Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ, ଦୋଳ ବେଦୀକୁ ବିଜେ ହେଲେ ମହାପ୍ରଭୁ

ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ । ଦୋଳ ବେଦୀକୁ ବିମାନରେ ବିଜେ ହୋଇଛନ୍ତି ମହାପ୍ରଭୁ । ଫଗୁ ଦଶମୀରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । କେଉଁଠି ୫ ଦିନ ତ କେଉଁଠି ୧୦ ଦିନ ଧରି ଦୋଳ ମେଳଣ ଅନୁଷ୍ଠିତ ହୋଇଥାଏ । ଏହାର ଗୁରୁତ୍ବ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏହି ପର୍ବ ମୁଖ୍ୟତଃ ଗାଁ ଗାଁ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ଓ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସ୍ନେହ, ସଦ୍‌ଭାବର ପର୍ବ ଭାବେ ପାଳିତ ହୋଇଥାଏ । ପୁରାଣ ଅନୁସାରେ, ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀର ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହି ପର୍ବ ଆୟୋଜିତ ହୋଇଥିଲା ।

Dola Purnima

ଭଦ୍ରକ ଜିଲ୍ଲା ଚାନ୍ଦବାଲିର କୋଠ ମେଲଣରେ ଆଜି ବି ଉଜ୍ଜୀବିତ ଇତିହାସ । ରାଜାରାଜୁଡା ଶାସନ ବିରୋଧରେ ପ୍ରଜାମେଳିର ମୁକ ସାକ୍ଷୀ ଏହି କୋଠ ମେଳଣ । ରାଜାରାଜୁଡ଼ା ଶାସନ ସମୟରେ ପ୍ରଚଳିତ ହୋଇ ଆସୁଥିବା ପରମ୍ପରା ଘଣ୍ଟେଶ୍ୱର କୋଠ ମେଲଣରେ ଦେଖିବାକୁ ମିଳିଛି । ପୂର୍ବରୁ ରାଜାଙ୍କ ଦ୍ୱାରା ପାଳିତ ମେଲଣକୁ ୧୯୪୫ ମସିହା ପ୍ରଜା ଆନ୍ଦୋଳନ ପରେ ପ୍ରଜାମାନେ ନିଜ ଅକ୍ତିଆରକୁ ନେଇଥିଲେ ।

ସେବେଠୁ ପାଳିତ ହେଉଛି କୋଠ ମେଲଣ । ପ୍ରଥମେ ମେଲଣରେ ମୁଖ୍ୟ କାଳିଆ କାହ୍ନୁ ଏବଂ ଗୋବିନ୍ଦ ମେଳଣର ରାଜ ଆସନ ଅଳଙ୍କୃତ କରିବା ପରେ ରାଜ ପାରିଷଦ ବର୍ଗଙ୍କ ଆସନ ବଣ୍ଟନ ଅନୁସାରେ ଏହି ମେଳଣରେ ଅନ୍ୟ ଦେବଦେବୀ ଆସନ ଅଳଙ୍କୃତ କରିଥାନ୍ତି । ସୁସଜ୍ଜିତ ବିମାନରେ ୩୦ ଜଣ କାନ୍ଧୁଆଳ ବିରାଟ ବିରାଟ ବିମାନ କାନ୍ଧେଇ ନେଉଥିବା ବେଳେ ଏହା ଉପରେ ଛିଡ଼ାହୋଇ ସେବାୟତଙ୍କ ରାଜକୀୟ ଚାମର ସେବା ଅତି ଚମତ୍କାର ଯାହା ସାରା ଦେଶରେ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+