରେ ସେ କୃଷ୍ଣ ବର୍ଣ୍ଣ ଧାରଣ କରିଥିଲେ । ମାଆଙ୍କର ମଥାରୁ କାଳୀ ଆବିର୍ଭାବ ହୋଇଥିଲେ । ଚଣ୍ଡମୁଣ୍ଡଙ୍କ ବଦ୍ଧ ସହ ରକ୍ତବୀର୍ଯ୍ୟର ବଦ୍ଧ କାଳୀଙ୍କ ଦ୍ୱାରା ହୋଇଥିଲା ବୋଲି ଉଲ୍ଲେଖ ଅଛି ।

ସେହି ପରି କେତକ ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ ରାକ୍ଷସ ଘୋର ତପସ୍ୟା ବଳରେ ବ୍ରହ୍ମାଙ୍କଠାରୁ ବରଦାନ ପାଇଥିଲା। ବରଟି ଏପରି ଥିଲା ଯେ, ତା' ରକ୍ତର ଗୋଟିଏ ବି ବୁନ୍ଦା ଭୂମି ଉପରେ ପଡ଼ିଲେ ତା' ଭଳି ଅନେକ ରକ୍ତବୀର୍ଯ୍ୟ ସୃଷ୍ଟି ହେବେ। ରାକ୍ଷସ ଏହି ବରଦାନର ଖରାପ ବ୍ୟବହାର କରି ତିନି ଲୋକରେ ହାହାକାର ସୃଷ୍ଟି କରିଥିଲା। ନିର୍ଦ୍ଦୋଷ ଲୋକମାନଙ୍କୁ ହତ୍ୟା କରିବାକୁ ଲାଗିଲା। ଏହାପରେ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ହେଲା। ଯୁଦ୍ଧ ସମୟରେ ବରଦାନ କାରଣରୁ ସେ ରାକ୍ଷସର ଗୋଟିଏ ବୁନ୍ଦା ରକ୍ତରୁ ତା'ଭଳି ଅନେକ ରାକ୍ଷସ ସୃଷ୍ଟ ହେବାକୁ ଲାଗିଲେ। ତେଣୁ ଦେବତାମାନେ ସେ ରାକ୍ଷସକୁ ସାମ୍ନା କରିପାରିଲେ ନାହିଁ। ସମସ୍ତ ଦେବତା ଚିନ୍ତିତ ହୋଇଗଲେ।

ତା'ପରେ ଦେବଗଣ ନିରୁପାୟ ହୋଇ ମା'ଦୁର୍ଗାଙ୍କ ଶରଣକୁ ଗଲେ। ମା'ଦୁର୍ଗା ଦେବତାଙ୍କ ପ୍ରାର୍ଥନା ଶୁଣି କାଳୀଙ୍କ ରୂପ ଧାରଣ କଲେ। ମା'ମହାକାଳୀ ବିକଟାଳ ରୂପ ଧାରଣ କରିବା ମାତ୍ରେ ରାକ୍ଷସମାନଙ୍କୁ ବଦ୍ଧ କରିବା ଆରମ୍ଭ କରିଦେଲେ। ମା' ରକ୍ତବୀର୍ଜ୍ୟକୁ ବଦ୍ଧ କରିବା ପାଇଁ ଆକ୍ରମଣ କଲେ ହେଲେ ବରଦାନ କାରଣରୁ ରାକ୍ଷସର ରକ୍ତବିନ୍ଦୁରୁ ବହୁ ସଂଖ୍ୟକ ରାକ୍ଷସ ସୃଷ୍ଟି ହେଲେ। ସେହି ସମୟରେ ମା' କାଳୀ ନିଜ ଜିଭ ବାହାର କଲେ ଓ ରାକ୍ଷସର ରକ୍ତ ମା'ଙ୍କ ଜିଭରେ ପଡ଼ିବାକୁ ଲାଗିଲା। ତା'ପରେ ରାକ୍ଷସଙ୍କ ଶବରେ ଧିରେ ଧିରେ ପାହାଡ଼ ସୃଷ୍ଟି ହେଲା। ସେମାନଙ୍କ ରକ୍ତ ମା'କାଳୀ ପିଇବାକୁ ଲାଗିଲେ। ରାକ୍ଷସର ଅନ୍ତ ପରେ ଯେତେବେଳେ ଯୁଦ୍ଧ ସମାପ୍ତ ହେଲା, ସେତେବେଳେ ଏକ ନୂଆ ସମସ୍ୟା ଉତ୍ପନ୍ନ ହୋଇଥିଲା। ମହାକାଳୀଙ୍କ କ୍ରୋଧ ଶାନ୍ତ ହିଁ ହେଉ ନଥିଲା। କ୍ରୋଧ ଏପରି ସୀମାରେ ପହଞ୍ଚିଥିଲା ଯେ ତାଙ୍କୁ ଶାନ୍ତ କରିବା ଅସମ୍ଭବ ହୋଇଗଲା। ସେହି ସମୟରେ ସମସ୍ତ ଦେବତା ତାଙ୍କ ପାଖକୁ ଯିବାକୁ ଭୟ କଲେ। ତେଣୁ ସମସ୍ତେ ଭଗବାନ ଶିବଙ୍କ ନିକଟକୁ ଗଲେ। ପ୍ରଭୁ ଶିବ ମା'ଙ୍କୁ ବହୁ ଉପାୟରେ ଶାନ୍ତ କରିବାକୁ ଚେଷ୍ଟା କଲେ ହେଲେ ସବୁଥିରେ ବିଫଳ ହେଲେ। ଶେଷରେ ଭଗବାନ ଶିବ ମହାକାଳୀଙ୍କ ମାର୍ଗରେ ଶୋଇଗଲେ। ଯେତେବେଳେ ମା'କାଳୀ ଶିବଙ୍କୁ ନିଜ ପାଦ ତଳେ ଦେଖିଲେ ସେତେବେଳେ ତାଙ୍କ କ୍ରୋଧ ଶାନ୍ତ ହୋଇଥିଲା।

ଏହପରି ଭାବେ ଭଗବାନ ଶିବ ମହାକାଳୀଙ୍କ ପାଦ ତଳେ ଶୟନ ମୁଦ୍ରାରେ ମହାଦେବଙ୍କୁ ପୂଜା କରାଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+