ମଥୁରାରେ କେବେ ପାଳନ କରାଯିବ ଜନ୍ମାଷ୍ଟମୀ
Janmashtami 2024: ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାରେ ଜନ୍ମାଷ୍ଟମୀ 26 ଅଗଷ୍ଟ 2024ରେ ପାଳନ କରାଯିବ । ଏହି ଦିନ ବାଲ ଗୋପାଲଙ୍କୁ ମନ୍ଦିର ପରିସରରେ ମଧ୍ୟରାତ୍ରିରେ ପୂଜାର୍ଚ୍ଚନା କରିବେ । ସେହିପରି ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରରେ ଜନ୍ମାଷ୍ଟମୀ 27 ଅଗଷ୍ଟ 2024 ରେ ପାଳନ କରାଯିବ । ଏଠାରେ ବାଙ୍କେବିହାରୀଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି 365 ଦିନ ଏହି ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥାଏ । ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କର ଖାସ ଦର୍ଶନ ହୋଇଥାଏ ।

ବାଙ୍କେ ବିହାରୀ ମନ୍ଦିରରେ ଜନ୍ମାଷ୍ଟମୀ ଦିନ ସଂନ୍ଧ୍ୟା ପୂଜା ପରେ ରାତିରେ ଭଗବାନଙ୍କର ଅଭିଷେକ କରାଯିବ । ଏହାପରେ ପ୍ରଭୁ ବାଙ୍କେ ବିହାରୀଙ୍କର ମଙ୍ଗଳ ଆଳତୀ କରାଯିବ ଯାହା ବର୍ଷକରେ କେବଳ ଥରେ ହିଁ ହୋଇଥାଏ । ଜନ୍ମାଷ୍ଟମୀ ରାତି 12ଟାରେ ବାଲ କୃଷ୍ଣଙ୍କର ମହାଅଭିଷେକ କରାଯିବ । ଯାହା ପ୍ରାୟ 2 ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏହା ପରେ ବାଙ୍କେ ବିହାରୀଙ୍କୁ ଫଳମୂଳ ଏବଂ ଭୋଗ ପ୍ରଦାନ କରାଯିବ ।












Click it and Unblock the Notifications