Get Updates
Get notified of breaking news, exclusive insights, and must-see stories!

Vishwakarma Puja: ଆଜି ବିଶ୍ଵକର୍ମା ପୂଜା, କଣ ରହିଛି ପୂଜାବିଧି , ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କାହାଣୀ

Vishwakarma Puja: ବିଶ୍ଵକର୍ମା ଅର୍ଥାତ ବିଶ୍ଵର ରଚୟିତା ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର ସୃଷ୍ଟି କର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ଏଣୁ ବିଶ୍ଵକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ । ପୁରାଣରୁ ଜଣାଯାଏ ବିଶ୍ଵକର୍ମା ରୂପକ ବ୍ରହ୍ମା ପ୍ରାଣୀ ଜଗତ ସୃଷ୍ଟି ପାଇଁ ୮୪ ଲକ୍ଷ ଯୋନି ଉତ୍ପନ୍ନ କରିଥିଲେ । ବ୍ରହ୍ମା ଶ୍ରୀବିଷ୍ଣୁଙ୍କୁ ଜଗତରେ ଉତ୍ପନ୍ନ କରି ସମସ୍ତ ପ୍ରାଣୀକୁ ରକ୍ଷା ଓ ଭରଷପୋଷଣ ଦାୟିତ୍ଵ ଦେଲେ ।

ପ୍ରଜାଙ୍କୁ ଠିକ୍ ଓ ସୂଚାରୁ ରୂପେ ପାଳନ ଓ ହୁକୁମ ଦେବା ପାଇଁ ତାଙ୍କୁ ଅତ୍ୟନ୍ତ ଶକ୍ତିଶାଳୀ ତିବ୍ରଗାମୀ ସୁଦର୍ଶନ ଚକ୍ର ପ୍ରଦାନ କଲେ । ସଂସାରର ପ୍ରଳୟ ପାଇଁ ଅତ୍ୟନ୍ତ ଦୟାଳୁ ବାବା ଭୋଳାନାଥ ଶ୍ରୀ ଶଙ୍କରଙ୍କୁ ଦାୟିତ୍ଵ ଦେଲେ। ଭଗବାନ ଶଙ୍କରଙ୍କୁ ଡମ୍ବରୁ, କମଣ୍ଡଳ, ତ୍ରିଶୂଳ ଆଦି ପ୍ରଦାନ କଲେ । ତାଙ୍କ କପାଳରେ ପ୍ରଳୟକାରୀ ତୃତୀୟ ନେତ୍ର ପ୍ରଦାନ କଲେ ଓ ତାଙ୍କୁ ପ୍ରଳୟ ଶକ୍ତି ପ୍ରଦାନ କରି ଶକ୍ତିଶାଳୀ କରିଥିଲେ । ଯଥାନୁସାରେ ପ୍ରତ୍ୟେକ ଦେବତାଙ୍କ ପାଇଁ ଦେବୀ ରାଗ - ରାଗିନୀ ବୀଣାବାଦିନୀ ସରସ୍ଵତୀ, ମା' ଲକ୍ଷ୍ମୀ, ମା' ଗୌରୀ ବା ପାର୍ବତୀଙ୍କୁ ଦେଇ ଦେବତାମାନଙ୍କୁ ସୁଶୋଭିତ କରିଥିଲେ ।

ବିଶ୍ଵକର୍ମାଙ୍କ ପାଞ୍ଚ ଅବତାର
ଆମ ଧର୍ମଶାସ୍ତ୍ରୋ ତଥା ଗ୍ରନ୍ଥୋରେ ବିଶ୍ଵକର୍ମାଙ୍କ ପାଞ୍ଚ ସ୍ୱରୂପ ଅବା ଅବତାରର ବର୍ଣ୍ଣନା ରହିଛି ।

