Dhanteras 2024: ଆଜି ଧନତେରସ୍, ଜାଣନ୍ତୁ ଆଜି ଦିନର ମହତ୍ୱ
Dhanteras 2024: କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ Dhanteras । ଆଜିର ଦିନରେ ଆୟୁର୍ବେଦର ରଚୟିତା ଭଗବାନ ଧନ୍ଵନ୍ତରୀଙ୍କର ପୂଜାର୍ଚ୍ଚନା କରାଯାଏ । ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି ମଧ୍ୟ କୁହାଯାଏ । ଧନତେରସ୍ ଧନ୍ୱନ୍ତରୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି ।
ସେହିପରି ଏହି ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ ମଧ୍ୟ କିଣାଯାଇଥାଏ । ଗୃହର ମୁଖ୍ୟ ଦ୍ୱାରକୁ ସଫା କରିବା ସହ ଫୁଲରେ ସଜା ଯାଇ ମାଙ୍କୁ ସ୍ବାଗତ କରାଯାଏ । ବିଶ୍ବାସ ରହିଛି ଏହି ଦିନରେ ସୁନା ଅଳଙ୍କାର କିଣିଲେ ମା' ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଥାନ୍ତି । ଏଥି ସହିତ ପରିବାରର ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।
ଏହି ଦିନ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ ମଧ୍ୟ କିଣିଥାନ୍ତି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବିଭିନ୍ନ ଅଫର ମଧ୍ୟ ଦିଆଯାଇଥାଏ ।

ଶାସ୍ତ୍ର ଅନୁସାରେ, ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ସମୁଦ୍ରରୁ ପ୍ରଘଟ ହୋଇଥିଲେ । ସେତେବେଳେ କାର୍ତ୍ତିକ ମାସ କୃଷ୍ଣ ପକ୍ଷର ତ୍ରୟୋଦଶ ତିଥି ରହିଥିଲା । ଯାହା ପରେ ଏହି ଦିନକୁ ଧନତେରସ ନାଁ ରଖାଯାଇଥିଲା । ପୂର୍ବରୁ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଏହି ପର୍ବ ପାଳିତ ହେଉଥିଲା ହେଲେ ଆଜିକା ତାରିଖରେ ପ୍ରାୟ ଦେଶର ସମସ୍ତ ସ୍ଥାନରେ ଏହି ପର୍ବ ପାଳନ କରାଯାଏ । ଭଗବାନ ଧନ୍ୱନ୍ତରୀଙ୍କୁ ବିଷ୍ଣୁଙ୍କର ଏକ ଅଂଶ ବୋଲି କୁହାଯାଏ ।
ଧନତେରଶ ଦିନ ଦେବୀ ଲକ୍ଷ୍ମୀ, ଭଗବାନ ଧନ୍ୱନ୍ତରୀ ଏବଂ କୁବେରଙ୍କୁ ପୂଜାର୍ଚ୍ଚନା କରାଯାଏ । ମାନ୍ୟତା ରହିଛି ଏପରି କରିବା ଦ୍ୱାରା ଧନ, ଭାଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି ।












Click it and Unblock the Notifications