Weekly Horoscope 20 To 27 October: ଜାଣନ୍ତୁ କିପରି କଟିବ ଆପଣ ଏହି ଆସନ୍ତା ସୁପ୍ତାହ
Weekly Horoscope 20 To 27 October: ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି । ଚାଲନ୍ତୁ ଜାଣିବା ଏହି ସପ୍ତାହ ଆପଣଙ୍କର କିପରି କଟିବ ।
ମେଷ ରାଶି: ସପ୍ତାହ ଆରମ୍ଭରୁ ଆପଣଙ୍କ କ୍ୟାରିୟର ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଆଣିବ । ନିଜ ଲକ୍ଷ୍ୟ ହାସଲ କରିବେ । ଅଧିକ ଟଙ୍କା ରୋଜଗାର କରିବାକୁ ନୂଆ ବାଟ ଖୋଜିବେ ଏବଂ ଲାଭବାନ ମଧ୍ୟ ହେବେ । ପରିବାର ସହିତ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ, ଆପଣ ସଫଳ ହେବେ । ଆର୍ଥିକ କ୍ଷେତ୍ରରେ ସମାଧାନ ରୁହନ୍ତୁ ଚାକିରି ଏବଂ ବ୍ୟବସାୟରେ ତୁମେ ଉପଯୁକ୍ତ ସଫଳତା ପାଇବ ।
ବୃଷ ରାଶି: ଆଗାମୀ ସପ୍ତାହରେ ଘରେ ଓ ବାହାରେ କିଛି କଥାକୁ ନେଇ ଅସନ୍ତୋଷ ଦେଖାଦେବ । ଅନ୍ୟମନଷ୍କ ରହିବେ । ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପ୍ରତିବନ୍ଧକଗୁଡିକ ଦୂର ହୋଇଯିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ନିଜର ଜୀବନସାଥୀଙ୍କ କାର୍ଯ୍ୟକଳାପକୁ ନେଇ ଆପଣ ସାମାନ୍ୟ ଅସନ୍ତୋଷ ହୋଇପାରନ୍ତି । ଦୂରଯାତ୍ରା କରିପାରନ୍ତି ।

ମିଥୁନ ରାଶି: ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ କଷ୍ଟଦାୟକ ରହିପାରେ , କାମରେ ସଫଳ ମିଳିବ ହେଲେ ପର ନିନ୍ଦା କରନ୍ତୁ ନାହିଁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଚାକିରି ବଦଳାଇବାକୁ ଚାହିଁବେ କିମ୍ବା ସାମାନ୍ୟ ଦୁର୍ବଳ ଅନୁଭବ କରିବେ । ସପ୍ତାହର ଶେଷ ଭାଗ ଆଡକୁ ଆପଣ ନିଜ କ୍ୟାରିଅର କିମ୍ବା ବ୍ୟବସାୟ ସମ୍ବନ୍ଧିତ କିଛି ବଡ ଖବର ପାଇବାର ସମ୍ଭାବନା ଅଛି ।
କର୍କଟ ରାଶି: ଏହି ସପ୍ତାହ ଆପଣଙ୍କ ବ୍ୟବସାୟ ପାଇଁ ଏକ ଶୁଭ ସମୟ ରହିବ । ହେଲେ ଚାପଗ୍ରସ୍ତ ରହିବେ । ଚାକିରି କରୁଥିବା ଲୋକମାନେ ମଧ୍ୟ କର୍ମ କ୍ଷେତ୍ରରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ଆୟ ତୁଳନାରେ ଅଧିକ ଖର୍ଚ୍ଚ ହେବ ।
ସିଂହ ରାଶି: କୌଣସି ନୂତନ ଯୋଜନାକୁ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଭଲ ଭାବରେ ବିଚାର କରି ପଦକ୍ଷେପ ନିଅନ୍ତୁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଫଳତା ପାଇବା ସହ ବନ୍ଧୁଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି । ଅଜଥା ବିବାଦରେ ପାଦ ଦିଅନ୍ତୁ ନାହିଁ । ଅସୁବିଧାରେ ପଡିପାରନ୍ତି ।
କନ୍ୟା ରାଶି: ପରିବାର ସହିତ ଅଧିକ ସମୟ ବିତାଇବା ପସନ୍ଦ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ଏବଂ ବ୍ୟବସାୟୀ ଲାଭବାନ ହେବେ । ଏହି ସପ୍ତାହ ଆପଣ କୌଣସି ଶୁଭ ଖବର ପାଇପାରନ୍ତି । ବ୍ୟବସାୟୀ ଦୁଇଗୁଣ ଲାଭ ପାଇପାରିବେ । ଯଦି ଆପଣ ସରକାରୀ ଚାକିରି ପାଇଁ ଚେଷ୍ଟା କରୁଛନ୍ତି ତେବେ ଖୁବ ଶୀଘ୍ର ସଫଳତା ପାଇପାରନ୍ତି । ଆର୍ଥିକ ପରିସ୍ଥିତି ଭଲ ରହିବ ।
ତୁଳା ରାଶି : ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଏହି ସପ୍ତାହ ବ୍ୟବସାୟ କରୁଥିବା ଲୋକ ମାନେ ଲାଭରେ ରହିବେ । ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ ।
ବିଛା ରାଶି : ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ମହିଳା ମାନଙ୍କୁ ସମ୍ମାନ ମିଳିବ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ ।
ଧନୁ ରାଶି: ଏହି ସପ୍ତାହ ଆପଣଙ୍କୁ ସତର୍କ ରୁହିବା ପାଇଁ ପଡିବ । ଟଙ୍କା ବିନିଯୋଗରୁ ଦୂରେଇ ରୁହନ୍ତୁ । ବ୍ୟବସାୟୀମାନେ ଆଜି ଲାଭରେ ରହିବେ । ଘରର ପରିବେଶ ଆନନ୍ଦଦାୟକ ରହିବ । ନିଜ ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ । ସ୍ୱାସ୍ଥ୍ୟ ଭଲ ରହିବ ।ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଅପରାହ୍ନରେ କୌଣସି ଶୁଭ ଖବର ମିଳିପାରେ । ବିଦ୍ୟାର୍ଥୀମାନେ ପଠାପଢାରେ କୃତିତ୍ୱ ଅର୍ଜନ କରିବେ । ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି ।
ମକର ରାଶି: କାମକାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାର ସମୟ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।
କୁମ୍ଭ ରାଶି: କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ । ଧନଲାଭର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ ।
ମୀନ ରାଶି: ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାର ସମୟ । ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ ।
-
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ...












Click it and Unblock the Notifications