୧ - ବିରାଟ ବିଶ୍ଵକର୍ମା : ସୃଷ୍ଟି ରଚେତା

୨ - ଧର୍ମବଂଶୀ ବିଶ୍ଵକର୍ମା : ମହାନ ଶିଳ୍ପ ବିଜ୍ଞାନ ବିଧାତା ପ୍ରଭାତ ପୁତ୍ର

୩ - ଅଗ୍ନିବଂଶୀ ବିଶ୍ଵକର୍ମା : ଆଦି ବିଜ୍ଞାନ ବିଧାତା ବସୁ ପୁତ୍ର

୪ - ସୁଧନ୍ଵା ବିଶ୍ଵକର୍ମା : ମହାନ ଶିଳ୍ପଚାର୍ଯ୍ୟ ବିଜ୍ଞାନ ଜନ୍ମଦାତା ଋଷି ଅଥବୀଙ୍କ ପୁତ୍ର

୫ - ଭୁଗୃବଂଶୀ ବିଶ୍ଵକର୍ମା : ଉତ୍କୃଷ୍ଠ ଶିଳ୍ପ ବିଜ୍ଞାନଚାର୍ଯ୍ୟ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର

ପଞ୍ଚମୁଖ ବିଶ୍ଵକର୍ମା : ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ଵକର୍ମୀଙ୍କର ପଞ୍ଚମୁଖ । ତାଙ୍କର ପାଞ୍ଚ ମୁଖ ଯାହା ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଋଷିଙ୍କ ମନ୍ତ୍ର ଦ୍ଵାରା ଉତ୍ପନ୍ନ ହୋଇଛି । ତାଙ୍କର ନାମ ହେଉଛି ମନୁ, ମୟ, ତ୍ଵଷ୍ଟା, ଶିଳ୍ପୀ ଓ ଦେବଜ୍ଞ । ଏମାନଙ୍କୁ ମଧ୍ୟ ପାଞ୍ଚପୁତ୍ର କୁହାଯାଏ ।

ଋଷି ମନୁ ବିଶ୍ଵକର୍ମା - ଏହାଙ୍କୁ ସାନଗ ଗୋତ୍ରର ବୋଲି କୁହାଯାଏ । ଲୁହାର କାମର କାରିଗରୀ ଅଟନ୍ତି । ଏମାନଙ୍କ ବଂଶଜ ଲୋହକାର ରୂପେ ଜଣାପଡ଼ିଥିଲେ ।

ସନାତନ ଋଷି ମୟ - ଏମାନଙ୍କୁ ସନାତନ ଗୋତ୍ରର କୁହାଯାଏ । ଏମାନେ ବଢେଇ କାମର କାରିଗରୀ ସୃଷ୍ଟି କରିଥିଲେ । ଏମାନଙ୍କ ବଂଶଜଙ୍କୁ କାଷ୍ଠକାର ରୂପେ ମନାଯାଏ ।

ଅହଭୁନ ଋଷି ତ୍ଵଷ୍ଠା - ଏମାନଙ୍କ ଅନ୍ୟ ନାମ ତ୍ଵଷ୍ଠା । ଏମାନଙ୍କ ଗୋତ୍ର ଅହଂଭନ । ଏମାନଙ୍କ ବଂଶଜଙ୍କୁ ତାମ୍ରକ ରୂପେ ମନାଯାଏ। ଏମାନେ ତମ୍ବାର କାରିଗରୀ ଭାବେ ଜଣାଶୁଣା ହେଲେ ।

ପ୍ରୟତ୍ର ଋଷି ଶିଳ୍ପୀ - ଏମାନଙ୍କ ଅନ୍ୟ ନାମ ଶିଳ୍ପୀ, ଯାହାର ଗୋତ୍ର ପ୍ରୟତ୍ର । ଏମାନଙ୍କ ବଂଶଜ ଶିଳ୍ପକଳାର ଅଧିଷ୍ଠାତା ଅଟନ୍ତି । ଏମାନଙ୍କ ବଂଶଜଙ୍କୁ ମୂର୍ତ୍ତିକାର ବୋଲି ମନାଯାଏ ।

