Rukuna Rath Yatra: ରୁକୁଣା ରଥଯାତ୍ରାର ବିଶେଷତ୍ୱ ?
ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ । ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା।
ପୌରାଣିକ କିମ୍ବଦନ୍ତୀ
ପୌରାଣିକ କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ । ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା । ଏହିପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ । ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କ'ଣ ବର ଚାହଁ ବୋଲି ପଚାରିଲେ । ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ସଦାଶିବ (ଲିଙ୍ଗରାଜ), ଦେବୀ ରୁକୁଣା ବା ଗୋପାଳୁଣୀ (ଦୂର୍ଗା) ଯେ ମୂଳ ପାର୍ବତୀ ଅଟନ୍ତି ଏବଂ ସ୍କନ୍ଦଙ୍କୁ ଧରିକି ରାମେଶ୍ବର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ । କିନ୍ତୁ କାଳ କ୍ରମେ ମନ୍ଦିର ଅବହେଳା ହେଇଥିବାରୁ ଆଉ ବୈଷ୍ଣବ ପ୍ରଭାବ ବଢିବାରୁ ସ୍କନ୍ଦଙ୍କ ମୂର୍ତ୍ତି ଚୋରି ହେଇଗଲା ଆଉ ବର୍ତ୍ତମାନ ଦୋଳଗୋବିନ୍ଦ ଯାଇଛନ୍ତି । ଭକ୍ତଙ୍କ ମନୋବଞ୍ଛା ପୁରା କରିବା ପାଇଁ ଆଉ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି । ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଛି । ଏହାବ୍ୟତୀତ ରଥଯାତ୍ରାର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି ଯେ ମା ଭୁବନେଶ୍ୱରୀ ଏହିଦିନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ସୁରାସରକୁ ବଧ କରିବା ପାଇଁ ଯାତ୍ରା କରିଥାନ୍ତି । ଏହି ଯାତ୍ରା ଆରମ୍ଭରେ ଯୋଉ ରଥ ଯାଏ ସେଇୟା ତ୍ରିପୁରା ବିଜୟୀ ରଥ। ଶିବ ତ୍ରିପୁରାସୁରକୁ ବଧ କରିବା ପାଇଁ ଯୋଉ ରଥରେ ଗମନ କରିଥିଲେ ସେଇ ରଥକୁ ଅନୁକରଣ କରିକି ଏଇ ରଥ ନିର୍ମାଣ କରା ଯାଏ ଏବଂ ରଥର ବିଭିନ୍ନ ଅଂଶରେ ବିଭିନ୍ନ ଦେବତାଙ୍କୁ ନ୍ୟାସ କରାଯାଏ ।













Click it and Unblock the Notifications