Get Updates
Get notified of breaking news, exclusive insights, and must-see stories!

ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା

ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା

Durga puja 2022: ମାଆଙ୍କ ଆଗମନରେ ଚଳଚଞ୍ଚଳ ହୋଇ ପଡିଛି ଧରଣୀ । ଗାଁଠୁ ସହର ସବୁଠି ଶାରଦୀୟ ପୂଜାକୁ ନେଇ ଭକ୍ତିମୟ ପରିବେଶ ଦେଖିବା ପାଇଁ ମିଳୁଛି । ଆଜି ଜଗଦ୍‌ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା । ପୀଠରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା । ସପ୍ତମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି । କଟକରେ ଝଲସୁଛି ସୁନା, ଚାନ୍ଦି ମେଢ । ମା'ଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବା ପାଇଁ ମିଳୁଛି ।

Dussehra 2022
ବିନା କଟକଣାରେ ୨ ବର୍ଷ ପରେ ବେଶ୍ ଜାକଜମକରେ କରାଯାଉଛି ମାଆଙ୍କ ପୂଜାର୍ଚ୍ଚନା । ପାର୍ବଣ ଋତୁରେ ମା'ଙ୍କ ଆଗମନ ପାଇଁ ସଜେଇ ହୋଇଛି ରାଜଧାନୀ । ଭୁବନେଶ୍ବର ଷ୍ଟେସନ ବଜାରରେ ମୁଖ୍ୟ ଆକର୍ଷଣ ପାଲଟିଛି ବନାରସ ଗଙ୍ଗା ଘାଟ ତୋରଣ । ୧୨୦ଫୁଟ ଦୈର୍ଘ୍ୟ ଓ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ମେଢ଼ ପ୍ରସ୍ତୁତ କରାଯାଇଛି ।ତେବେ ନିଆରା ତୋରଣ ସାଙ୍ଗକୁ ମା'ଙ୍କ ମୂର୍ତ୍ତିରେ ୨ କ୍ୱିଣ୍ଟାଲ ୭ ଶହ ଗ୍ରାମ ଓଜନର ଚାନ୍ଦି ଓ ୭ ଶହ ଗ୍ରାମ ଓଜନର ସୁନା ମୁକୁଟ ଲାଗି ହୋଇଛି । ସେହିପରି ସହିଦନଗର ପୂଜା ପେଣ୍ତାଲରେ ଶୋଭା ପାଉଛି ରୂପା ମେଢ । ପାଖାପାଖି ୩ କ୍ୱିଣ୍ଟାଲ ରୂପାରେ ତିଆରି ହୋଇଛି ମେଢ । ବରମୁଣ୍ତାରେ ଏଥର ଦେଖିବା ପାଇଁ ମିଳୁଛି ଯୋଧପୁର ପ୍ୟାଲେସ ପରି ତୋରଣ । ମାଆଙ୍କ ପ୍ରତିମୂର୍ତ୍ତିରେ ସୁନା ଓ ରୂପାରେ ପ୍ରସ୍ତୁତ ଗହଣା ଶୋଭପାଉଛି ।

କଟକର ବିଭିନ୍ନ ମଣ୍ଡପରେ ମାଆଙ୍କ ପ୍ରତିମୂର୍ତି ସୁନା ଚାନ୍ଦିରେ ଝଟକୁଛି । କଟକ ଚୌଧୁରୀ ବଜାରରେ ମାଆଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ସଜାଯାଇଥିବା ବେଳେ ମେଢରେ ୩ କ୍ୱିଣ୍ଟାଲ ରୁପା ଲାଗିଛି । ସେହିପରି ଶେଖ୍ ବାଜାରରେ ୩୬୦ କିଲୋଗ୍ରାମ ରୂପାରେ ମେଢ ତିଆରି ହୋଇଛି । ମାଆଙ୍କ ସୁନା ମୁକୁଟ, ପାଶ୍ୱର୍ଦେବାଦେବୀଙ୍କ ମୁକୁଟରେ ୭ କିଲୋ ସୁନା ଲାଗିଥିବା ନେଇ ସୂଚନା ରହିଛି । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ଝଲସୁଛି ସହର ପ୍ରତି କୋଣ ଅନୁକୋଣ । ଲୋକଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+