Get Updates
Get notified of breaking news, exclusive insights, and must-see stories!

Solar Eclipse 2024: ଏପ୍ରିଲ ୮ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ: ଜାଣନ୍ତୁ ଭାରତର ହେବକି ଦୃଶ୍ୟମାନ

Surya Grahan 2024: ଏପ୍ରିଲ ମାସରେ ଲାଗିବା ପାଇଁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଅନେକ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି । କେବଳ ବୈଜ୍ଞାନିକ ଦୃଷ୍ଟିରୁ ନୁହେଁ ବରଂ ଧାର୍ମିକ ଏବଂ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚଳିତ ବର୍ଷ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନା ନାହିଁ । ଚାଲନ୍ତୁ ଜାଣିବା ଏହାର କିପରି ପ୍ରଭାବ ଭାରତରେ ପଡିବ ।

ପଞ୍ଚାଙ୍ଗ ଅନୁସାରେ, ଚୈତ୍ର ଅମାବାସ୍ୟା ଏପ୍ରିଲ୍ ୮ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି । ଏପ୍ରିଲ୍ ୮ଟାରେ ୭ ଟା ୦୫ ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟ ଦୃଶ୍ୟମାନ ହେବ ନାହିଁ । ତେବେ ଏହି ପରାଗ ୫୦ ବର୍ଷ ପରେ ଲାଗିବା ପାଇଁ ଯାଉଛି । ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟପରାଗ ୮ ଏପ୍ରିଲ ସୋମବାର ଦିନ ରାତି ୯ଟା ୧୨ ମିନିଟରୁ ଆରମ୍ଭ ହୋଇ ରାତି ୧ଟାରେ ଶେଷ ହେବ । ସୂର୍ଯ୍ୟ ପରାଗର ମୋଟ୍ ଅବଧି ୪ ଘଣ୍ଟା ୨୫ ମିନିଟ୍ ପର୍ଯ୍ୟନ୍ତ ଘଟିବ ।

Solar Eclipse 2024

ବିଶେଷଜ୍ଞଙ୍କ ଅନୁଯାୟୀ ସୂର୍ଯ୍ୟ ପ୍ରାୟ ୭ ମିନିଟ୍ ପର୍ଯ୍ୟନ୍ତ ଦେଖାଯିବେ ନାହିଁ । ୧୯୭୦ ରେ ଏପରି ପରାଗ ଶେଷ ଧର ପାଇଁ ଘଟିଥିଲା । ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଉତ୍ତର ଆମେରିକା, କେଣ୍ଟୁକି, ନ୍ୟୁୟର୍କ, ଓହିଓ, ପଶ୍ଚିମ ୟୁରୋପ, ଉତ୍ତର ଦକ୍ଷିଣ ଆମେରିକା, ପ୍ରଶାନ୍ତ ଆଟଲାଣ୍ଟିକ୍, ଆର୍କଟିକ୍ ଇତ୍ୟାଦି ସ୍ଥାନରେ ଦୃଶ୍ୟମାନ ହେବ । ତେବେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ସୂତାକ ଅବଧି ମଧ୍ୟ ବୈଧ ହେବ ନାହିଁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+