ଅକ୍ଷୟ ତୃତ୍ରୀୟାରେ ସୁନା ଛଡା ଏହି ସାମଗ୍ରୀ କିଣିଲେ ମିଳିବ ଶୁଭ ଫଳ
Akshaya Tritiya 2024: ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟ ପାଳନ କରାଯାଇଥାଏ । ଯାହା ଚଳିତ ବର୍ଷ ମେ ୧୦ ତାରିଖ ଶୁକ୍ରବାର ଦିନ ପଡୁଛି । ହିନ୍ଦୁ ଧର୍ମରେ ଏହି ଦିନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଅକ୍ଷୟ ତୃତୀୟ ଦିନ ପୂଜା କରିବା, ଶୁଭ କାର୍ଯ୍ୟର ଆରମ୍ଭ କରିବା ସୁନା କିଣିବାକୁ ଶୁଭ ବୋଲି ବିବେଚନା କରାଯାଇଥାଏ ।
ମାନ୍ୟତା ରହିଛି ଯେ, ଏହି ଦିନ ସୁନା କିଣିବା ଦ୍ୱାରା ଶୁଭ ଫଳ ମିଳିଥାଏ । ମା'ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ହେଲେ ସୁନା ମହଙ୍ଗା ହୋଇଥିବାରୁ ସମସ୍ତେ ଏହାକୁ କିଣି ପାରନ୍ତି ନାହିଁ । ହେଲେ ଏଥିରେ ନିରାଶ ହେବାର ଆବଶ୍ୟକତା ନାହିଁ । ଯଦି ଆପଣ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ସକ୍ଷମ ନୁହଁନ୍ତି, ତେବେ ଆପଣ ଅନ୍ୟ ଜିନିଷ ମଧ୍ୟ କିଣି ପାରିବେ, ଯାହାକୁ ଶୁଭ ବୋଲି ମଧ୍ୟ ବିବେଚନା କରାଯାଏ । ଆସନ୍ତୁ ଜାଣିବା ଏହି ଦିନ କେଉଁ କେଉଁ ସାମଗ୍ରୀକୁ କିଣିବା ଉଚିତ୍ ।

କଉଡି: ମା'ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଏବଂ ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଅକ୍ଷୟ ତୃତୀୟ ଦିନ କଉଡି କିଣିବା ଶୁଭ ଭାବେ ବିବେଚନା କରାଯାଏ । କାରଣ ଏହା ମା'ଙ୍କର ଅତି ପ୍ରିୟ ସାମଗ୍ରୀ ମଧ୍ୟରୁ ଏକ । ତେବେ କଉଡି କିଣିବା ସବ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପାଦରେ ଅର୍ପଣ କରନ୍ତୁ ଏବଂ ପୂଜାର୍ଚ୍ଚନା କରନ୍ତୁ । ଏକ ନାଲି କପଡ଼ାରେ ଗୁଡ଼ାଇ ଟଙ୍କା ରଖାଯାଇଥିବା ସ୍ଥାନରେ ରଖନ୍ତୁ ।
ରୂପା: ସୁନା ପରି ରୂପା ମଧ୍ୟ ଏକ ଶୁଭ ଧାତୁ ଭାବରେ ବିବେଚନା କରାଯାଏ । ଯଦି ଆପଣ ଅକ୍ଷୟ ତୃତୀୟରେ ସୁନା କିଣିବାକୁ ସକ୍ଷମ ନୁହଁନ୍ତି ତେବେ ଆପଣ ରୂପା ମୁଦ୍ରା, ରୂପା ପ୍ରତିମା କିମ୍ବା ରୂପାର କୌଣସି ଜିନିଷ କିଣିପାରିବେ ।
ମାଟି ପାତ୍ର: ଅକ୍ଷୟ ତୃତୀୟ ଦିନ ଏକ ମାଟି ପାତ୍ର କିଣିବା ଶୁଭ ବୋଲି ମାନ୍ୟତା ରହିଛି । ଅକ୍ଷୟ ତୃତୀୟ ଦିନ ଜଳ ଦାନ କରିବା ଅତ୍ୟନ୍ତ ଶୁଭ ଏବଂ ଉତ୍ତମ ବୋଲି ମାନ୍ୟତା ରହିଛି ।
ଗହମ: ଅକ୍ଷୟ ତୃତୀୟ ଦିନ ଗହମ କିଣିବା ସୁନା କିଣିବା ସହ ସମାନ ବୋଲି କୁହାଯାଏ । କାରଣ ଏହା ବ୍ରହ୍ମାଣ୍ଡର ପ୍ରଥମ ଖାଦ୍ୟ ବୋଲି ମାନ୍ୟତା ରହିଛି । ଗହମକୁ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ । ତେଣୁ ଏହା କିଣିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications