Get Updates
Get notified of breaking news, exclusive insights, and must-see stories!

ଚଳିତ ବର୍ଷ କେତେ ତାରିଖରେ ପଡୁଛି ରାମ ନବମୀ

Ram Navami 2025: ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ରାମନବମୀ ପାଳନ କରାଯାଏ। ମାନ୍ୟତା ରହିଛି ପ୍ରଭୁ ରାମ ରାକ୍ଷସମାନଙ୍କ ବିନାଶ କରି ବିଶ୍ୱକୁ ନକାରାତ୍ମକ ଶକ୍ତିଠାରୁ ମୁକ୍ତ କରିବା ପାଇଁ ଜନ୍ମ ନେଇଥିଲେ। ତ୍ରେତୟା ଯୁଗରେ, ଭଗବାନ ବିଷ୍ଣୁ ରାଜା ଦଶରଥଙ୍କ ପତ୍ନୀ କୌଶଲ୍ୟାଙ୍କ ଗର୍ଭରୁ ଶ୍ରୀରାମ ଭାବରେ ତାଙ୍କର ସପ୍ତମ ଅବତାର ଗ୍ରହଣ କରିଥିଲେ।

ପ୍ରତ୍ୟେକ ହିନ୍ଦୁ ଘରେ ରାମନବମୀରେ ରାମଲାଲାଙ୍କ ଜନ୍ମଦିନ ପାଳନ କରାଯାଏ । ବିଶେଷକରି ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଏହାର ବୈଭବ ଦେଖିବା ପାଇଁ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଚଳିତ ବର୍ଷ କେତେ ତାରିଖରେ ପଡୁଛି ରାମ ନବମୀ ।

ଚଳିତବର୍ଷ ରାମନବମୀ ୬ ଏପ୍ରିଲ ୨୦୨୫ରେ ପାଳନ କରାଯିବ। ଏହି ଦିନଟି ଚୈତ୍ର ନବରାତ୍ରିର ଶେଷ ଦିନ ମଧ୍ୟ । ରାମନବମୀ ପୂଜାର୍ଚ୍ଚନା କରିବାର ଉତ୍ତମ ସମୟ ହେଉଛି ମଧ୍ୟାହ୍ନ ବା ଖରା ବେଳ ସମୟ । ଯେଉଁଠି ଶ୍ରୀରାମଙ୍କ ନାମ ଜପ ଏବଂ ପୂଜାର୍ଚ୍ଚନା କରାଯାଏ ସେହି ପରିବାରରେ ସର୍ବଦା ସମୃଦ୍ଧି, ସୁଖ, ଶାନ୍ତି ରହିଥାଏ ବୋଲି କୁହାଯାଏ ।

ଚୈତ୍ର ମାସର ଶୁକ୍ଳ ପକ୍ଷର ନବମୀ ତିଥି ୫ ଏପ୍ରିଲ୍ ୨୦୨୫ ସନ୍ଧ୍ୟା ୭:୨୬ ରେ ଆରମ୍ଭ ହେବ ଏବଂ ପରଦିନ ୬ ଏପ୍ରିଲ୍, ୨୦୨୫ ରେ ସନ୍ଧ୍ୟା ୭:୨୨ ରେ ଶେଷ ହେବ। ରାମନବମୀ ପୂଜା ସକାଳ ୧୧.୦୮ ରୁ ଆରମ୍ଭ ହୋଇ ଅପରାହ୍ନ ୧.୩୯ ପର୍ଯ୍ୟନ୍ତ ଚାଲିବ। ରାମଲାଲାଙ୍କ ଜନ୍ମ ଦିନ ୧୨ଟାରେ ହୋଇଥିଲା, ତେଣୁ ପୂଜା ଏବଂ ଅଭିଷେକ ପାଇଁ ମଧ୍ୟାହ୍ନ ୧୨.୩୪ ସମୟ ସବୁଠାରୁ ଶୁଭ ସମୟ ବୋଲି ବିବେଚନା କରାଏ ।

Ram Navami 2025

ରାମନବମୀରେ ଭକ୍ତମାନେ ରାମାୟଣ ପାଠ କରନ୍ତି। ରାମ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି ।
ଅପରାହ୍ନରେ ରାମଲାଲାଙ୍କ ଅଭିଷେକ କରାଯାଏ। ରାମ ରକ୍ଷା ସ୍ତୋତ୍ର ମଧ୍ୟ ପାଠକରାଯାଏ ।
ଅନେକ ସ୍ଥାନରେ ଭଜନ ଏବଂ କୀର୍ତ୍ତନର ମଧ୍ୟ ଆୟୋଜନ କରାଯାଏ।
ଭଗବାନ ରାମଙ୍କ ମୂର୍ତ୍ତିକୁ ଫୁଲ ଏବଂ ମାଳରେ ସଜାଯାଇ ସ୍ଥାପନ କରାଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+