କେତେ ତାରିଖରେ ଆରମ୍ଭ ହେବା ଶାରଦୀୟ ନବରାତ୍ରୀ
Navratri 2024: ଆରମ୍ଭ ହୋଇସାରିଛି ପାର୍ବଣ ଋତୁ । ଦୁର୍ଗା ପୂଜା ପାଇଁ ସବୁଠି ଉତ୍ସାହର ମାହୋଲ । ଏହି ପର୍ବ ସମଗ୍ର ଭାରତରେ ପାଳନ କରାଯିବ । ଆଶ୍ୱିନ ମାସର ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ କଳସ ସ୍ଥାପନା କରାଯିବ । ଏଥିସହିତ ଆରମ୍ଭ ହେବା ନବରାତ୍ରୀ ପୂଜା । ନବରାତ୍ରୀ ସମୟରେ ଅଷ୍ଟମୀ ଏବଂ ମହାନାବମୀ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଅକ୍ଟୋବର ୩ ତାରିଖରୁ ଆରମ୍ଭ ହେବ ମା" ଜଗତଜନନୀଙ୍କ ଶାରଦୀୟ ନବରାତ୍ରୀ ପୂଜା । ନବରାତ୍ରୀରେ କଳ ସ୍ଥାପନା ପାଇଁ ଶୁଭ ସମୟ ସକାଳ ୬ଟା ୧୫ ମିନିଟରୁ ଆରମ୍ଭ ହୋଇ ୭ଟା ୨୨ ମିନିଟ୍ ପର୍ଯ୍ୟନ୍ତ ରହିଛି ।
ଚଳିତ ବର୍ଷ ଅକ୍ଟୋବର ୯ ରାତି ଓ ୧୦ ସକାଳୁ ଆରମ୍ଭ ହେଉଛି ମା ଦୁର୍ଗାଙ୍କ ପୂଜା । ଶାରଦୀୟ ପୂଜାର ସପ୍ତମୀ ତିଥି ଆରମ୍ଭ ହେଉଛି । ଏହି ଦିନ ବିଲ୍ବ ପୂଜା ଏବଂ ଅଧିବାସ ପରମ୍ପରା ରହିଛି । ୧୧ ତାରିଖରେ ମାଆଙ୍କ ମହାଷ୍ଟମୀ ପୂଜା ହେବ ସହ ସମାନ ଦିନ କନ୍ୟା ପୂଜନ ମଧ୍ୟ କରାଯିବ ।

ଆଶ୍ୱିନ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ । ମା'ଙ୍କର ଅବତାର ହେଲା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ତଥା ସିଦ୍ଧିଦାତ୍ରୀ। ତେବେ ପ୍ରତ୍ୟେକ ଦିନ ଏହି ୯ ଅବତାରକୁ ଲାଗି ହୁଏ ୯ ପ୍ରକାରର ଭୋଗ । । ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରେ ଦଶହରାର ଖୁବ୍ ଜାକଜମକରେ ପାଳନ କରାଯାଏ ଦୁର୍ଗାପୂଜା।
ନବରାତ୍ର ପୂଜା ନିମନ୍ତେ ପ୍ରଥମେ ପୂଜାବେଦୀରେ ଘଟ ସ୍ଥାପନ କରି ଦେବୀଙ୍କୁ ଆବାହନ କରାଯାଇଥାଏ । ଏହା ପରେ ଧାନ କିମ୍ବା ଗହମ ଉପରେ ସ୍ଥାପନ କରାଯାଇଥିବା ଘଟରେ ଦେବୀ ଦୁର୍ଗାଙ୍କ ଛବି କିମ୍ବା ସ୍ୱସ୍ତିକ ଚିହ୍ନ ଅଙ୍କନ କରାଯାଏ । ନଅ ଦିନ ପର୍ଯ୍ୟନ୍ତ ପୂଜା ହୋଇ ଶେଷ ଦିନ ଘଟକୁ ବିସର୍ଜନ କରାଯାଏ । ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁ ଉଣା ବୟସର ୯ଜଣ କୁମାରୀଙ୍କୁ ଦୁର୍ଗାଙ୍କ ନଅଗୋଟି ମୂର୍ତ୍ତି, ଯଥା: କୁମାରୀ (କୁମାରିକା), ତ୍ରିମୂର୍ତ୍ତିନୀ (ତ୍ରିମୂର୍ତ୍ତି), କଲ୍ୟାଣୀ (କଳହାଣି), ରୋହିଣୀ, କାଳୀ, ଚଣ୍ଡିକା, ଶଂଭବୀ (ଶାମ୍ଭବୀ), ଦୁର୍ଗା ଓ ସୁଭଦ୍ରା ରୂପେ କଳ୍ପନା କରି ଭୋଜନ ଦିଆଯାଇଥାଏ ।
ନବରାତ୍ରିର ପବିତ୍ର ଉତ୍ସବରେ ମା'ଙ୍କର ନଅ ରୂପର ହୁଏ ପୂଜା। ପୂଜା ସମୟରେ ଯଦି ବାସ୍ତୁଶାସ୍ତ୍ର ଉପରେ ଧ୍ୟାନ ଦିଆଯାଏ,ତେବେ ମନୋବାଞ୍ଛିତ ଫଳ ନିଶ୍ଚୟ ପ୍ରାପ୍ତି ହୁଏ । ଏହାଦ୍ବାରା ଘରକୁ ସୁଖ, ଶାନ୍ତି ଓ ସମୃଦ୍ଧି ଆସିବ ବୋଲି ବିଶ୍ୱାସ ରହିଛି । ପ୍ରଥମତଃ ମା'ଙ୍କୁ ଘରକୁ ସ୍ବାଗତ କରିବା ପୂର୍ବରୁ ଘରକୁ ଭଲଭାବେ ସଫା କରନ୍ତୁ । ମା'ଙ୍କ ମୂର୍ତ୍ତି ଉତ୍ତର ପୂର୍ବ ଦିଗରେ ରଖନ୍ତୁ, ଯେମିତିକି ତାଙ୍କ ମୁହଁ ଦକ୍ଷିଣମୁଖୀ ହେବ । ଅଖଣ୍ଡ ଦୀପକୁ ଦକ୍ଷିଣ ପୂର୍ବ ଦିଗରେ ଜଳାନ୍ତୁ । ପୂଜା ପୂର୍ବରୁ ହଳଦୀ କୁମକୁମରେ ସ୍ବତିକ ଚିହ୍ନ କରନ୍ତୁ। ପୂଜାସ୍ଥଳରେ ଧଳା, ଈଷତ୍ ହଳଦିଆ, ସବୁଜ ପରି ରଙ୍ଗର ପେଣ୍ଟ ହୋଇଥିଲେ ଭଲ । ମା'ଙ୍କ ପୂଜା ପାଇଁ ଲାଲ ରଙ୍ଗର ଫୁଲ ବ୍ୟବହାର କରନ୍ତୁ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications