ବର୍ଷା ପ୍ରିୟଦର୍ଶିନୀଙ୍କ 'ଆମ ପାଠାଗାର' ଅଭିଯାନର ତୃତୀୟ ସଂସ୍କରଣ ଅନୁଷ୍ଠିତ
ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ “ଆମ ପାଠାଗାର” ଅଭିଯାନର ତୃତୀୟ ସଂସ୍କରଣ ରବିବାର ଦିନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜାଗସରା ଆଦିବାସୀ ସାହିରେ ଅନୁଷ୍ଠିତ ହୋଇଯାଇଛି ।
ଭୁବନେଶ୍ବର: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ "ଆମ ପାଠାଗାର" ଅଭିଯାନର ତୃତୀୟ ସଂସ୍କରଣ ରବିବାର ଦିନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜାଗସରା ଆଦିବାସୀ ସାହିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନର ଏକ ଅଂଶ ଭାବରେ ବର୍ଷା ପ୍ରିୟଦର୍ଶିନୀ, ଶିକ୍ଷାଭିତ୍ତିକ, ଶିଶୁ କାହାଣୀ, ବିଦ୍ୟାଳୟ ପୁସ୍ତକ ଏବଂ ବିଭିନ୍ନ ପ୍ରକାର ଅନ୍ୟ ପୁସ୍ତକ ପୂର୍ଣ୍ଣ ଏକ ପୁସ୍ତକ ଆଲମିରା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

ଦାଶିଆ ଅଜା ନାମରେ ଜଣାଶୁଣା ସ୍ବର୍ଗତ ଦାଶରଥୀ ପଟ୍ଟନାୟକ, ଓଡିଶାରେ ପାଠାଗାର ଆନ୍ଦୋଳନର ଅଗ୍ରଣୀ ପୁରୋଧା ଥିଲେ । ଏକ ପଢିରେ କେବଳ 5ଟି ପୁସ୍ତକରୁ ଆରମ୍ଭ କରି ଦାଶିଆ ଅଜା ଦାରିଦ୍ର୍ୟ, ଅଳ୍ପ ଶିକ୍ଷା ଏବଂ ଜୀବନର ଅଭାବ ଅସୁବିଧାକୁ ଖାତିର ନକରି ପୁସ୍ତକ, ପତ୍ରିକା, ପୁରାତନ ତଥା ଅନ୍ୟାନ୍ୟ ସ୍ମାରକପତ୍ର ସଂଗ୍ରହ କରିଥିଲେ । ସେ ଶେଷରେ 1959 ମସିହାରେ ତାଙ୍କ ଗ୍ରାମରେ ଏକ ସଂଗ୍ରହାଳୟ ସହିତ ଏକ ପାଠାଗାର ସ୍ଥାପନ କରିଥିଲେ, ଯେଉଁଠାରେ ବର୍ତ୍ତମାନ 1.5 ଲକ୍ଷ ପୁସ୍ତକ ଏବଂ ସାମୟିକ ପତ୍ରିକା, ଖଜୁରୀ ପତ୍ର, ଚିତ୍ର ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ମୂଳକ ସାମଗ୍ରୀ ରହିଛି ।

ବର୍ଷା ପ୍ରିୟଦର୍ଶିନୀ, "ଆମ ପାଠାଗାର" ଅଭିଯାନ ମାଧ୍ୟମରେ ଦାଶିଆ ଅଜାଙ୍କ ଦ୍ୱାରା ପରିଚାଳିତ ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ୱଳିତ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଅଭିଯାନ ମାଧ୍ୟମରେ ସେ ଓଡିଶା ତଥା ଓଡିଶା ବାହାରୁ ଉତ୍ସାହୀ ଦାତାମାନଙ୍କ ଠାରୁ ପୁସ୍ତକ ଏବଂ ପତ୍ରିକା ସଂଗ୍ରହ କରି, ସମଗ୍ର ରାଜ୍ୟରେ ଶିକ୍ଷା ପ୍ରାପ୍ତିରୁ ବଞ୍ଚିତ ବ୍ୟକ୍ତି ତଥା ଅଭାବି ଶିକ୍ଷାର୍ଥୀ, ବିଶେଷ କରି ପିଲାମାନଙ୍କୁ ସଂଗୃହିତ ପୁସ୍ତକ ଦାନ କରିବାକୁ ଯୋଜନା କରିଛନ୍ତି । ଯେପରି ଦାଶିଆ ଆଜା କଳ୍ପନା କରିଥିଲେ, ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ପାଠାଗାର ସ୍ଥାପନକୁ ଉତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ଏହି ଅଭିଯାନ ମାଧ୍ୟମରେ ଶହ ଶହ ପୁସ୍ତକ ସଂଗ୍ରହ କରି ବିତରଣ କରିସାରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବର୍ଷା ଶିଶୁ ଜୀବନରେ ଶିକ୍ଷାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଯେକୌଣସି ମତେ ନିଜର ଆନୁଷ୍ଠାନିକ ଶିକ୍ଷା ସମାପ୍ତ କରିବାକୁ ଆହ୍ୱାନ ଦେଇଥିଲେ । ସେ ମହାମାରୀ ଦ୍ଵାରା ଆସିଥିବା କଠିନ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ଛାତ୍ରଛାତ୍ରୀମାନେ ଅଭିନେତ୍ରୀଙ୍କ ସହ ସେମାନଙ୍କର ସ୍ୱପ୍ନ ଏବଂ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ କିଛି ସାଂସ୍କୃତିକ କଳା ପ୍ରଦର୍ଶନୀ ଦ୍ୱାରା ସାମାଜିକ କର୍ମୀ ତଥା ଅଭିନେତ୍ରୀ ବର୍ଷା ପ୍ରାୟଦର୍ଶିନୀଙ୍କ ମନ ମୋହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ସମସ୍ତ କୋଭିଡ ସତର୍କତା କଡାକଡି ଭାବରେ ପାଳନ କରାଯାଇଥିଲା ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications