୨୬ ନା ୨୭ କେଉଁ ଦିନ ପାଳନ କରାଯିବ ମହାଶିବରାତ୍ରି
Mahashivratri 2025: ମହାଶିବରାତ୍ରିକୁ ବର୍ତ୍ତମାନ ସମସ୍ତଙ୍କ ଅପେକ୍ଷା । ମାନ୍ୟତା ରହିଛି ଯେ, ମହାଦେବଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିକୁ ସମସ୍ତ ପ୍ରକାରର ସୁଖ ମିଳିଥାଏ। ଏହି ଦିନଟି ଅତ୍ୟନ୍ତ ପବିତ୍ର, ଏହି ଦିନ ଲୋକମାନେ ଭଗବାନ ଶିବଙ୍କ ପାଇଁ ଉପବାସ ରଖନ୍ତି ଏବଂ ଶିବଲିଙ୍ଗରେ ଜଳ ଏବଂ କ୍ଷୀର ଅର୍ପଣ କରିଥାନ୍ତି ।
ଏହି ଦିନ ଶୀବ ଏବଂ ମାତା ପାର୍ବତୀଙ୍କ ବିବାହ ହୋଇଥିଲା ବୋଲି ମାନ୍ୟତା ରହିଛି । ତେବେ ଚଳିତ ବର୍ଷ ମହାଶିବରାତ୍ରିକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି । କିଛି ଲୋକଙ୍କ ଅନୁସାରେ ୨୬ ଫେବୃଆରୀରେ ଶୀବରାତ୍ରୀ ପାଳନ କରାଯିବ ସେହିରକି ୨୭ ଫେବୃଆରୀରେ ଶୀବରାତ୍ରୀ ପାଳନ କରାଯିବ ବୋଲି ଅନେକ ଦାବି ରଖିଛନ୍ତି । ଚାଲନ୍ତୁ ଜାଣିବା କେଉଁ ଦିନ ପାଳନ କରାଯିବ ଶିବରାତ୍ରୀ ।

ମହାଶିବରାତ୍ରିର ଉପବାସ ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ, ଯାହା ୨୬ ଫେବୃଆରୀ ସକାଳ ୧୧:୦୮ ରେ ଆରମ୍ଭ ହେବ ଏବଂ ୨୭ ଫେବୃଆରୀ ସକାଳ ୮:୫୪ ରେ ଶେଷ ହେବ, ତେଣୁ ଏଥର ମହାଶିବରାତ୍ରି କେବଳ ୨୬ ଫେବୃଆରୀରେ ପାଳନ କରାଯିବ।












Click it and Unblock the Notifications