Get Updates
Get notified of breaking news, exclusive insights, and must-see stories!

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି, ଆସନ୍ତୁ ଜାଣିବା ଏହାର ବିଶେଷତ୍ଵ

ଆଜି ହେଉଛି ପବିବତ୍ର ମକର ସଂକ୍ରାନ୍ତି । ଏହା ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି, ତେଣୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ । ଏହି ଦିନଟି ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ କାରଣ ଏହି ଦିନ ଠାରୁ ଖର ମାସ ସମାପ୍ତ ହୋଇଥାଏ, ଯେଉଁଥିପାଇଁ ଶୁଭ କାର୍ଯ୍ୟ ଆରମ୍ଭ ହୁଏ । ମକର ସଂକ୍ରାନ୍ତି ପରେ ଥଣ୍ଡାର ପ୍ରକୋପ କମିଯାଏ ଏବଂ ପରିବେଶ କ୍ରମଶଃ ଉଷ୍ମ ହେବାକୁ ଲାଗେ । ଏଥର 'ମକର ସଂକ୍ରାନ୍ତି'ର ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର କାରଣ ଏହି ଦିନ କିଛି ବିଶେଷ ଯୋଗ ରହିଛି।

ମକର ସଂକ୍ରାନ୍ତି

ଭାରତୀୟ ସଂସ୍ତୃତିର ବିବିଧତା ମଧ୍ୟ ଦେଖିବାକୁ ମିଳେ ମକର ସଂକ୍ରାନ୍ତିରେ:

ଭାରତ ବର୍ଷରେ ମକର ସଂକ୍ରାନ୍ତି ପର୍ବ ପାଳନ ଅତ୍ୟନ୍ତ ନିଆରା ଅଟେ। ଭାରତୀୟ ସଂସ୍ତୃତିର ବିବିଧତା ମଧ୍ୟ ଦେଖିବାକୁ ମିଳେ ଏହି ପର୍ବରେ । କାରଣ, ଏହି ଗୋଟିଏ ଦିବସକୁ ଦକ୍ଷିଣ ଭାରତ, ପୂର୍ବ ଭାରତ, ଉତ୍ତର ଭାରତ ଏବଂ ପଶିମ ତଥା ଉତ୍ତର ପଶ୍ଚିମ ଭାରତରେ ଅଲଗା ଅଲଗା ପଦ୍ଧତିରେ ସ୍ଵତନ୍ତ୍ର ଭାବରେ ପାଳନ କରାଯାଏ । ଏହି ପବିତ୍ର ପର୍ବ ବିହୁ, ପୋଙ୍ଗଲ, ଉତ୍ତରଣ ଇତ୍ୟାଦି ଭିନ୍ନ ଭିନ୍ନ ନାମରେ ପ୍ରସିଦ୍ଧ ଅଟେ । ଭାରତୀୟ ସଦଭାବନାକୁ ପ୍ରତିଫଳିତ ଏହି ପର୍ବ ଭାତୃତ୍ଵ ଏବଂ ବନ୍ଧୁତ୍ଵର ମଧ୍ୟ ପ୍ରତି ଅଟେ। ଥଣ୍ଡା ପରିବେଶରୁ ଉଷ୍ମତା ଆଡକୁ ଗତିକରେ ଜଳବାୟୁ, କାରଣ ସୂର୍ଯ୍ୟ ଦେବତାଙ୍କ ଉତ୍ତରାୟଣ ଆରମ୍ଭ ହୁଏ। ଏଥିପାଇଁ ଦକ୍ଷିଣ ଭାରତରେ ଆଜି ଆରମ୍ଭ ହୁଏ ନୂତନ ବର୍ଷ। ଏହା କେବଳ ଏକ ପର୍ବ ନୁହେଁ, ଏକ ସାମାଜିକ ଉତ୍ସବ ଅଟେ।

ଜ୍ଯୋତିଷ ଶାସ୍ତ୍ରରେ ଆଜିର ମହତ୍ଵ:

ଜ୍ୟୋତିଷଙ୍କ କହିବାନୁସାରେ, ଏହି ସମୟରେ ମକର ସଂକ୍ରାନ୍ତି, ରୋହିନୀ ନକ୍ଷତ୍ର, ବ୍ରହ୍ମା ଯୋଗ ଏବଂ ଆନନ୍ଦ ନାମକ ଯୋଗ ରହିଛି, ଯାହା ଅତ୍ୟନ୍ତ ଶୁଭ ଅଟେ । ରୋହିନୀ ନକ୍ଷତ୍ରରେ ଦାନ ଏବଂ ପୂଣ୍ୟ କରିବା ଦ୍ୱାରା ଖ୍ୟାତି ଅର୍ଜନ ମିଳେ ଏବଂ ଯନ୍ତ୍ରଣା ଶେଷ ହୁଏ ବୋଲି ବିଶ୍ୱାସ କରାଯାଏ । ଏହି ନକ୍ଷତ୍ରର ପ୍ରଭୁ ହେଉଛନ୍ତି ଶୁକ୍ର। ଯାହା ଶୁଭ, ସଫଳତା, ସୁଖ ଏବଂ ପ୍ରଗତିର ମାନକ । ଏହି ନକ୍ଷତ୍ରରେ କରାଯାଇଥିବା ଯେ କୌଣସି କାର୍ଯ୍ୟ ଅତ୍ୟନ୍ତ ଫଳପ୍ରଦ ଅଟେ । ବ୍ରହ୍ମା ଯୋଗ: ବ୍ରହ୍ମା ଯୋଗ ଏକ ବିରଳ ଯୋଗ ଯାହା ମୂଳତ ଭଲ ଫଳାଫଳ ଦେଇଥାଏ । ଏହା ସୁଖ, ଧନ ଏବଂ ସୁଖର ମାନ ଅଟେ । ଆନନ୍ଦୀ ଯୋଗ: ଯେପରି ନାମ ସୂଚାଏ, ଏହି ଯୋଗ କେAAବଳ ସୁଖ ପ୍ରଦାନ କରେ । ଏହି କାରଣରୁ, ଦୁଖ ଦୂର ହୁଏ । ମଣିଷ ସୁଖର ଅଂଶୀଦାର ହୋଇଯାଏ । ଏହି ଯୋଗ ଶୁଭ କାମ କରିବା ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+