Maha Kumbh Mela 2025: ବୁଡ଼ ପକାଇବା ପୂର୍ବରୁ କେଉଁ ଦେବତାଙ୍କର କରାଯାଏ ପୂଜାର୍ଚ୍ଚନା

Maha Kumbh Mela 2025: ସନାତନ ଧର୍ମରେ ପ୍ରୟାଗରାଜର ମହତ୍ୱ ସର୍ବ ଶ୍ରେଷ୍ଟ ଭାବେ ବିବେଚନା କରାଯାଏ । ତ୍ରିବେଣୀ ସଙ୍ଗମ ଅତ୍ୟନ୍ତ ପବିତ୍ର ସ୍ଥାନର ଭାବରେ ପ୍ରସିଦ୍ଧ । ପ୍ରୟାଗରାଜର ଏହି ସ୍ଥାନରେ ତିନୋଟି ପବିତ୍ର ନଦୀର ସଙ୍ଗମ ଅଛି, ତେଣୁ ଏହାକୁ ତ୍ରିବେଣୀ ଘାଟ କୁହାଯାଏ। ଏଠାରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ମିଳନ ହୋଇଛି ।

ମହାକୁମ୍ଭ ୧୩ ଜାନୁଆରୀ ୨୦୨୫ ରୁ ଆରମ୍ଭ ହୋଇଛି। ମହାକୁମ୍ଭ ସ୍ନାନ ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମନରେ ଶ୍ରଦ୍ଧା,ବିଶ୍ୱାସ ଏବଂ ଅନେକ ମନୋଷ୍କାମନା ନେଇ ଏହି ଘାଟରେ ବୁଡ଼ ପକାଇଥାନ୍ତି । ମହାକୁମ୍ଭ ୨୬ ଫେବୃଆରୀ ୨୦୨୫ ରେ ଶିବରାତ୍ରି ଦିନ ସମାପ୍ତ ହେବ। ମହାକୁମ୍ଭକୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରା ସହିତ ସମାନ ବୋଲି ବିବେଚନା କରାଯାଏ। ଏହି ସମୟରେ ଲୋକମାନେ ତ୍ରିବେଣୀ କୂଳରେ ସ୍ନାନ କରନ୍ତି, ଦାନ କରନ୍ତି, ଜପ କରନ୍ତି, ତପସ୍ୟା କରନ୍ତି ଏବଂ ପୁଣ୍ୟ ଲାଭ ପାଆନ୍ତି।

Maha Kumbh Mela 2025

ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇବା ପୂର୍ବରୁ, ଆସନ୍ତୁ ଜାଣିବା କେଉଁ ଦେବତାଙ୍କୁ ପ୍ରଥମେ ପୂଜା କରାଯାଏ। ଯଦି ଆପଣ ମଧ୍ୟ ମହାକୁମ୍ଭରେ ସ୍ନାନ କରିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ବିଶେଷ ଧ୍ୟାନ ଦେବା ଉଚିତ ଯେ ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ପୂର୍ବରୁ ଆପଣଙ୍କୁ ବରୁଣ ଦେବଙ୍କ ପୂଜା କରିବା ଉଚିତ୍ ।

ବରୁଣ ଦେବଙ୍କୁ ଜଳ ଏବଂ ସମୁଦ୍ରର ଦେବତା ବୋଲି ବିବେଚନା କରାଯାଏ। ତାଙ୍କ ଯୋଗୁଁ ଆମେ ସମସ୍ତେ ଏହି ପବିତ୍ର ସ୍ନାନର ପୁଣ୍ୟ ଅର୍ଜନ କରୁଛୁ। ବରୁଣ ଦେବଙ୍କ ବିନା, ପାଣିରେ ସ୍ନାନର କୌଣସି ମହତ୍ତ୍ୱ ନାହିଁ। ବେଦ ଏବଂ ପୁରାଣରେ ଭଗବାନ ବରୁଣଙ୍କ ମହିମା ବର୍ଣ୍ଣନା କରାଯାଇଛି। ସେଥିପାଇଁ ଯଦି ଆପଣ ମହାକୁମ୍ଭକୁ ଯାଉଛନ୍ତି ତେବେ ପ୍ରଥମେ ବରୁଣ ଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ ଏହା ପରେ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାନ୍ତୁ । ମହାକୁମ୍ଭ ସମୟରେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ପୂର୍ବରୁ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା ମଧ୍ୟ କରାଯାଏ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+