ଜାଣନ୍ତୁ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ କେଉଁ ଦିନ ଲାଗିବା ପାଇଁ ଯାଉଛି, ଏହା ଭାରତରେ ଦୃଶ୍ୟମାନ ହେବ ନା ନାହିଁ
Surya Grahan 2024: ସନାତନ ଧର୍ମରେ ସୂର୍ଯ୍ୟ ପରାଗର ବିଶେଷ ମହତ୍ତ୍ୱ ରହିଛି । 2024 ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ 08 ଏପ୍ରିଲ 2024ରେ ଲାଗିଥିଲା । ଯାହାର ପ୍ରଭାବ ସର୍ବାଧିକ ଆମେରିକାରେ ଉପରେ ପଡିଥିଲା । ହେଲେ ଏହି ପରାଗ ଭାରତରେ ଦୃଶ୍ୟମାନ ହୋଇ ନଥିଲା ।
2024 ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ମାସରେ Sarva Pitru Amavasya 2024 ଘଟିବାକୁ ଯାଉଛି । ବର୍ତ୍ତମାନ ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି ଯେ, ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ କି ନାହିଁ ଏବଂ ସୂତକ ଅବଧି ମଧ୍ୟ ବୈଧ ହେବ ନା ନାହିଁ ।

ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ 2 ଅକ୍ଟୋବର 2024ରେ ଆଶ୍ୱିନ୍ ମାସରେ ସର୍ବପିତୃ ଅମବାସ୍ୟା ଦିନ ଲାଗିବା ପାଇଁ ଯାଉଛି । ସୂର୍ଯ୍ୟପରାଗ 09:13 ରେ ଆରମ୍ଭ ହୋଇ ରାତି 03:17 ରେ ଶେଷ ହେବ । ଏହି ସୂର୍ଯ୍ୟ ପରାଗର ମୋଟ୍ ଅବଧି 06 ଘଣ୍ଟା 04 ମିନିଟ୍ ରହିବ । ସୂର୍ଯ୍ୟ ପରାଗ ରାତ୍ରୀ ସମୟରେ ଲାଗିବା ପାଇଁ ଯାଉଛି, ଯାହା ଭାରତରେ ଦୃଶ୍ୟମାନ ହେବ ନାହିଁ । ସେଥିପାଇଁ ଭାରତରେ ସୁତକ ଅବଧି ବୈଧ ହେବ ନାହିଁ । ତେଣୁ ଏହି ଦିନ ପୂଜର୍ଚ୍ଚନା କରାଯାଇ ପାରିବ ।
ଏହି ପରାଗ ଦକ୍ଷିଣ ଆମେରିକାର ଉତ୍ତର ଭାଗରେ ଆର୍କଟିକ୍, ଚିଲି, ପେରୁ, ହନୋଲୁଲୁ, ଆଣ୍ଟାର୍କଟିକା, ଆର୍ଜେଣ୍ଟିନା, ଉରୁଗୁଏ, ବୁଏନୋସ୍ ଆଇରେସ୍ ଏବଂ ବେକା ଦ୍ୱୀପ ସମେତରେ ଦୃଶ୍ୟମାନ ହେବ । ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର ଏବଂ ଆଟଲାଣ୍ଟିକ୍ ମହାସାଗରର କିଛି ଅଂଶରେ ମଧ୍ୟ ଏହି ପରାଗ ଦୃଶ୍ୟମାନ ହେବ ।












Click it and Unblock the Notifications