ଦେବଜ୍ଞ ଋଷି - ଏମାନଙ୍କ ଗୋତ୍ର ସୁର୍ପଣ । ଏମାନଙ୍କ ବଂଶଜଙ୍କୁ ସ୍ଵର୍ଣ୍ଣକାର ବୋଲି ମନାଯାଏ । ସ୍ଵର୍ଣ୍ଣ ଧାତୁରେ ଏମାନେ କାମ କରନ୍ତି ।

ବିଶ୍ଵକର୍ମାଙ୍କ ପଞ୍ଚପୁତ୍ର:
ପରମେଶ୍ଵର ବିଶ୍ଵକର୍ମାଙ୍କ ପାଞ୍ଚପୁତ୍ର ମନୁ, ମୟ, ତ୍ଵଷ୍ଠା, ଶିଳ୍ପୀ ଓ ଦେବଜ୍ଞ । ସଂସାରର ହିତ ପାଇଁ ଏମାନେ ଅସ୍ତ୍ରଶସ୍ତ୍ର ନର୍ମାଣ କରିଥିଲେ । ଲୋକହିତ ପାଇଁ ଅନେକ ପଦାର୍ଥ ତିଆରି କରିଥିଲେ ଯଥା : - ଘର, ମନ୍ଦିର, ଭବନ, ମୂର୍ତ୍ତି ଓ ଅଳଙ୍କାରମାନ ଆଦି ତିଆରି କରିଥିଲେ । ଏମାନଙ୍କ ପଦାର୍ଥ ଲୋକହିତକାରୀ । ଏଥିପାଇଁ ଏହି ପାଞ୍ଚ ଏବଂ ବନ୍ଦନୀୟ ବ୍ରାହ୍ମଣ ଯଜ୍ଞ କର୍ମ କରିଥାନ୍ତି । ଏମାନଙ୍କ ବିନା କୌଣସି ଯଜ୍ଞ ହୋଇପାରିବ ନାହିଁ ।

ମନୁ ଋଷି ଭଗବାନ ବିଶ୍ଵକର୍ମାଙ୍କ ସବୁଠାରୁ ବଡ ପୁତ୍ର । ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସହିତ ହୋଇଥିଲା । ସେ ମାନବ ସୃଷ୍ଟିର ନିର୍ମାଣ କରିଥିଲେ । ଏମାନଙ୍କ କୁଳରେ ଅଗ୍ନିଗର୍ଭ, ସର୍ବତୋମୁଖ, ବ୍ରହ୍ମ ଆଦି ଋଷି ଉତ୍ପନ୍ନ ହୋଇଥିଲେ ।

ଭଗବାନ ବିଶ୍ଵକର୍ମୀଙ୍କ ଅନ୍ୟ ପୁତ୍ର ମୟ ମହର୍ଷି । ତାଙ୍କର ବିବାହ ପରାସର ଋଷିଙ୍କ କନ୍ୟା ସୌସ୍ୟା ସହିତ ହୋଇଥିଲା । ସେ ଇନ୍ଦ୍ରଜାଳ ସୃଷ୍ଟିର ରଚନା କରିଥିଲେ । ତାଙ୍କର ବଂଶରେ ବିଷ୍ଣୁବର୍ଧନ, ସୂର୍ଯ୍ୟତନ୍ତ୍ରୀ, ତଖପାନ, ଓଜ, ମହୋଜ ମହର୍ଷି ଉତ୍ପନ୍ନ ହୋଇଥିଲେ ।

ଭଗବାନ ବିଶ୍ଵକର୍ମୀଙ୍କ ତୃତୀୟ ପୁତ୍ର ମହର୍ଷି ତ୍ଵଷ୍ଠା । ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଏମାନଙ୍କ ବଂଶରେ ତ୍ଵଷ୍ଠା, ତନ୍ତୁ, ବର୍ଧନ, ହିରଣ୍ୟଗର୍ଭ ଋଷି ଉତ୍ପନ୍ନ ହୋଇଥିଲେ । ଏମାନେ ଦେବତାଙ୍କ ପୂଜିତ ଋଷି ଥିଲେ ।

