Vastu tips; ଏହି ଆଜି ଘରେ ଆପଣଙ୍କୁ ଏହି ସବୁ ଉପାୟ, ରହିବନି ଧନର ଅଭାବ

ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରର ଖୁବ୍‌ ମହତ୍ତ୍ୱ ରହିଛି । ବାସ୍ତୁ ଦୋଷ ରହିଲେ ଜୀବନରେ ଅନେକ ସମସ୍ୟା ଲାଗି ରହେ ବୋଲି ମାନ୍ୟତା ରହିଛି । ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ଉପାୟ ଗୁଡିକର ପାଳନ କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇ ଧନ, ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ତେବେ ଏଭଳି କେତେକ ସହଜ ଉପାୟ ବିଷୟରେ ଜାଣନ୍ତୁ, ଯାହାର ପାଳନ କରିବା ଦ୍ୱାରା ଟଙ୍କାର ଅଭାବ ଆଦୌ ରହିବ ନାହିଁ..

Vastu tips

୧- ଧନ ସମ୍ପତ୍ତି ବୃଦ୍ଧି ସହ ଜୀବନରେ ସଫଳତା ପାଇଁ ଇଚ୍ଛୁକ ଥିଲେ, ବୈଠକ କକ୍ଷରେ ପିରାମିଡ୍‌ ଆକୃତିକୁ ଉତ୍ତର ପୂର୍ବ ଦିଗରେ ରଖନ୍ତୁ ।

୨- ବାସ୍ତୁ ଶାସ୍ତ୍ରରେ ଘୋଡା ନାଲକୁ ଖୁବ୍‌ ଶୁଭ ବୋଲି କୁହାଯାଏ । ଘରର ମୁଖ୍ୟ ଦ୍ୱାରରେ ଏହାକୁ ରଖିଲେ, ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

୩- କରଜରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ସଞ୍ଚୟ କରିଥିବା ଧନକୁ ଉତ୍ତର ଦିଗରେ ରଖନ୍ତୁ । ଏହାଦ୍ୱାରା ଧନର ମଧ୍ୟ ଆଗମନ ହୋଇଥାଏ ।

୪- ଧନ ହାନୀରୁ ରକ୍ଷା ପାଇବାକୁ ଚାହୁଁଥିଲେ, ନିୟମିତ ସ୍ନାନ ଜଳରେ ଫିଟିକିରି ପକାଇ ସ୍ନାନ କରନ୍ତୁ ।

୫- ମା'ଲକ୍ଷ୍ମୀଙ୍କୁ ନିୟମିତ ପୂଜା କରନ୍ତୁ । ଏହାଦ୍ୱାରା ଘରେ କଦାପି ଅନ୍ନ ଓ ଧନର ଅଭାବ ହେବ ନାହିଁ ।

୬- ନିୟମିତ ଶଙ୍ଖକୁ ମଧ୍ୟ ପୂଜା କରନ୍ତୁ । ଏହାଦ୍ୱାରା ମା'ଲକ୍ଷ୍ମୀଙ୍କ ବିଶେଷ କୃପା ସହ ଘରେ କଦାପି ଧନର ଅଭାବ ହୋଇନଥାଏ ।

୭- ଘରର ଦକ୍ଷିଣ-ପଶ୍ଚିମ ଅଂଶରେ ଭୁଲ୍‌ରେ ମଧ୍ୟ ଗାଧୁଆଘର ତିଆରି କରନ୍ତୁ ନାହିଁ । ଏହାଦ୍ୱାରା ସବୁବେଳେ କରଜ ଲାଗି ରହିଥାଏ ।

୮- ଘର ତିଆରି କରିବା ସମୟରେ ସବୁବେଳେ ଧ୍ୟାନ ଦେବେ ଝରକା ସଂଖ୍ୟା ସମାନ ଓ ସିଢି ସଂଖ୍ୟା ଅସମାନ ରହିବା ଆବଶ୍ୟକ ।

୯- ଘରେ ଗାଧୁଆଘର ଓ ରୋଷେଇ ଘର ଭୁଲ୍‌ରେ ମଧ୍ୟ ସାମ୍ନାସାମ୍ନି ରଖିବା ଉଚିତ୍‌ ନୁହେଁ । ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।

୧୦- ଆଲମିରା ନିକଟରେ ଧୂପ ନିଶ୍ଚୟ ବୁଲାନ୍ତୁ । ଲକ୍ଷ୍ମୀ-ଗଣେଶଙ୍କ କଏନ ଧନ ରଖିବା ସ୍ଥାନରେ ରଖନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+