Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ଗୁରୁ ଦିବସ: ଗୁରୁ ଦକ୍ଷିଣା ପାଇଁ ଆଙ୍ଗୁଠି କାଟିଥିଲେ ଏକଲବ୍ୟ, ଗୁରୁଭକ୍ତିର ଅନନ୍ୟ କାହାଣୀ

ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ସେପ୍ଟେମ୍ବର ୫ ଜନ୍ମଦିନ ଅବସରରେ ପ୍ରତିବର୍ଷ ଗୁରୁ ଦିବସ ପାଳନ କରାଯା ଏ। ଭାରତ ବର୍ଷରେ କାହିଁ କେତେ କାଳରୁ ଗୁରୁ ଶିଷ୍ୟ ପରମ୍ପରା ରହିଆସିଛି । ଆମ ଜୀବନରେ ଗୁରୁଙ୍କ କେତେ ମହତ୍ତ୍ୱ ରହିଛି ତାହା ବେଶ୍‌ ସମସ୍ତଙ୍କୁ ଜଣା । ଜନ୍ମଦାତ୍ରୀ ମା' ପ୍ରତ୍ୟେକ ପିଲାର ପ୍ରଥମ ଗୁରୁ ହୋଇଥିବା ବେଳେ ଅଜ୍ଞାନର ଅନ୍ଧକାରକୁ ଦୂର କରି ଆଲୋକ ଦେଇଥାନ୍ତି ଶିକ୍ଷୟିତ୍ରୀ ଓ ଶିକ୍ଷକ । ପ୍ରତି ମୁହୂର୍ତ୍ତରେ ଜୀବନରେ ଆସୁଥିବା ଝଡ଼ଝଞ୍ଜାକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ଆମକୁ ସେମାନେ ପ୍ରସ୍ତୁତ କରିଥାନ୍ତି । ଯେତେବେଳେ ଗୁରୁ ଶିଷ୍ୟଙ୍କ କଥା ଆଲୋଚନା ହୁଏ ସେତେବେଳେ ଗୁରୁ ଦ୍ରୋଣାଚାର୍ଯ୍ୟ ଓ ଏକଲବ୍ୟଙ୍କ କଥା ମନକୁ ଆସେ । ସେମାନଙ୍କର କାହାଣୀ ଏକ ରୋଚକ ହୋଇ ରହିଛି । କିପରି ସେ ଗୁରୁ ଦ୍ରୋଣଙ୍କୁ ଗୁରୁ ଦକ୍ଷିଣାରେ ନିଜ ଆଙ୍ଗୁଠିକୁ କାଟି ଦେଇଥିଲେ ସେ କାହାଣୀ ଆଜି ବି ସମସ୍ତଙ୍କ ମନେ ରହିଛି। ପ୍ରାଚୀନ କାଳରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଗ୍ରହଣ କରିବା ପାଇଁ ଗୁରୁଙ୍କ ସହ ଆଶ୍ରମରେ ରହିବାକୁ ପଡ଼ୁଥିଲା ।

