Get Updates
Get notified of breaking news, exclusive insights, and must-see stories!

Saraswati Puja 2025: ସରସ୍ଵତୀ ପୂଜା: ବିଭିନ୍ନ ଦେଶ ଓ ଧର୍ମରେ ହୁଏ ସରସ୍ଵତୀଙ୍କ ଆରାଧନା

ମାଘ ମାସ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ଭାବେ ପାଳନ କରାଯାଏ । ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । 'ଶ୍ରୀ' କହିଲେ ଶୁଭ ଲକ୍ଷଣଯୁକ୍ତ ଏହି କାରଣରୁ ମାଘ ଶୁକ୍ଲ ପଞ୍ଚମୀ ତିଥିକୁ ଶ୍ରୀପଞ୍ଚମୀ ବୋଲି କୁହାଯାଏ ।

ଏହି ଦିନ ଅନେକ ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରାଯାଇଥାଏ । ଏହିଦିନ ବିଶେଷ କରି ବିଦ୍ୟା ଆରମ୍ଭ, ନୂତନ ଗୃହ ଆରମ୍ଭ, ଗୃହ ପ୍ରତିଷ୍ଠା, ଛୋଟ ପିଲା ମାନଙ୍କର ଅନ୍ନ ପ୍ରସନ୍ନ ଇତ୍ୟାଦି କାର୍ଯ୍ୟ ଅତ୍ୟନ୍ତ ଶୁଭ ଦିନ ଭାବି କରାଯାଇଥାଏ । କେବଳ ଭାରତ ନୁହେଁ, ଅନ୍ୟ ଦେଶ ଓ ସଂସ୍କୃତିରେ ପୂଜା ପୂଜା ପାଆନ୍ତି ମା ସରସ୍ଵତୀ ।

Saraswati Puja

ସରସ୍ୱତୀ କେବଳ ହିନ୍ଦୁମାନଙ୍କର ଦେବୀ ନୁହଁନ୍ତି । ସେ ଜୈନମାନଙ୍କର ସିଦ୍ଧ ସରସ୍ୱତୀ ଏବଂ ବୌଦ୍ଧମାନଙ୍କର ପ୍ରଜ୍ଞା ପାରମିତା । ଚୀନ ଦେଶରେ ଲୋକେ ଚିନାମାଟିରେ ପ୍ରସ୍ତୁତି ସରସ୍ୱତୀଙ୍କୁ ପୂଜା କରିବା ସହ ସେଦିନ ଧଳା ପୋଷାକ ପିନ୍ଧିଥାଆନ୍ତି । ଜାପାନର ସେ ପଟ୍ଟଚିତ୍ରରେ ପୂଜା ପାଆନ୍ତି ତ ରୁଷିଆରେ ସେଓ ଭୋଗରେ । ଫ୍ରାନସ୍ ମ୍ୟୁଜିୟମରୁ ୧୧୦୦ ଖ୍ରୀଷ୍ଟାବ୍ଦର ଏକ ବିରଳ ସରସ୍ୱତୀ ମୂର୍ତ୍ତି ଆବିଷ୍କୃତ ହୋଇଅଛି । ସେହିପରି ତାଞ୍ଜୋର ମନ୍ଦିରରୁ ଏକ ମଧ୍ୟଯୁଗୀୟ ମୂର୍ତ୍ତି ଏବଂ ବ୍ରିଟିଶ ମ୍ୟୁଜିୟମରୁ ସରସ୍ୱତୀଙ୍କ ମୂର୍ତ୍ତି ମାନ ଆବିଷ୍କାର ମଧ୍ୟ କରାଯାଇଅଛି ତେଣୁ ସରସ୍ୱତୀଙ୍କ ପୂଜା ବହୁ ପୁରାତନ ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ ।

