Get Updates
Get notified of breaking news, exclusive insights, and must-see stories!

ହନୁମାନଙ୍କୁ କିଏ ଦେଇଥିଲେ ଗଦା ଓ ଗଦାର ନାମ କଣ , ଜାଣନ୍ତୁ ପୌରାଣିକ ତତ୍ତ୍ଵ

ସପ୍ତାହର ୭ଦିନ ମଧ୍ୟରୁ ମଙ୍ଗଳବାର ଦିନଟି ସଂକଟମୋଚନ ହନୁମାନଙ୍କୁ ସମର୍ପିତ ଅଟେ l ମାନ୍ୟତା ରହିଛି ଯେ ଚିରଞ୍ଜୀବୀ ମହାବୀର ଖୁବ ଶକ୍ତିଶାଳୀ ଅଟନ୍ତି l ତାଙ୍କ ଶକ୍ତି ର ତୁଳନା ନାହିଁ l

hanuman

ହନୁମାନ ଙ୍କୁ ଭକ୍ତି କରୁଥିବା ବ୍ୟକ୍ତିକୁ ସମସ୍ତ ସଙ୍କଟ ରୁ ମୁକ୍ତି ଦେଇଥାଆନ୍ତି l ହନୁମାନ ଅନେକ ଗୁଡିଏ ଦିବ୍ୟ ଅସ୍ତ୍ର ର ଅଧିକାରୀ ଅଟନ୍ତି l ଯେଉଁଥିରେ ପ୍ରଥମ ସ୍ଥାନରେ ଗଦା ରହିଛି l ହନୁମାନ ଙ୍କ ର କିପରି ଏହି ଗଦା ଅସ୍ତ୍ର ହେଲା l

ହନୁମାନ ଙ୍କ ର ଅସ୍ତ୍ର କିପରି ହେଲା ଗଦା :-
ପୌରାଣିକ ତଥ୍ୟ ଅନୁଯାୟୀ ପିଲାବେଳେ ଯେତେବେଳେ ହନୁମାନ ସୂର୍ଯ୍ୟ ଙ୍କୁ ଫଳ ଭାବି ଖାଇ ଦେଇଥିଲେ , ଏହି ସମୟରେ ସାମଗ୍ର ସଂସାର ଅନ୍ଧକାର ହୋଇ ଯାଇଥିଲା l ସେହି ସମୟରେ ସମସ୍ତ ଦେବତା ବଜରଙ୍ଗବାଲି ଙ୍କ ଶକ୍ତି ସହିତ ଅବଗତ ହୋଇ ଯାଇଥିଲେ l ଶେଷ ରେ ସମସ୍ତ ଦେବାଦେବୀ ହନୁମାନ ଙ୍କୁ ଦିବ୍ୟ ଅସ୍ତ୍ର ପ୍ରଦାନ କରିଥିଲେ l ଏବଂ ହନୁମାନ ଙ୍କୁ କୁବେର ଗଦା ଦେଇଥିଲେ l

ଧନ ର ରାଜା କୁବେର ହନୁମାନ ଙ୍କୁ ଗଦା ଦେବା ସମୟରେ ବରଦାନ ଦେଇଥିଲେ ଯେ ଆପଣ ଯେବେବି ଏହି ଗଦା ନେଇ ଯୁଦ୍ଧ କରିବେ କଦାପି ପରାସ୍ତ ହେବେନାହିଁ l ହନୁମାନ ଙ୍କ ଗଦା ସୁନାରେ ନିର୍ମିତ ହୋଇଥିଲା ଓ ଖୁବ ଶକ୍ତିଶାଳୀ ଥିଲା l ହନୁମାନ ଙ୍କ ଗଦା ର ନାମ ଥିଲା କଉମଦକି l ହନୁମାନ ନିଜ ଗଦା ର ଗୋଟିଏ ପ୍ରହାର ରେ ରାବଣ ର ରଥ ଧ୍ବଂସ ହୋଇଯାଇ ଥିଲା l

ମହାବୀର ହନୁମାନ ଙ୍କୁ ବାମହସ୍ତଗଦାଯୁକ୍ତମ କୁହା ଯାଇଥାଏ l କାହିଁକି ନା ମହାବୀର ବାମ ହସ୍ତ ରେ ଗଦା ଧାରଣ କରି ଥାଆନ୍ତି l ଧାର୍ମିକ ଶାସ୍ତ୍ର ଅନୁସାରେ ହନୁମାନ ଙ୍କୁ ଧର୍ମର ରକ୍ଷା କରିବା ପାଇଁ ଅମରତ୍ୱ ବର ପ୍ରଦାନ କରାଯାଇ ଥିଲା l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+