ସେହି ସମୟରେ ବ୍ରାହ୍ମଣ ଓ କ୍ଷତ୍ରିୟଙ୍କ ଛଡ଼ା ଆଉ କାହାକୁ ଶିକ୍ଷା ଦିଆଯାଉ ନ ଥିଲା। ଏକଦା ଶୃଙ୍ଗବେରପୁରରେ ନିଷାଦରାଜ ହିରଣ୍ୟଧନୁଙ୍କ ରାଣୀ ସୁଲେଖା ଏକ ପୁତ୍ର ସନ୍ତାନକୁ ଜନ୍ମଦେଇଥିଲେ। ଏହାପରେ ତାଙ୍କର ନାମକରଣ କରାଯାଇ ଅଭିଦ୍ୟୁମ୍ନ ନାମିତ କରାଯାଇଥିଲା। ଛୋଟବେଳେ ତାଙ୍କୁ ଅଭୟ ବୋଲି ସମସ୍ତେ ଡାକୁଥିଲେ । ଯେତେବେଳେ ସେ ଶିକ୍ଷା ଲାଭ କରିବା ପାଇଁ ଗୁରୁକୁଳ ଆସିଥିଲେ ସେତେବେଳେ ଅସ୍ତ୍ରଶସ୍ତ୍ର ବିଦ୍ୟାରେ ତାଙ୍କର ନିଷ୍ଠା ଓ ଏକାଗ୍ରତାକୁ ଦେଖି ଗୁରୁ ଏକଲବ୍ୟ ନାମରେ ସମ୍ବୋଧିତ କରିଥିଲେ । ଏହାପରେ ଧନୁର୍ବିଦ୍ୟାରେ ଉଚ୍ଚଶିକ୍ଷା ପାଇଁ ଏକଲବ୍ୟ ଗୁରୁ ଦ୍ରୋଣଙ୍କ ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ସେ କେବଳ ବ୍ରାହ୍ମଣ ଓ କ୍ଷତ୍ରିୟଙ୍କୁ ଶିକ୍ଷାଦାନ କରୁଥିଲେ । କିନ୍ତୁ ଏକଲବ୍ୟ ଏହା ଜାଣି ମଧ୍ୟ ଧନୁର୍ବିଦ୍ୟା ଶିକ୍ଷା ଲାଭ କରିବା ପାଇଁ ଗୁରୁ ଦ୍ରୋଣଙ୍କୁ ନିଜ କଳାରେ ପ୍ରଭାବିତ କରିବାକୁ ଯାଇଥିଲେ । ହେଲେ ଏଭଳି କିଛି ହୋଇ ନ ଥିଲା ବରଂ ଦ୍ରୋଣ ତାଙ୍କୁ ଅପମାନିତ କରି ଆଶ୍ରମରୁ ବାହାର କରିଦେଇଥିଲେ ।

teachers day 2024

ଏହାପରେ ଜଙ୍ଗଲରେ ସେ ଦ୍ରୋଣଙ୍କ ପ୍ରତିମା ରଖି ଧନୁର୍ବିଦ୍ୟା ଅଭ୍ୟାସ କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ । ଦିନେ ଦ୍ରୋଣାଚାର୍ଯ୍ୟ ଜଙ୍ଗଲରେ ବୁଲୁଥିବା ସମୟରେ ଏକଲବ୍ୟଙ୍କ ଧନୁର୍ବିଦ୍ୟାରେ ପାରଙ୍ଗମ ଦେଖି ତାଙ୍କ ଗୁରୁଙ୍କ ବିଷୟରେ ଜାଣିବାକୁ ଜିଜ୍ଞାସା କରିଥିଲେ । ହେଲେ ପ୍ରତିମାରେ ନିଜ ଛବିକୁ ଦେଖି ଏକଲବ୍ୟଙ୍କୁ ସେ ଗୁରୁ ଦକ୍ଷିଣା ମାଗିଥିଲେ । ତାଙ୍କୁ ଦେବା ପାଇଁ ଏକଲବ୍ୟଙ୍କ ପାଖରେ କିଛି ନ ଥିବାରୁ ଦ୍ରୋଣ ତାଙ୍କର ଆଙ୍ଗୁଠି ଦେବାକୁ କହିଥିଲେ । କାରଣ ପୂର୍ବରୁ ଅର୍ଜୁନଙ୍କୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର କରିବାକୁ ଦେଇଥିବା ପ୍ରତିଶ୍ରୁତି ତାଙ୍କର ମିଥ୍ୟାରେ ପାଲଟି ଯାଇଥାନ୍ତା । ତେବେ ଏକଲବ୍ୟ ମଧ୍ୟ ନିଜ ଆଙ୍ଗୁଠି କାଟି ଗୁରୁଙ୍କୁ ସମର୍ପି ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+