ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ତଦାନ

ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ତଦାନ

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା ଅମାବାସ୍ୟା । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥାନ୍ତି ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରିଥାନ୍ତି । କେହି ଶ୍ରୀମନ୍ଦିର ବାଇଶିପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାଏ ତ ଆଉ କିଏ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରିଥାନ୍ତି ।

Mahalaya

ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ପାଇଁ ଲୋକମାନେ ଶ୍ରୀକ୍ଷେତ୍ରକୁ ବାଛିଥାନ୍ତି । ହେଲେ କରୋନା ମହାମାରୀ ଯୋଗୁଁ ବାଇଶି ପାହାଚରେ ତିଳତର୍ପଣ ବନ୍ଦ ରହିଥିବା ବେଳେ ଏବେବି ଶ୍ରାଦ୍ଧ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳି ନାହିଁ । କେବଳ ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଓ ମହୋଦଧି, ନରେନ୍ଦ୍ର, ଶ୍ୱେତଗଙ୍ଗା, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀରେ ଭକ୍ତମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିବାର ଦେଖିବାକୁ ମିଳିଛି ।

ଦୀର୍ଘ ଦୁଇବର୍ଷ ପରେ ଭକ୍ତମାନେ ଆନନ୍ଦରେ ପିତୃଶ୍ରାଦ୍ଧ ଦେଉଛନ୍ତି । ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖଭାଗରେ ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ସେଡ୍ ମଧ୍ୟ କରାଯାଛି । ମେଘନାଦ ପାଚେରୀ କଡରେ ପୁରୋହିତ ମାନେ ତିଳତର୍ପଣ କରୁଛନ୍ତି। ତେବେ ଏହି ପିତୃପକ୍ଷରେ

ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟି, ପ୍ରପିତାମୟି, ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯିବାର ବିଧି ରହିଛି । ପିତୃପକ୍ଷରେ ଶ୍ରୀମନ୍ଦିର ବାଇଶିପାହାଚରେ ତିଳତର୍ପଣ କଲେ ପିତୃପୁରୁଷ ତୃପ୍ତି ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ପିତୃପକ୍ଷରେ ଦେବତା ମାନେ ମଧ୍ୟ ପିଣ୍ତଦାନ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+