ଭଗବାନ ବିଶ୍ଵକର୍ମୀଙ୍କ ଚତୁର୍ଥ ପୁତ୍ର ମହୋର୍ଷି ଶିଳ୍ପୀ । ତାଙ୍କର ବିବାହ ଭୁଗଗୃ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା। ଏମାନଙ୍କର ବଂଶରେ ବୁଦ୍ଧି, ଧ୍ରୁନ, ହରିତାବଶ୍ଵ, ମେଧବାହ ନାଳ, ବସ୍ତୋଷ୍ୟତି, ଶବମୃତ୍ୟୁ ଆଦି ଋଷି ଥିଲେ। ଏମାନେ କଳା ବର୍ଣ୍ଣନା କରିଥିଲେ ।

ଭଗବାନ ବିଶ୍ଵକର୍ମୀଙ୍କ ପଞ୍ଚମପୁତ୍ର ମହର୍ଷି ଦେବଜ୍ଞ । ସେ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କୁ ବିବାହ କରିଥିଲେ । ଏମାନଙ୍କ ବଂଶରେ ସହଶାସ୍ତୁ, ହିରଣ୍ୟ, ସୂର୍ଯ୍ୟଗୋବିନ୍ଦ, ଲୋକବାନ୍ଧବ, ଅର୍କଷଳି ଇତ୍ୟାଦି ଋଷି ଜନ୍ମ ନେଇଥିଲେ । ଭଗବାନ ବିଶ୍ଵକର୍ମୀଙ୍କ ପଞ୍ଚମପୁତ୍ର ଓ ବଧୂ ମାଧ୍ୟମରେ ଜଗତରେ ବିଭିନ୍ନ କଳା କୌଶଳ ବିସ୍ତାର କରାଯାଇଥିଲା । ଆଜି ଯାହାବି ମଣିଷ ଜିନିଷ ବ୍ୟବହାର କରୁଛି, ତିଆରି କରୁଛି ଓ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ କରୁଛି, ତାହା ସେହି ଭଗବାନ ବିଶ୍ଵକର୍ମୀଙ୍କ କୃପା ।

Vishwakarma Puja

ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କାହାଣୀ
ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ବାଙ୍କି ମୂହାଣରୁ ସଂଗ୍ରହ କରାଯାଇଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ବଢେଇ ଖୋଜୁଥିଲେ । ଏହି ସମୟରେ ଜଣେ ବୁଢା ବଢେଇ ଆସି ପହଞ୍ଚି ଥିଲେ । ସେ ଯେ ମୂର୍ତ୍ତି ନିର୍ମାଣ କରିପାରିବେ ରାଜା ରାଣୀ ଏ ବିଶ୍ଵାସ କରିପାରିଲେ ନାହିଁ ।

ପରିଶେଷରେ ବୁଢା ବଢେଇକୁ ନିର୍ମାଣର ଦାୟିତ୍ଵ ଦିଆଗଲା । ବୁଢା ବଢେଇ ସର୍ତ୍ତ ରଖିଲେ ୨୧ ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ଵାର ଫିଟିବ ନାହିଁ । ସେ ଉପବାସ କରି ମୂର୍ତ୍ତିନିର୍ମାଣ କରିବେ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ଵାର ବନ୍ଦ ରଖିଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ୍ ଠକ୍ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି । ହଠାତ୍ ଆଉ ଶବ୍ଦ ନ ଶୁଭିଭାରୁ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ। ସେ ଭାବିଲେ ବୁଢା ବଢେଇ ମୃତ୍ୟୁ ବରଣ କରିଛନ୍ତି । ଗୁଣ୍ଡିଚାରାଣୀଙ୍କ ଅନୁରୋଧରୁ ଦ୍ଵାରଉନ୍ମୁକ୍ତ କରାଗଲା । ଦେଖାଗଲା ଯେ ବୁଢା ବଢେଇ ନାହାନ୍ତି - ଅଛି କେବଳ ଦରଗଢା ଜଗନ୍ନାଥ ମୂର୍ତ୍ତି । ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡିବାରୁ ଶୂନ୍ୟବାଣୀ ହେଲା ଯେ - "ମୋର ଯେଉଁ ରୂପ ଆବିର୍ଭାବ ହେବାର ଇଚ୍ଛା ସେହି ରୂପରେ ହିଁ ଆବିର୍ଭୂତ ହୋଇଛି । ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ । ଏହି ବୁଢା ବଢେଇ ସ୍ଵୟଂ ସ୍ଵର୍ଗ କାରିଗର ବିଶ୍ଵକର୍ମା ।

