Basant Panchami 2025: ୨ ନା ୩ କେଉଁ ଦିନ ପାଳନ କରାଯିବ ଚଳିତ ବର୍ଷ ସରସ୍ୱତୀ ପୂଜା
Basant Panchami 2025: ବସନ୍ତ ପଞ୍ଚମୀର ପର୍ବ ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ । ଏହି ଦିନ ଜ୍ଞାନ, ଶିକ୍ଷା, ସଙ୍ଗୀତ ଏବଂ କଳାର ଦେବୀ ମା' ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଏ । ସନାତନ ଧର୍ମରେ ମାଆ ସରସ୍ୱତୀଙ୍କ ଉପାସନାର ବିଶେଷ ଗୁରୁତ୍ୱ ରହିଛି, କାରଣ ସେ ଜ୍ଞାନର ଦେବୀ । ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ୱତୀଙ୍କୁ ପୂଜା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଦେବୀ କାଳୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ମାନ୍ୟତା ରହିଛି ।
ଚଳିତ ବର୍ଷ ଫେବ୍ରୁଆରୀ 2 ତାରିଖରେ ସରସ୍ୱତୀ ପୂଜା ପାଳନ କରାଯିବ । ମାଘ ମାସର ଶୁକ୍ଳ ପଞ୍ଚମୀ ତିଥି 02 ଫେବୃଆରୀ ସକାଳ 09:14 ରେ ଆରମ୍ଭ ହେବ ଏବଂ ଏହି ତିଥି 03 ଫେବୃଆରୀ ସକାଳ 06:52 ରେ ଶେଷ ହେବ। ତିଥି ଅନୁସାରେ ଏଥର ଫେବୃଆରୀ 3 ରେ ପାଳନ କରାଯିବ।

ଶାସ୍ତ୍ର ବସନ୍ତ ପଞ୍ଚମୀ ଏକ ପ୍ରମୁଖ ପର୍ବ ଭାବେ ବିବେଚନା କରାଯାଏ । ମାଆ ସରସ୍ୱତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀଙ୍କ ରୂପରେ ମଧ୍ୟ ପୂଜା କରାଯାଏ ଏହି ଦିନକୁ ବସନ୍ତ ପଞ୍ଚମୀ ସରସ୍ୱତୀ ପଞ୍ଚମୀ, ଶ୍ରୀ ପଞ୍ଚମୀ ନାମରେ ମଧ୍ୟ ଜଣାଶୁଣା ।












Click it and Unblock the Notifications