For Quick Alerts
Turn On Notification  
For Daily Alerts
Oneindia App Download

ଶକ୍ତିପୀଠରେ ଆଜି ମାଆଙ୍କ ସପ୍ତମୀ ପୂଜା, ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର

ଶକ୍ତିପୀଠରେ ଆଜି ମାଆଙ୍କ ସପ୍ତମୀ ପୂଜା, ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର

|

Navaratri 2022: ଶକ୍ତିପୀଠରେ ଆଜି ମାଆଙ୍କ ସପ୍ତମୀ ପୂଜା । ଚଣ୍ତୀପାଠରେ କମ୍ପୁଛି ସାରା ପରିବେଶ । ମହାସପ୍ତମୀରେ କଟକଚଣ୍ତୀଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା । ଆଜି ସଂଧ୍ୟାରେ ମାଆ ବଗଳାମୁଖୀ ବେଶରେ ଦେବେ ଦର୍ଶନ । ଗତକାଲି ସଂଧ୍ୟାରୁ ମା' ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ଦଶହରା ପର୍ଯ୍ୟନ୍ତ ମା' କଟକ ଚଣ୍ଡୀ ୧୬ଟି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ।

ମା ବିରଜା ଦେବୀଙ୍କ ଷୋଡଶ ଉପଚାର
ସେପଟେ ମାଆ ବିରଜାଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା । ନବଦିନାତ୍ମକର ଆଜି ସପ୍ତମୀ ପୂଜା ଚାଲିଛି । ସପ୍ତମୀ ପୂଜାରେ ମାଙ୍କ ପାଦ ସ୍ପର୍ଶ ସହ ମୁଖ ଦର୍ଶନ କରିବା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭଡ଼ି । ରାତିରେ ସାରା ପହଡ଼ ଖୋଲା ରହୁଥିବାରୁ ମନ୍ଦିରରେ ଦେଖିବା ପାଇଁ ମିଳୁଛି ଭକ୍ତଙ୍କ ଭିଡ । ଯାହାକୁ ନଜରରରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Durga Puja 2022

ଶାରଳାଙ୍କ ପୀଠରେ ମହାସପ୍ତମୀ ପୂଜା
ମାଆ ଶାରଳାଙ୍କ ପୀଠରେ ଚାଲିଛି ମହାସପ୍ତମୀ ପୂଜା । ଚଣ୍ଡୀ ପାଠ, ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ପ୍ରତିଦିନ ମାଆଙ୍କ ପାଖରେ ଷୋଡଶ ଉପଚାର ପୂଜାର୍ଚ୍ଚନା କରାଯାଉଛି । ଏହି ଅବସରରେ ମାଆ ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯାଉଛି । ମା'ଙ୍କ ଦର୍ଶନ ପାଇଁ ଝଙ୍କଡ଼ ଶାରଳା ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।

ମାଆ କନ୍ୟକା ପରମେଶ୍ୱରୀଙ୍କ ଧନଲକ୍ଷ୍ମୀ ବେଶ
ଆଜି ମା' କନ୍ୟକା ପରମେଶ୍ୱରୀଙ୍କ ଧନଲକ୍ଷ୍ମୀ ବେଶ । ସୁନା ଓ ଟଙ୍କାରେ ଅଳଙ୍କୃତ ଦେବୀ । ମା'ଙ୍କ ପାଖରେ ଲାଗିଛି ୨ କୋଟି ଟଙ୍କାର ସୁନା । ନବରାତ୍ରରେ ମାଙ୍କୁ ଦର୍ଶନ କରିବା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Today is 6th day of Navratri , puja is being held at Shakti Peetha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X