୧ ନା ୨ କେଉଁ ଦିନ ଆରମ୍ଭ ହେବ ରମଜାନ ମାସ

Ramadan 2025: ରମଜାନ ମାସ ଇସଲାମର ପବିତ୍ର ମାସ ମଧ୍ୟରୁ ଗୋଟିଏ, ଯାହା ଶାବାନ ପରେ ଆସେ। ମୁସଲମାନମାନେ ବର୍ଷସାରା ଏହି ପବିତ୍ର ଦିନ ଅପେକ୍ଷାରେ ଥାନ୍ତି । ଆଉ ମାତ୍ର କିଛି ଘଣ୍ଟା ମଧ୍ୟ ରମଜାନ ଆରମ୍ଭ ହେବାକୁ ଯାଉଛି । ତେବେ ବର୍ତ୍ତମାନ ସମସ୍ତଙ୍କ ନଜର ଆକାଶ ଉପରେ କାରଣ ଚନ୍ଦ୍ର ଦେଖାଯିବା ମାତ୍ରେ, ପବିତ୍ର ରମଜାନ ମାସ ଆରମ୍ଭ ହେବ ଏବଂ ମୁସଲମାନ ଭାଇଭଉଣୀ ଉପବାସରେ ରଖିବେ ।

ଇସଲାମିକ କ୍ୟାଲେଣ୍ଡରର ସମସ୍ତ ୧୨ ମାସ ମଧ୍ୟରେ ରମଜାନ ହେଉଛି ସବୁଠାରୁ ପବିତ୍ର ଏବଂ ଆଶୀର୍ବାଦପୂର୍ଣ୍ଣ ମାସ । ରମଜାନ ମାସରେ ଉପବାସ ରଖି ଦାନଧର୍ମ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ଏବଂ ମାନ୍ୟତା ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ମାସରେ କେବେ ଆରମ୍ଭ ହେବ ରମଜାନ ମାସ ଏବଂ କେଉଁ ଦିନ ମୁସଲମାନମାନେ ପ୍ରଥମ ରୋଜା ରଖିବେ।

Ramadan 2025

ରମଜାନ ମାସ ଆରମ୍ଭର ସମ୍ଭାବ୍ୟ ତାରିଖ ୨୮ ଫେବୃଆରୀ କିମ୍ବା ୧ ମାର୍ଚ୍ଚ ବୋଲି କୁହାଯାଉଛି। ତଥାପି, ଚନ୍ଦ୍ର ଦେଖାଯିବା ପରେ ହିଁ ଆନୁଷ୍ଠାନିକ ତାରିଖ ଘୋଷଣା କରାଯିବ। ଇସଲାମ ସହିତ ଜଡିତ ପ୍ରାୟ ସମସ୍ତ ପର୍ବପର୍ବାଣୀ କେବଳ ଚନ୍ଦ୍ର ଦେଖିବା ପରେ ସ୍ଥିର କରାଯାଏ। ସେହିପରି, ରମଜାନ ମଧ୍ୟ ଚନ୍ଦ୍ର ଦେଖାଯିବା ପରେ ଆରମ୍ଭ ହୁଏ। ଯଦି ଆଜି ଅର୍ଥାତ୍ ୨୮ ଫେବୃଆରୀରେ ରମଜାନର ଚାନ୍ଦ ଦେଖାଯାଏ, ତେବେ ଆସନ୍ତାକାଲି ୧ ମାର୍ଚ୍ଚରେ ପ୍ରଥମ ରୋଜା ପାଳନ କରାଯିବ। ଯଦି ଆଜି ଚନ୍ଦ୍ର ଦେଖାଯାଉନାହିଁ, ତେବେ ଉପବାସ କରୁଥିବା ଲୋକମାନେ ମାର୍ଚ୍ଚ ୨ ରୁ ଉପବାସ ଆରମ୍ଭ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+