ମାତା ଲକ୍ଷ୍ମୀଙ୍କ ଗୃହ ନିର୍ମାଣ କରିଥିଲେ ବିଶ୍ଵକର୍ମା

ଲକ୍ଷ୍ମୀ ପୁରାଣରୁ ମଧ୍ୟ ଜଣାଯାଏ ଯେ ବିଶ୍ଵକର୍ମୀଙ୍କ ପୁର ହେଉଛି ବୈକୁଣ୍ଠପୁର । ଶ୍ରୀୟାଚଣ୍ଡାଳୁଣୀ ଘରକୁ ଜଗତ ଜନନୀ ମା' ଠାକୁରାଣୀ ଯାଇଥିଲେ ବୋଲି ବଳଭଦ୍ରଙ୍କ ପ୍ରରୋଚନାରେ ଯେତେବେଳେ ଜଗନ୍ନାଥ ତାଙ୍କୁ ମନ୍ଦିରରୁ ବାହାର କରିଦେଲେ ସେତେବେଳେ ମାଆ ଲକ୍ଷ୍ମୀ ବାପ ଘରକୁ ନଯାଇ ବିଶ୍ଵକର୍ମାଙ୍କୁ ସ୍ମରଣ କରି ନିବେଦନ କରିଥିଲେ ଗୋଟିଏ ଘର ନିର୍ମାଣ ପାଇଁ । ଏହି ବିଶ୍ଵକର୍ମା ବୈକୁଣ୍ଠରୁ ଅବତରଣ କରି ମା'ଙ୍କ ପାଇଁ ବୈକୁଣ୍ଠ ସମାନ ନଗର ନିର୍ମାଣ କରିଥିଲେ।

ସୁଦାମାଙ୍କ ଗୃହ ନିର୍ମାଣ କରିଥିଲେ ବିଶ୍ଵକର୍ମା

ଭାଗବତରୁ ଜଣାଯାଏ ଯେ ସେତେବେଳେ ଭକ୍ତ ସୁଦାମା ଖୁବ ଭଜା ହାତରେ ଧରି ଦ୍ଵାରକାର ରାଜା କୃଷ୍ଣଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ । ସେତେବେଳେ କୃଷ୍ଣ ଆନନ୍ଦରେ କୁଣ୍ଢାଇ ପାକାଇଥିଲେ । ସୁଦାମା ନିଜର ମନକଥା କୃଷ୍ଣଙ୍କ ପାଖରେ ପ୍ରକାଶ କରିନଥିଲେ ମଧ୍ୟ ଅନ୍ତର୍ଯ୍ୟମୀଙ୍କୁ କେଉଁ କଥା ଅଗୋଚର ସଙ୍ଗେ ସଙ୍ଗେ ଦେବ ଦେବ କୃଷ୍ଣ ବିଶ୍ଵକର୍ମୀଙ୍କୁ ଆଜ୍ଞା ଦେଇଥିଲେ ସୁଦାମାର ପ୍ରାସାଦ ନିର୍ମାଣ କରି ଧନ ଧାନ୍ୟ ଗୋପଲକ୍ଷ୍ମୀରେ ଭରରୂପ କରିବା ଲାଗି । ଦ୍ଵାରକା ଭୁବନରେ ଥିବା କୃଷ୍ଣଙ୍କର ପୁର ମଧ୍ୟ ଏହି ବିଶ୍ଵକର୍ମାଙ୍କ ଦ୍ଵାରା ନିର୍ମିତ ବୋଲି ଭାଗବତକୁ ଜଣାଯାଏ ।

