ଆଜି ନବରାତ୍ରୀର ଚତୁର୍ଥ ଦିନ, ପୂଜା ପାଉଛନ୍ତି ମା'କୁଷ୍ମାଣ୍ଡା
Navaratri 2024: କୁତ୍ସିତ ତାପର ନାମ କୁଷ୍ମା । ସଂସାର ତ୍ରିବିଧ ତାପରେ ଜର୍ଜରିତ । ଦେବୀ ଏହି ତ୍ରିତାପକୁ ନିଜ ଉଦରରେ ବହନ କରିଥିବାରୁ ସେ କୁଷ୍ମାଣ୍ଡା । ସିଂହ ବାହିନୀ ଦେବୀ ଅଷ୍ଟ ଭୁଜା । ସାତ ହସ୍ତରେ ଆୟୁଧ ଦକ୍ଷିଣ ହସ୍ତରେ ଜପାମାଳି । ଯିଏ ମାଆର ଅଭୟ ଚରଣାଶ୍ରିତ ନୁହେଁ ସେ ତ୍ରିତାପରେ ଦଗ୍ଧ ହେଉଥାଏ । ମାଆ କୁଷ୍ମାଣ୍ଡା ସନ୍ତାନ ତାପହାରିଣୀ କଲ୍ୟାଣମୟୀ ଜନ୍ମ ଦାତ୍ରୀ, ଜନନୀ । ଦେବୀଙ୍କ ଗ୍ରହ ସୂର୍ଯ୍ୟ ।
କେଉଁ ତିଥିରେ କରାଯାଏ ମା'କୁଷ୍ମାଣ୍ଡାଙ୍କର ପୂଜା ଆଶ୍ୱିନ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥୀରେ କରାଯାଏ ମା'କୁଷ୍ମାଣ୍ଡାଙ୍କର ପୂଜା । ଆଜି ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନ। ମା'କୁଷ୍ମାଣ୍ଡାଙ୍କୁ ନବବ୍ରତୀର ଚତୁର୍ଥ ଦିନରେ ପୂଜା କରାଯାଏ । ମାନ୍ୟତା ରହିଛି ଯେ ଭକ୍ତ ଆଜିର ଦିନରେ ମା'ଙ୍କର ଏହି ରୂପକୁ ପୂଜା କରିବା ଦ୍ୱାରା ବ୍ୟକ୍ତି ଜୀବନରେ କୌଣସି ଅସୁବିଧା ରହିନଥାଏ । ସନ୍ତାନ ଶୁଖ ମିଳିଥାଏ । ମାତାଙ୍କର ଉପାସନାରେ ତାଙ୍କର ମନ୍ତ୍ର ଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି । ଏହି ମନ୍ତ୍ର ଦ୍ୱାରା, ଜୀବନରେ ସୁସ୍ଥ ରହିବା ଏବଂ ଶିଶୁ ସୁଖ ପାଇବାର ଆଶୀର୍ବାଦ ପ୍ରାପ୍ତ ହୁଏ ।

ନବରାତ୍ରୀର ଚତୁର୍ଥ ଦିନରେ ପ୍ରଥମେ ସ୍ନାନ କରି ହଳିଦିଆ କିମ୍ବା ଲାଲି ରଙ୍ଗର ପୋଷାକ ପରିଧାନ କରନ୍ତି । ନବରାତ୍ରୀ ପାଇଁ ସ୍ଥାପନ କରିଥିବା କଳସକୁ ପୂଜା କରି ମା' କୁଷ୍ମାଣ୍ଡାଙ୍କୁ ଆବାହନ କରନ୍ତୁ । ମା କୁଷ୍ମାଣ୍ଡାଙ୍କୁ ଜଳ ପୁଷ୍ପ ଅର୍ପଣ କରି ଦେବୀମାଆଙ୍କୁ ଲାଲ କିମ୍ବା ହଳଦିଆ ଚୁନରୀ ଚଢାଇ ସିନ୍ଦୁର, କାଜଲ, ଚୁଡି, ବିନ୍ଦି, ମୁଦି ,କାନଫୁଲ ଓ ହାରରେ ସଜାଇ ଦିଅନ୍ତୁ । ହଳଦିଆ ରଙ୍ଗର ଫୁଲ ଯେପରି ହଳଦିଆ ରଙ୍ଗର ମନ୍ଦାର, କୁସୁମ ଫୁଲ କିମ୍ବା କୌଣସି ହଳଦିଆ ଫୁଲ ଚଢାନ୍ତୁ । ଧୂପ-ଦୀପ ଲଗାଇ ଦୁର୍ଗା ଚାଳିଶା ପାଠ କରିବେ ଓ ମା'ଙ୍କ ଆଳତୀ କରନ୍ତୁ । ଯାହା ଦ୍ୱାରା ମାତା ପ୍ରସନ୍ନ ହୋଇ ଭକ୍ତମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟର ସୁଫଳ ଦିଅନ୍ତି । ପୂଜାରେ ନାଲି ରଙ୍ଗର ଫୁଲ ମଧ୍ୟ ବ୍ୟବହାର କରିପାରିବେ । ଶେଷରେ ମା'ଙ୍କ ପାଖରେ ଫଳମୂଳ କିମ୍ବା ହାଲୱା ଭୋଗ ଲାଗି କରନ୍ତୁ । ମାଆ କୁଷ୍ମାଣ୍ଡାଙ୍କ ପ୍ରିୟ ମାଲପୁଆ ଭୋଗ ଲାଗି କରନ୍ତୁ ।ବ୍ରତଧାରୀମାନେ ଏପରି ଭାବେ ମା'ଙ୍କ ଆରାଧନା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି












Click it and Unblock the Notifications