Pitru Paksha 2024: ପିତୃ ପକ୍ଷରେ ସମୟରେ କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ,ବଢିବ ସମସ୍ୟା
Pitru Paksha 2024: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରୁ ଆରମ୍ଭ କରି ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ରହିଥାଏ । ହିନ୍ଦୁ ଧର୍ମରେ ଏହାର ମହତ୍ୱ ଅଧିକ । ଏହି ସମସୟ ମଧ୍ୟରେ ପିତୃ ପୁରୁଷଙ୍କୁ ଶାନ୍ତି କରିବା ପାଇଁ ତର୍ପଣ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ । ଯାହାଫଳରେ ପିତୃପୁରୁଷଙ୍କ ଆର୍ଶିବାଦ ପ୍ରାପ୍ତି ହୋଇଥାଏ । ଚଳିବ ବର୍ଷ ୧୭ ସେପ୍ଚେମ୍ବର ରୁ ପିତୃପକ୍ଷ ଆରମ୍ଭ ହେବ ।
ପିତୃପକ୍ଷ ଚାଲିବା ସମୟରେ ଯେଉଁମାନେ ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରନ୍ତି, ସେମାନେ ଏହି ସମୟରେ କେଶ ଏବଂ ନିଶ ଦାଢି କାଟିବା ଅନୁଚିତ। ଏପରି କରିବା ଦ୍ୱାରା ଅର୍ଥ ହାନୀ ହେବା ସହ ସ୍ୱାସ୍ଥ୍ୟ ଗତ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ସେହିପରି ଏହି ସମୟେ ଘରକୁ ଆମିଷ ଆଣନ୍ତୁ ନାହିଁ । ସାତ୍ୱିକ ଖାଦ୍ୟ ଖାଇବା ଉଚିତ୍ । ରସୁଣ, ପିଆଜରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଖାଇବା ଉଚିତ୍ ନୁହେଁ । ଖାସ୍ କରି ଯେଉଁମାନେ ପିତୃପକ୍ଷ ଉପରେ ଦୌନିକ ତର୍ପଣ କରନ୍ତି ସେମାନେ ତମସିକ ଖାଦ୍ୟରୁ ଦୂରେଇ ରହିବା ଉଚିତ୍। ସେହିପରି ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତି ନାହିଁ ।
ପିତୃପକ୍ଷ ଆରମ୍ଭ ପୂର୍ବରୁ ନୂଆ ବସ୍ତ୍ର କିଣି ନିଅନ୍ତୁ । ତେବେ ଯଦି କିଛି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯାଉଛନ୍ତି ତେବେ ଏହା ପୂର୍ବରୁ କରି ନିଅନ୍ତୁ ନଚେତ୍ ପିତୃପକ୍ଷ ସରିବା ପରେ କରନ୍ତୁ ।
ତେବେ ଆଶ୍ୱିନ ମାସର ପ୍ରଥମ ପକ୍ଷକୁ "ପିତୃପକ୍ଷ" କୁହାଯାଏ ସେହିପରି ଏହାକୁ ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ପାଳିତ ହୁଏ। 'ମହାଳୟା' ହିନ୍ଦୁ ଧର୍ମର ବିଶେଷ ଦିନ ଭାବରେ ପରିଗଣିତ । ପୂର୍ବ-ପୁରୁଷଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ ।
ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ଯାଏଁ ପିତୃପକ୍ଷ ପାଳନ କରାଯାଏ । ତେବେ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ । ହିନ୍ଦୁ ଧର୍ମ ଅନୁସାରେ ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଯାହା ଦ୍ୱାରା ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହୋଇଥାଏ ।












Click it and Unblock the Notifications