ରାଜ୍ୟସ୍ତରୀୟ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ପାଳିତ

ଏକ ନିର୍ଭୀକ ତଥା ଭେଦଭାବହୀନ ସମାଜ ଗଠନ କରିବା ଥିଲା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ସ୍ୱପ୍ନା ସେହିପରି ସର୍ବକନିଷ୍ଠ ଦେଶଭକ୍ତ ସ୍ୱାଧୀନତା ସଂଗ୍ରାମୀ ବାଜିରାଉତ ତାଙ୍କ ଜୀବନକୁ ବାଜି ଲଗାଇ ଶହୀଦ ହୋଇଥିଲୋ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ଅବସରରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ ଦୁଇ କର୍ମଯୋଗୀଙ୍କୁ ଯଥାକ୍ରମେ ସମତା ଓ ଉଦ୍ଦାମତାର ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ ।

Jaya Prakash Narayan anniversary

ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ଅବସରରେ ଆୟୋଜିତ କାର୍ମଶାଳାରେ ଉଦ୍ଘାଟକ ଭାବେ ଉପସ୍ଥିତ ରହି ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ସିଂ କହିଥିଲେ ଯେ ଲୋକନାୟକ ଜୟପ୍ରକାଶଙ୍କ ସଂପୂର୍ଣ୍ଣ କ୍ରାନ୍ତିର ପ୍ରବର୍ତ୍ତକ ତଥା ସ୍ୱାଧୀନୋତ୍ତର ସମୟରେ ଗଣତନ୍ତ୍ରର ଉପଯୁକ୍ତ ପରିପ୍ରକାଶ ଏବଂ ଛାତ୍ରଛାତ୍ରୀମାନେ ଶହୀଦ ବାଜିରାଉତଙ୍କ ପରି
ନିର୍ଭୀକଚିତ୍ତ ହେବାକୁ ପରାମର୍ଶ ଦେଇଥିଲୋ ଶିକ୍ଷା ଓ ଶିକ୍ଷକ ଏବଂ ଉତ୍ତରପିଢ଼ି ବାଜିରାଉତଙ୍କ ଉଦ୍ଦାମ ଦେଶପ୍ରେମରୁ ଆଦର୍ଶ ଗ୍ରହଣ କରନ୍ତୁ । ସୂଚନା ଓ ଲୋକସଂପର୍କ ତଥା ଜଳସଂପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ନିଜର ବକ୍ତବ୍ୟରେ କହିଥିଲେ ଲୋକନାୟକ ଜୟପ୍ରକାଶ ସମାଜବାଦର ପ୍ରତିଷ୍ଠା ନିମନ୍ତେ ସର୍ବଦା ଉଦ୍ୟମ କରିବା ସହ ବିନୋବା ଭାବେଙ୍କ ପ୍ରବର୍ତ୍ତିତ ସର୍ବୋଦୟ ଆନ୍ଦୋଳନରେ ଅଂଶଗ୍ରହଣ କରି ଭୂଦାନ ମାଧ୍ୟମରେ ଭୂମିହୀନଙ୍କ ଆଥିର୍କ ଉନ୍ନତି ପାଇଁ ଚେଷ୍ଟିତ ଥିଲୋ ୧୯୭୫ ମସିହାରେ ଯେତେବେଳେ ବ୍ୟକ୍ତି
ସ୍ୱାଧୀନତା ସଂକୁଚିତ ହେଲା, ତାହା ଜୟପ୍ରକାଶଙ୍କୁ କ୍ଷୁବ୍ଧ କରିଥିଲାା ସେ ଆଜୀବନ କୌଣସି
ପଦପଦବୀ ପାଇଁ ଲାଳାୟିତ ନଥିଲୋ ସେହିଭଳି ୧୨ ବର୍ଷର ବାଳକ ବାଜିରାଉତଙ୍କ ଦୁଃସାହସିକ
କାହାଣୀ ଆଜି ବି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଯୁବକ ସମସ୍ତଙ୍କର ପ୍ରେରଣା ହୋଇରହିଛିା
ସମ୍ମାନିତ ଅତିଥି ଓଡ଼ିଶା ରିଭୁ୍ୟ ଏବଂ ଉତ୍କଳ ପ୍ରସଙ୍ଗର ସଂପାଦକ ଡକଫର ଲେନିନ୍ ମହାନ୍ତି
କହିଥିଲେ ଯଥାର୍ଥରେ ଲୋକନାୟକ ଜୟପ୍ରକାଶ ଏବଂ ଅମର ଶହୀଦ ବାଜିରାଉତ ଥିଲେ ମୁକ୍ତି
ସଂଗ୍ରାମୀା ନିର୍ଭୀକତା ଏବଂ ଦେଶମାତୃକାର ସେବା ପାଇଁ ଦୁଇଜଣ ସଦା ପ୍ରେରିତ ଥିଲୋ ମୁଖ୍ୟବକ୍ତା
ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଭାଗର ମୁଖ୍ୟ ଡ. ନେତାଜୀ ଅଭିନନ୍ଦନ ନିଜର
ବକ୍ତବ୍ୟରେ କହିଥିଲୋ ଅମର ଶହୀଦ ବାଜିରାଉତଙ୍କ ଶହୀଦ ହେବା ସେ ସମୟରେ ସମଗ୍ର
ଭାରତବର୍ଷ କାହିଁକି ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲାା ପ୍ରତିଷ୍ଠିତ ସମ୍ବାଦପତ୍ରମାନେ ଶହୀଦ
ବାଜିରାଉତଙ୍କ ବିଷୟରେ ବହୁ ଚର୍ଚ୍ଚା କରିଥିଲୋ ଲୋକଶକ୍ତିରେ ଶକ୍ତିମାନ୍ ଜୟପ୍ରକାଶ ସଂପୂର୍ଣ୍ଣ କ୍ରାନ୍ତି
ତଥା ସର୍ବୋଦୟ ଓ ଭୂଦାନରେ ନିଜକୁ ସାମିଲ କରି ସମଗ୍ର ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ
ସୁସ୍ଥ ଗଣତନ୍ତ୍ର ଏବଂ ଗ୍ରାମ୍ୟ ସ୍ୱରାଜ ପାଇଁ ଲକ୍ଷ୍ୟ ରଖିଥିଲୋ ଆଜିବି ତାଙ୍କର ପ୍ରାସଙ୍ଗିକତା ରହିଛି ।
ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ ସ୍ୱାଗତ ଭାଷଣ ପ୍ରଦାନ କରି ଲୋକନାୟକ ଜୟପ୍ରକାଶଙ୍କୁ
ଭେଦଭାବହୀନ ସମାଜ ଗଠନ ତଥା ଭୂଦାନ ଓ ଗ୍ରାମଦାନ କାର୍ଯ୍ୟରେ ଅଗ୍ରଦୂତ ଭାବେ ବର୍ଣ୍ଣନା କରିବା
ସହିତ ଭାରତବର୍ଷରେ ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜିରାଉତଙ୍କ ବଳିଦାନ ଅତୁଳନୀୟ
ବୋଲି କହିଥିଲୋ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା
େଓ୍ୱବିନାର୍ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲୋ ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ
ସଂଯୋଜନା କରିଥିଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+