କେଉଁ ତାରିଖରେ ପଡୁଛି ମହାଶିବରାତ୍ରୀ:ଜାଣନ୍ତୁ ପୂଜା ବିଧି ଏବଂ ସମୟ
ସୂର୍ଯ୍ୟାଦୟ ପୂର୍ବରୁ ଉଠି ସ୍ନାନ କରି ଶିବଙ୍କ ପାଖରେ ପୂଜା କରି ଉପବାସ ରଖନ୍ତୁ । ନିଷ୍ଠାର ସହି ବ୍ରତ ରଖିଲେ ଭଗବାନ ଶଙ୍କରଙ୍କର ଆର୍ଶିବାଦ ମିଳିଥାଏ । ନିୟମ ଅନୁସାରେ, ସାରା ଦିନ ଏବଂ ରାତି ଉପବାସ ରହିବା ପାଇଁ ପଡିଥାଏ ।

ଭୁବନେଶ୍ୱର: ଫାଲଗୁନ କୃଷ୍ଣ ଚତୁର୍ଦଶୀ ତିଥିରେ ପାଳନ କରାଯାଏ ମହାଶିବରାତ୍ରୀ । ଏହି ଦିନ ସାରା ଦେଶରେ ଭକ୍ତମାନେ ମହାଦେବଙ୍କ ଆରାଧନା କରିଥାନ୍ତି । ଚଳିତବର୍ଷ ମହାଶିବରାତ୍ରୀ ଫେବୃଆରୀ ୧୮ ତାରିଖ ରାତି ୮ଟା ୨ ମିନିଟରୁ ଆରମ୍ଭ ହୋଇ ୧୯ ତାରିଖ ୪ଟା ୧୮ ମିନିଟରେ ସମାପ୍ତ ହେଉଛି । ମହାଶିବରାତ୍ରୀରେ ଶିବଙ୍କର ପୂଜା ନିଶି କାଳରେ କରାଯାଏ, ତେଣୁ ଏହି ଉତ୍ସବ ଏଥର ୧୮ ତାରିଖ ଅର୍ଥାତ୍ ଶନିବାର ଦିନ ପାଳିତ ହେବ । ମହାଶିବରାତ୍ରୀର ୪ ପ୍ରହର ପୂଜା ୧୮ ଫେବୃଆରୀରେ ହିଁ କରାଯିବ ।
ମହାଶିବରାତ୍ରୀ ପୂଜା ବିଧି
ସୂର୍ଯ୍ୟାଦୟ ପୂର୍ବରୁ ଉଠି ସ୍ନାନ କରି ଶିବଙ୍କ ପାଖରେ ପୂଜା କରି ଉପବାସ ରଖନ୍ତୁ । ନିଷ୍ଠାର ସହିତ ବ୍ରତ ରଖିଲେ ଭଗବାନ ଶଙ୍କରଙ୍କର ଆର୍ଶୀବାଦ ମିଳିଥାଏ । ନିୟମ ଅନୁସାରେ, ସାରା ଦିନ ଏବଂ ରାତି ଉପବାସ ରହିବା ପାଇଁ ପଡିଥାଏ । ତେବେ ଛୋଟ ପିଲା, ବୃଦ୍ଧ, ରୋଗୀମାନେ ଫଳ ଏବଂ ଜଳପାନ କରି ବ୍ରତ ରଖିପାରିବେ । ବ୍ରତ ରଖିବା ସମୟରେ ମହାଦେବ ଏବଂ ମାଆ ପାର୍ବତୀଙ୍କୁ ସ୍ମରଣ କରିବା ପାଇଁ ଭୁଲିବେ ନାହିଁ । ତେବେ ଜାଗର ରାତ୍ରୀକୁ ୪ଟି ପ୍ରହରରେ ବିଭକ୍ତ କରି ଭୋଳାନାଥଙ୍କର ପୂଜାର୍ଚ୍ଚନା କରାଯାଏ । ପର ଦିନ ସୂର୍ଯ୍ୟସ୍ତ ପୂର୍ବରୁ ସ୍ନାନକରି ବ୍ରତ ଉଦଯାପନ କରି ଖାଦ୍ୟ ଖାଇ ପାରିବେ ।
ଶୀବରାତ୍ରୀ ଦିନ ଶଙ୍କର ଭଗବାନଙ୍କୁ ତ୍ରୀଶାଖା ବେଲପତ୍ର, କ୍ଷୀର, ଜଳ, ଧତୁକା ଫୁଲ, କେତକି ଫୁଲ, ଆଦି ଅର୍ପଣ କରନ୍ତୁ । ଦିନର ଯେତେବେଳେ ମଧ୍ୟ ସମୟ ପାଇବେ ସେତେବେଳେ ୧୦୮ଥର 'ଓମ୍ ନମଃ ଶିବାୟଃ' ମନ୍ତ୍ର ଜପ କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବା ସହ ଦୁଃଖ କଷ୍ଟ ଦୂର ହେବ । ଆପଣ ଏହି ଦିନ ଶିବ ଚାଳିସା ମଧ୍ୟ ଗାନ କରିପାରିବେ କିମ୍ବା ଶୁଣିଲେ ମଧ୍ୟ ମନ ପବିତ୍ର ରହିଥାଏ ।
ଏଥର ଶିବରାତ୍ରୀର ପ୍ରଥମ ପ୍ରହର ପୂଜା ସମୟ ସଂଧ୍ୟା ୬.୪୧ ମିନିଟରୁ ଆରମ୍ଭ ହୋଇ ରାତି ୯.୪୭ ମିନିଟ୍ ପର୍ଯ୍ୟନ୍ତ ରହିଛି । ସେହିପରି ୯.୪୭ ରୁ ରାତି ୧୨.୫୩ ଯାଏଁ ଦ୍ୱିତୀୟ ଶୁଭ ମୁହୁର୍ତ୍ତ ରିହିଛି । ମାନ୍ୟତା ରହିଛି ଏହି ସମୟ ମଧ୍ୟରେ ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏହା ସହ ଜୀବନର ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications