Get Updates
Get notified of breaking news, exclusive insights, and must-see stories!

ଆସନ୍ତା ସପ୍ତାହର ରାଶିଫଳ: ଜାଣନ୍ତୁ କେଉଁ ରାଶି ବଦଳିବ ଭାଗ୍ୟ

Weekly Horoscope: ଆଉ ଏକ ନୂଆ ସପ୍ତାହ ଆରମ୍ଭ ହେବା ପାଇଁ ଯାଉଛି । ଚାଲନ୍ତୁ ଜାଣିବା ଏହି ସପ୍ତାହରେ କେଉଁ ରାଶି ଉପରେ ପଡିବ କିଭଳି ପ୍ରବାଭ ।

ମେଷ: ଏହି ସପ୍ତାହ ଆପଣଙ୍କୁ ପାଇଁ ମିଶ୍ରିତ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ନୂତନ ଗୃହ ନିର୍ମାଣ କରିବାର ଯୋଜନା କରିପାରନ୍ତି । ଧନ ଲାଭର ଯୋଗ ରହିଛି ହେଲେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ପରିବାର ସହ ସମୟ ବିତାଇବା ପାଇଁ ପସନ୍ଦ କରିବେ । ଜୀବନସାଥୀଙ୍କ ସହ ପ୍ରେମ ବଢିବ ।

ବୃଷ:ସପ୍ତାହ ଆରମ୍ଭରେ ଚାପ ଅଧିକ ରହିବ । ଜମିବାଡିକୁ ନେଇ ବିବାଦ ସୃଷ୍ଟି ହୋଇପାରେ । ଶତ୍ରୁ ମାନେ କୌଣସି କ୍ଷତି କରିପାରିବେ ନାହିଁ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ । ଯାତାୟତ ସମୟରେ ସତର୍କ ରୁହନ୍ତୁ । ପାରିବାରିକ ସମସ୍ୟା ପାଇଁ ଚିନ୍ତାରେ ରହିବେ । ପ୍ରେମ ପାଇଁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ ।

ମିଥୁନ:ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ନୂଆ ଲକ୍ଷ ପୂରଣ କରିବା ପାଇଁ ପରିବାରର ସାହାଯ୍ୟ ସହଯୋଗ ମିଳିବ । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ବକୟା ଟଙ୍କା ଫେରି ପାଇବେ । ଛାତ୍ରଛାତ୍ରୀ ପାଠପଢାରେ ସମୟ ଅତିବାହିତ କରିବେ ।ପ୍ରତ୍ୟକ ଦିନ ଶିବଲିଙ୍ଗରେ ତମ୍ବା ଲୋଟାରେ ଜଳ ଅର୍ପଣ କରନ୍ତୁ ।

Weekly Horoscope

କର୍କଟ: ବ୍ୟବସାୟ ବଢାଇବାରେ ସମର୍ଥ ହେବେ । ପାରିବାରିକ ସମସ୍ୟା ଦୂର ହେବ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଓ ପ୍ରତ୍ୟେକ ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ । ଧନ ପ୍ରାପ୍ତି ହେବ । ବିଦେଶ ଯାତ୍ରାର ସୁଯୋଗ ପାଇପାରନ୍ତି । କାର୍ଯ୍ୟାଳୟରେ ଉପରିସ୍ତ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ସପ୍ତାହ ଶେଷରେ ପରିବାର ସହ ବାହାରକୁ ବୁଲି ଯାଇପାରନ୍ତି ।

ସିଂହ: ପୁରା ସପ୍ତାହ ଆପଣଙ୍କ ପାଇଁ ମିଶ୍ରିତ ରହିବ । ରାଜନୀତି କ୍ଷେତ୍ରରେ ସୁଫଳ ପାଇବେ । ସାମାଜିକ ପତିଆରା ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ସୁନାମ ଅର୍ଜନ କରିବେ । ନୂଆ ଯାନବାହନ କିଣିବାରେ ସମସ୍ୟା ସୃଷ୍ଟି ହୋଇ ପାରେ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।

କନ୍ୟା: ଦାମ୍ପତ୍ୟ ଜୀବନ ଖୁସିର କଟିବ । ଭାଇ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଉତ୍ତମ ହେବ । ଘରୋଇ ବିବାଦରୁ ଦୂରାଇ ରୁହନ୍ତୁ । କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଚିନ୍ତାରେ ରହିପାରନ୍ତି । ଛୋଟପିଲାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ସପ୍ତାହ ଆପଣଙ୍କ ପାଇଁ ମିଶ୍ରିତ ରହିବ ।

ତୁଳା: ସପ୍ତାହରେ ବଡ଼ ଅନୁଷ୍ଠାନରେ ପକ୍ଷରୁ ଆପଣଙ୍କୁ ସମ୍ମାନିକ କରାଯିବ । ଛାତ୍ରଛାତ୍ରୀ ପାଠପଢାରେ ମନ ଲଗାଇବେ । କୌଣସି କାରଣରୁ ଦୂରଯାତ୍ରା କରିପାରନ୍ତି । ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ । ସ୍ୟାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ବିଛା: ଏହି ସପ୍ତାହ ବ୍ୟସ୍ତବହୁଳ ରହିବ । ସପ୍ତାହ ଆରମ୍ଭରୁ ଚାକିରି କ୍ଷେତ୍ରରେ ସମସ୍ୟା ଦେଖାଦେବ । ନିଜ ଭବିଷ୍ୟତ ପାଇଁ ବା କ୍ୟାରିୟର ପାଇଁ କୌଣସି ବଡ଼ ପଦକ୍ଷେପ ନେଇ
ପାରନ୍ତି । ପରିବାର ସହ ସମୟ ବିତାଇବେ । ସ୍ୱାସ୍ଥ୍ୟ ଭଲ ରହିବ । ଏହି ସପ୍ତାହ କୌଣସି ଶୁଭ ସମ୍ବାଦ ପାଇପାରନ୍ତି । ଧନ ପ୍ରାପ୍ତ ହେବାର ସମ୍ଭାବନା ରହିଛି ।

ଧନୁ: ଏହି ସପ୍ତାହ କର୍ମକ୍ଷେତ୍ରରେ ଅନେକ ଦିନରୁ ଆଶା ପୂରଣ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ଅନୁକୂଳ ପରିଣାମ ପାଇବେ । ଜୀବନସାଥୀଙ୍କ ସହ କୌଣସି କାରଣରୁ ମତଭେଦ ହୋଇପାରେ ।

ମକର: ଏହି ସପ୍ତାହ ପରିବାର ଓ ବନ୍ଧୁଙ୍କ ସହ ଦିନଟି କଟିବ । କର୍ତ୍ତବ୍ୟ ପରାୟଣ ହେବେ । ପରିକ୍ଷା ଏବଂ ପ୍ରତିଯୋଗିତାରେ ଉତ୍ତିର୍ଣ୍ଣ ହେବେ । ଶତ୍ରୁ ବୃଦ୍ଧି ହୋଇ ପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ ।

କୁମ୍ଭ: ଏହି ସପ୍ତାହ କାର୍ଯ୍ୟରେ ସଫଳତା ମିଳିବ । ଅଫିସ ପରିସ୍ଥିତିକୁ ନେଇ ଚିନ୍ତାରେ ରହିବେ । ରାସ୍ତାଘାଟରେ ସତର୍କ ହୋଇ ଯିବା ଆସିବା କରନ୍ତୁ । ପାରିବାରିକ ଜୀବନ ସୁଖମୟ ହେବ ।

ମୀନ: ହି ସପ୍ତାହ ବ୍ୟସ୍ତବହୁଳ ରହିବ । ରାଜନୀତି କ୍ଷେତ୍ରରେ ଜଶମାନ ବୃଦ୍ଧି ହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପ୍ରଚୁର ଅର୍ଥ ଲାଭ କରିପାରନ୍ତି । ଉଚ୍ଚ ଆଶା ପୂରଣ ହେବ । ବୈବାହିକ ଜୀବନ ସୁଖମୟ ହେବ । କମ୍ ପରିଶ୍ରମରେ ଅର୍ଥ ରୋଜଗାର କରିପାରିବେ । ଆକସ୍ମିକ ଧନ ଲାଭର ଯୋଗ ରହିଛି ।
କୋର୍ଟ-କଚେରୀ କାର୍ଯ୍ୟରେ ଜୟଯୁକ୍ତ ହେବେ । ପାରିବାରିକ ସୁଖଶାନ୍ତି ରହିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+