Get Updates
Get notified of breaking news, exclusive insights, and must-see stories!

କାହିଁକି କୁହାଯାଏ ଆଡ଼ପ ମଣ୍ଡପ, ଜାଣନ୍ତୁ କଣ ରହିଛି ଏହାର ଇତିହାସ ?

ମହାପ୍ରଭୁ ଏବେ ୯ ଦିନ ପାଇଁ ମାଉସୀମା ମନ୍ଦିରକୁ ଆସିଛନ୍ତି । ଏହି ମନ୍ଦିର ଇତିହାସ ବେସ ପୁରୁଣା । ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ଗୁଣ୍ଡିଚା ମଣ୍ଡପର ପବିତ୍ରତା ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି । ଯଥା: ଗୁଣ୍ଡିଚାମଣ୍ଡପଂ ନାମ ଯାତ୍ରାହମଜନଂ ପୁରା। ଅଶ୍ୱମେଧସହସ୍ରସ୍ଯ ମହାବେଦୀ ତଦାଭବତ୍। ତସ୍ୟାଃ ପୁଣ୍ଯମତଂ ସ୍ଥାନଂ ପୃଥିବ୍ଯା ନେହ ବିଦ୍ୟତେ ।

Adpa Mandap

ଏହି ମଣ୍ଡପକୁ ଯଜ୍ଞବେଦୀ, ମହାବେଦୀ, ଆଡ଼ପ ମଣ୍ଡପ, ରାସ ମଣ୍ଡପ,ଆଟୋପ ମଣ୍ଡପ ଇତ୍ଯାଦି ନାମରେ ଉଲ୍ଲେଖ କରାଯାଇଛି । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ଗୁଣ୍ଡିଚା ମଣ୍ଡପଟି କାଷ୍ଠ ମଣ୍ଡପଥିଲା। ଗଙ୍ଗ ବଂଶର ରାଜା ନରସିଂହ ଦେବ(୨ୟ) (ଖ୍ରୀ.୧୨୭୮-୧୩୦୬)ଙ୍କ ରାଜତ୍ୱ ସମୟରେ ପଥର ମଣ୍ଡପ ନିର୍ମାଣ କରାଯାଇଥିଲା। ଗୁଣ୍ଡିଚା ଘର ଗର୍ଭ ଗୃହରେ ପ୍ରତିଷ୍ଠିତ ମଣ୍ଡପ ବା ସିଂହାସନଟି କଳା ମୁଗୁନି ପ୍ରସ୍ତରରେ ନିର୍ମିତ । ଏହି ମଣ୍ଡପର ଉଚ୍ଚତା ୪ଫୁଟ୍ ଏବଂ ଲମ୍ବ ୧୯ଫୁଟ୍ ବିଶିଷ୍ଟ ।

ଶରଧାବାଲିରେ ଦାରୁଦିଅଁ ରଥରୁ ଓହ୍ଲାଇ ଯେଉଁ ମଣ୍ଡପରେ ବିଜେ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । ଆଡ଼ପ ମଣ୍ଡପ ପଛ ଭାଗରେ ଶ୍ରୀନୃସିଂହଙ୍କ ପ୍ରତିଷ୍ଠା କରି ମହାରାଜା ଇନ୍ଦ୍ରଦ୍ୟୁମ୍ନନ ଯେଉଁ ଅଶ୍ୱମେଧ ଯଜ୍ଞ କରିଥଲେ ସେହି ଯଜ୍ଞସ୍ଥଳର ଦକ୍ଷିଣ ପଟକୁ ଆଡ଼ କରି ଏହି ମଣ୍ଡପ ଅବସ୍ଥିତ ଥିଲା । ବର୍ତ୍ତମାନ ମଧ୍ୟ ଦାରୁଦିଅଁ ଶ୍ରୀପତିତପାବନ ଯାତ୍ରାରେ ବିଜେ କରି ସେହି ଆଡ଼ପ ମଣ୍ଡପକୁ ଯାଆନ୍ତି । ଓଡ଼ିଶାରେ ଏକ ଧାରଣା ବିକାଶ ଲାଭ କରିଛି ଯେ, ମହାପ୍ରଭୁ ମାଉସୀ ଘରକୁ ଯାଆନ୍ତି ବୋଲି । ବାସ୍ତବରେ ଦାରୁବ୍ରହଙ୍କର କେହି ମାଉସୀ ନାହାନ୍ତି । ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମନ୍ଦିର ତାଙ୍କର ମାଉସୀ ଘର ନୁହେଁ । ଏହିଭଳି ଶ୍ରୀରାମ ଉପାସକମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଜନକ ପୁରୀ ମଧ୍ୟ କହିଥାନ୍ତି । ଏହା ଏକ ଭାବର ଧାରଣା । କାରଣ ମା' ସୁଭଦ୍ରା ତାଙ୍କର ପତ୍ନୀ ନୁହନ୍ତି କି ଶାସ୍ତ୍ରୀୟ ମତରେ ସୀତା ନୁହନ୍ତି । ତେଣୁ ଦାରୁଦିଆଁ ନବଦିନାତ୍ମକ ଯାତ୍ରାରେ ବିଜେ କରନ୍ତି ତାଙ୍କର ଆବିର୍ଭାବ ମଣ୍ଡପରେ । ଏହା ହେଉଛି ଶାସ୍ତ୍ରର କଥା । ତେଣୁ ଶାସ୍ତ୍ରରେ କୁହାଯାଇଛି ରତ୍ନ ମଣ୍ଡପରେ ବର୍ଷସାରା ଦର୍ଶନରେ ଯେଉଁ ଫଳ ମିଳେ, ଆଡ଼ପ ମଣ୍ଡପରେ ଦିନେ ଦର୍ଶନରେ ସେହି ଫଳ ପ୍ରାପ୍ତ ହୁଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+