ଦେବାଦେବୀଙ୍କ ବ୍ୟବାହାର୍ଯ୍ୟ ବସ୍ତୁ
ଭଗବାନ ବିଶ୍ଵକର୍ମା ଇନ୍ଦ୍ରପୁରୀ, ଯମପୁରୀ, ବରୁଣପୁରୀ, କୁବେରପୁରୀ, ପାଣ୍ଡବପୁରୀ, ସୁଦାମାପୁରୀ, ଶିବମଣ୍ଡଳପୁରୀ ଆଦି ନିର୍ମାଣ କରିଥିଲେ । ପୁଷ୍ପକ ବିମାନ ନିର୍ମାଣ ତଥା ସମସ୍ତ ଦେବୀଙ୍କ ଭବନ ଏବଂ ସେମାନଙ୍କ ଦୈନିକ ଉପଯୋଗୀ ବସ୍ତୁ ବିଶ୍ଵକର୍ମୀଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲେ । କର୍ଣ୍ଣଙ୍କ କୁଣ୍ଡଳ, ବିଷ୍ଣୁ ଭଗବାନଙ୍କ ସୁଦର୍ଶନ ଚକ୍ର, ଶଙ୍କର ଭଗବାନଙ୍କ ତ୍ରିଶୂଳ ଓ ଯମରାଜଙ୍କ କାଳଦଣ୍ଡ ଇତ୍ୟାଦି ନିର୍ମାଣ କରିଥିଲେ ଭଗବାନ ବିଶ୍ଵକର୍ମା।

ସୂର୍ଯ୍ୟ କିରଣ ସୃଷ୍ଟି
ଜୀବଜଗତକୁ ତିଷ୍ଠି ରଖିବାରେ ସହାୟକ ହେଉଥିବା ସୂର୍ଯ୍ୟ କିରଣ ମଧ୍ୟ ଭଗବାନ ବିଶ୍ଵକର୍ମୀଙ୍କ ଦ୍ଵାରା ସୃଷ୍ଟି ହୋଇଥିଲା । ରାଜବଲ୍ଲଭ ବାସ୍ତୁଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି । ଏହି ବର୍ଣ୍ଣନା ଅନ୍ୟ ଗ୍ରନ୍ଥରେ ମଧ୍ୟ ଦେଖିବାକୁ ମିଳେ । ବିଶ୍ଵକର୍ମୀଙ୍କୁ କମ୍ବାସୁତ୍ର, ପୁସ୍ତକ ଓ ଜ୍ଞାନସୂତ୍ର ଧାରକ । ହଂସ ଉପରେ ଆରୁଢ, ସର୍ବଦୃଷ୍ଟିଧାରକ, ଶୁଭ ମୁକୁଟ ଓ ବୁଦ୍ଧକାୟ ବୋଲି କୁହାଯାଏ ।

ବିଶ୍ଵର ସର୍ବପ୍ରଥମ ଟେକ୍ନିକ୍ ଗ୍ରନ୍ଥ ବିଶ୍ଵକର୍ମୀୟ ଗ୍ରନ୍ଥ ବୋଲି ମନାଯାଏ । ବିଭିନ୍ନ ଗ୍ରନ୍ଥ ମଧ୍ୟରେ ବିଶ୍ଵକର୍ମୀୟ ଗ୍ରନ୍ଥ ବହୁତ ପ୍ରାଚୀନ ମନାଯାଏ । ଏହି ଗ୍ରନ୍ଥରେ ବାସ୍ତୁବିଦ୍ୟା, ରଥର ବାହନ, ମାନବ ଓ ଦେବବାସ୍ତୁ ବିଦ୍ୟା ଗଣିତର ସୂତ୍ର ଏକା ସାଙ୍ଗରେ ରହିଛି । ଏହା ସମସ୍ତ ପ୍ରାମାଣିକ ଓ ପ୍ରାସଙ୍ଗିକ ।

