କାହିଁକି ପାଦରେ ପିନ୍ଧାଯାଏ ନାହିଁ ସୁନା, ଜାଣନ୍ତୁ ଏହା ପଛରେ ଥିବା ପୌରାଣିକ ତତ୍ତ୍ଵ

ହିନ୍ଦୁ ଧର୍ମରେ ଅନେକ ପରାମ୍ପରା ପ୍ରଚଳିତ ହୋଇଥାଏ। ଏହି ସବୁ ପରାମ୍ପରା ମଧ୍ୟରୁ ଗୋଟିଏ ହେଉଛି ଯେ ମହିଳାମାନଙ୍କୁ ନିଜ ପାଦରେ ସୁନାର ଗହଣା ପିନ୍ଧିବା ଉଚିତ ନୁହେଁ। କଣ ଆପଣ ଜାଣନ୍ତି ଏହାକୁ କାହିଁକି ବାରଣ କରାଯାଇଛି ? ଯଦି ଆପଣ ଏହା ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କାହିଁକି ପାଦରେ ସୁନାର ଅଳଙ୍କାର ପିନ୍ଧିବା ଉଚିତ ନୁହେଁ।

gold

ହିନ୍ଦୁ ଧର୍ମରେ କୁହାଯାଏ ଯେ ଭଗବାନ ବିଷ୍ଣୁଙ୍କୁ ସୁନା ବହୁତ ପ୍ରିୟ ଥିଲା। ଏମିତି କୁହାଯାଏ ଯେ ସୁନାର ଗହଣା ଧାରଣ କରିବା ଦ୍ବାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜ ଭକ୍ତଙ୍କର ସମସ୍ତ ସମସ୍ୟା ଦୂର କରିଦେଇଥାନ୍ତି। କିନ୍ତୁ ସୁନାର ଗହଣାକୁ ନାଭିର ତଳକୁ ଧାରଣ କରିବା ଉଚିତ ନୁହେଁ। କୁହାଯାଏ ଯେ ଏମିତି କରିବା ଦ୍ବାରା ବିଷ୍ଣୁଙ୍କୁ ଅପମାନ ହୋଇଥାଏ। ଏମିତି କରୁଥିବା ବ୍ୟକ୍ତିଙ୍କୁ ବିଷ୍ଣୁଙ୍କର କ୍ରୁପା ମିଳି ନଥାଏ ଏବଂ ତାଙ୍କୁ ବହୁତ ପ୍ରକାରର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ।

ହଳଦିଆ ରଙ୍ଗ ଲକ୍ଷ୍ମୀଙ୍କର ବହୁତ ପସନ୍ଦ। ସୁନାର ରଙ୍ଗ ହଳଦିଆ ହେବା କାରଣରୁ ସୁନାର ସଂଯୋଗ ଲକ୍ଷ୍ମୀଙ୍କ ସହିତ ମଧ୍ୟ ରହିଛି। ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କହନ୍ତି। କୁହାଯାଏ ଯେ ଲକ୍ଷ୍ମୀଙ୍କର କ୍ରୁପା ହେଲେ ଧନ ପ୍ରାପ୍ତି ହୋଇଥାଏ। ଏଥିପାଇଁ ସୁନାର ଅଳଙ୍କାର ନାଭି ତଳକୁ ଧାରଣ କରିବା ଉଚିତ ନୁହେଁ। ଏପରି କରିବା ଦ୍ବାରା ଲକ୍ଷ୍ମୀ ମାତା କ୍ରୋଧିତ ହୋଇଯାନ୍ତି। ମାତା ଲକ୍ଷ୍ମୀ କ୍ରୋଧିତ ହୋଇଗଲେ ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପାଦରେ ଚାନ୍ଦିର ଅଳଙ୍କାର ପିନ୍ଧିବାକୁ ବହୁତ ଶୁଭ ବୋଲି ଧରାଯାଏ। ଚାନ୍ଦିର ଶୀତଳତା ମିଳିଥାଏ। ଏହି ଶୀତଳତା ବ୍ୟକ୍ତିଙ୍କୁ ମାନସିକ ରୂପରେ ଶାନ୍ତି ରହିବାରେ ସାହାଯ୍ୟ କରିଥାଏ। ପାଦରେ ଚାନ୍ଦିର ଅଳଙ୍କାର ଧାରଣ କରିବା ଦ୍ବାରା କଥା କଥାରେ କ୍ରୋଧ ଆସିବା ବନ୍ଦ ହୋଇଯାଇଥାଏ।

ଜ୍ୟୋତିଷ ଅନୁସାରେ ଚାନ୍ଦିର ଗହଣା ଧାରଣ କରିବା ଦ୍ବାରା ବ୍ୟକ୍ତିଙ୍କର ଚନ୍ଦ୍ରମା ମଜବୁତ ହୋଇଥାଏ। ଏଥିରୁ ବ୍ୟକ୍ତିଙ୍କୁ ନିଜ ଜୀବନରେ ଶୁଖ-ଶାନ୍ତି ଏବଂ ସୁବିଧା ମିଳିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+