For Quick Alerts
Turn On Notification  
For Daily Alerts
Oneindia App Download

ଆଜି ପାଳନ ହେଉଛି ପବିତ୍ର ଭାଇ ଦୁଜ: ଆସନ୍ତୁ ଜାଣିବା ଏହି ପୂଜା ସମ୍ପର୍କରେ

By Staff
|

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଭାଇ ଦୁଜ। ଭାଇ ଭଉଣୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅର୍ଥାତ ଦୀପାବଳିର ଦୁଇ ଦିନ ପରେ ପାଳନ କରାଯାଏ 'ଭାଇ ଦୁଜ' । ଚଳିତ ବର୍ଷ ଭାଇ ଦୁଜର ମୂହୁର୍ତ୍ତ 5 ନଭେମ୍ବର ରାତ୍ରି 11ଟା ରୁ 6 ନଭେମ୍ବର ସନ୍ଧ୍ଯା 7ଟା ପର୍ଯ୍ୟନ୍ତ ରହିଛି । ପିତ୍ତଳ କିମ୍ବା ତମ୍ବା ଥାଳିରେ ବନ୍ଦାଣ ସାମଗ୍ରୀ ରାଖୀ ଭଉଣୀ ଭାଇକୁ ତିଳକ କରିଥାଏ। ରୂପା ଥାଳିରେ ମଧ୍ୟ ସୁସଜ୍ଜିତ ସାମଗ୍ରୀ ସହ ବନ୍ଦାପନ କରିଥାଏ।

Bhai dooj

ଭାଇ ଟିଏ ଯେତେ ଦୁରରେ ଥାଉ ନା କାହିଁକି ସେ ସବୁବେଳେ ରହିଥାଏ ତା ଭଉଣୀର ହୃଦୟରେ । ଆଜି ହେଉଛି ସେଇ ସେଇ ଭାଇ - ଭଉଣୀ ସମ୍ପର୍କର ପର୍ବ 'ଭାଇ ଦୁଜ' । ଭଉଣୀ ଛୋଟ ହେଉ କି ବଡ ହେଉ, ପାଖରେ ଥାଉ କି ଦୂରରେ ଥାଉ ସେ ସବୁ ବେଳେ ତା ଭାଇର ଶୁଭ ମନାସିବା ସହ ଦୀର୍ଘ ଜୀବନ କାମନା କରିଥାଏ । ଏହି ପର୍ବଟି ଭାଇ ଭଉଣୀଙ୍କ ମଧ୍ୟରେ ଥିବା ଅଟୁତ ଭଲ ପାଇବା ଓ ବିଶ୍ୱାସର ପ୍ରତୀକ ଅଟେ । ରାକ୍ଷୀପୂର୍ଣ୍ଣିମା ପରି ଏହି ପର୍ବ ପାଳନର ମଧ୍ୟ ସ୍ୱତନ୍ତ୍ର ରୀତିନୀତି ରହିଛି । ଭଉଣୀ ଭାଇର ମୁଣ୍ଡରେ ତୀଳକ ଲଗାଇବା ସହ ତାର ବନ୍ଦାପନା କରିଥାଏ । ଉଭୟ ଉଭୟକୁ ମିଠା ଖୁଆଇ ତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁମଧୁର କରିଥାନ୍ତି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Today is Bhai dooj: let's know the muhurat
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X