ବିଶ୍ଵକର୍ମୀଙ୍କ ପୂଜାବିଧି ପଦ୍ଧତି
ଭାଦ୍ରବ ମାସରେ ବିଶ୍ଵକର୍ମୀଙ୍କ ପୂଜା ପାଳିତ ହୁଏ । ଯେପରି ଧନର ଅଧିଶ୍ଵର ଗଣେଶ, ବିଦ୍ୟାର ଅଧିଶ୍ଵରୀ ସରସ୍ଵତୀ ଠିକ୍ ସେହିପରି ଶିଳ୍ପକାଳ, ଯାନ୍ତ୍ରୀକ ବିଦ୍ୟାର ଅଧିକାରୀ ବିଶ୍ଵକର୍ମୀ ବୋଲି ବିଶ୍ଵାସ କରାଯାଏ । ଅତୀତରେ ଏ ମୂର୍ତ୍ତିପୂଜାର ପ୍ରଚଳନ ନଥିଲା, ତେଣୁ ଘଟପୂଜା ହେଉଥିଲା । ତାଛଡା କେତେକ ସ୍ଥାନରେ ଶାଳଗ୍ରାମକୁ ପୂଜା ମଧ୍ୟ କରାଯାଉଥିଲା ।

ଏହି ଦିନଟି ଠିକ୍ ସରସ୍ଵତୀ ଓ ଗଣେଶ ପୂଜା ପରି କରାଯାଏ । ପ୍ରତ୍ୟେକ ନିଜ ନିଜର ଅୟୁଧନମାନ ପୂଜାରେ ବସାଇ ଏହି ଦିନଟି ଉପବାସ ରହିବେ। ନୂତନ ବସ୍ତ୍ର ପରିଧାନ ମଧ୍ୟ କରିପାରିବେ । ମୂର୍ତ୍ତି ପୂଜା କଳକାରଖାନା ଶିଳ୍ପାୟତନଗୁଡିକରେ କରିବେ । ଅନେକ ସ୍ଥାନରେ ଏହିଦିନ ଯାତ୍ରା, ପାଲା, ଦାଶକାଠିଆ ଆଦି କରାଯାଇଥାଏ । ଭଗବାନଙ୍କର ଚତୁର୍ଭୁଜ ମୂର୍ତ୍ତି ପୂଜା ପାଇଥାଏ । ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ କେଉଁ କେଉଁ ସ୍ଥାନରେ ମାର୍ତ୍ତୁଲ ବା ନିକିତି । ଦକ୍ଷିଣ ଉପର ହାତରେ ଚନ୍ଦ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଠାଣି ଦୃଷ୍ଟିଗୋଚର ହୁଏ । ବିଶ୍ଵକର୍ମୀଙ୍କ ବର୍ଣ୍ଣ ଗୌରବର୍ଣ୍ଣ । ଭଗବାନ ବିଶ୍ଵକର୍ମୀଙ୍କ ବାହନ କେତେକ ସ୍ଥଳରେ ହାତୀ ପୁଣି ପୁଣି କେତେକ ସ୍ଥାନରେ ହଂସ । ଦୁଇ ଚକ୍ଷୁ, ପରିଧାନ ସାଧାରଣ ଲୁଗା, ଚଦର ଓ ବକ୍ଷରେ ପଇତା ଓ ମାଳା । ଏ ପୂଜା ପଦ୍ଧତି ଠିକ୍ ଅନ୍ୟ ପୂଜାପଦ୍ଧତି ପରି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+