ରାଜା ମହାରାଜଙ୍କ ଅମଳର ପରମ୍ପରା:
ପ୍ରାଚୀନ କାଳରେ ରାଜା ମହାରାଜା ମାନେ ଏହି ଦିନକୁ ଶ୍ରୀପଞ୍ଚମୀକୁ ରତିକାମ ମହୋତ୍ସବ/କୌମୁଦୀ ମହୋତ୍ସବ ରୂପେ ପାଳନ କରୁଥିଲେ। ଫୁଲରେ ରାଜ ଉଆସ ସଜା ଯାଉଥିଲା, ଫୁଲର ଦୋଳିରେ ରାଜାରାଣୀ ଦୋଳି ଖେଳୁଥିଲେ । ପ୍ରଜାମାନେ ରାଜ ଉଆସରେ ଆସି ଭୋଜନ କରୁଥିଲେ । ମାଘ ପଞ୍ଚମୀରେ ଗୋପୀମାନେ ମଧ୍ୟ କୃଷ୍ଣଙ୍କ ସହ ରାସ ଉତ୍ସବ ମନାଉଥିଲେ । କେତେକ ଅଞ୍ଚଳରେ ପବିତ୍ରତାର ସହ ଉଭୟ ସ୍ୱାମୀ-ସ୍ତ୍ରୀ ମାଘ ଶୁକ୍ଳ ପଞ୍ଚମୀକୁ ପ୍ରେମ ଦିବସ ରୂପେ ପାଳନ କରିଥାଆନ୍ତି। କାମଦେବ ଓ ରତିଙ୍କୁ ହଳଦିଆ ଫୁଲରେ ପ୍ରତିମା କରି ଦାମ୍ପତ୍ୟ ସୁଖ ପାଇଁ ପୂଜା କରିଥାଆନ୍ତି ।

ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲରେ ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା' ସରସ୍ୱତୀଙ୍କୁ ମାଘ ଶୁକ୍ଳ ପଞ୍ଚମୀରେ। ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହେଇଥାଏ ଗୁପ୍ତ ନବରାତ୍ର ପୂଜା। ଏହି ଗୁପ୍ତ ନବରାତ୍ରରେ ଦୈବୀଶକ୍ତିଙ୍କର ପୂର୍ଣ୍ଣ ପ୍ରଭାବଥାଏ। ମା' ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା, ମା' ସରସ୍ୱତୀ, ମା' ଲକ୍ଷ୍ମୀ, ମା' କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର। ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାଆନ୍ତି ।

ବେଦ ଓ ଶାସ୍ତ୍ର ଅନୁସାରେ ଦେବୀ ସରସ୍ଵତୀଙ୍କ ଆରାଧନା:
ଋଗ୍‌ବେଦରେ ମଧ୍ୟ ସରସ୍ୱତୀଙ୍କୁ ୩୦ଥର ନଦୀ ଓ ୪୫ଥର ଦେବୀ ରୂପେ ବର୍ଣ୍ଣନା କରାଯାଇ ତାଙ୍କର ପବିତ୍ରତା ସଂପର୍କରେ ଆଲୋକପାତ କରାଯାଇଅଛି। ସରସ୍ୱତୀ କହିଲେ 'ସରସ୍‌-ବତୀ' ଯାହାର ଅର୍ଥ ଶ୍ରେଷ୍ଠ ନଦୀ, ହ୍ରଦ ବା ସାଗର। ଏଣୁ ସରସ୍ୱତୀ ଜ୍ଞାନର ନଦୀ, ହ୍ରଦ ବା ସାଗର ।

ଶାସ୍ତ୍ର ଅନୁସାରେ ଶ୍ରୀପଞ୍ଚମୀ ଦିନ ବିବାହ, ନିର୍ବନ୍ଧ କାର୍ଯ୍ୟ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଯେଉଁମାନଙ୍କର ବିବାହ ହୋଇପାରୁନି ସେମାନେ ଏହି ସମୟରେ ଶ୍ରଦ୍ଧା ଭକ୍ତିର ସହ ହଳଦୀ ଲଗାଇ ସ୍ନାନକରି ହଳଦିଆ ବସ୍ତ୍ର ପରିଧାନ କରି କୃଷ୍ଣ ଭଗବାନଙ୍କୁ ହଳଦିଆ ବସ୍ତ୍ରରେ ସଜାଇ ହଳଦିଆ ଫୁଲରେ ସଜାହେଇଥିବା ଝୁଲାରେ ଝୁଲାଇ ବସନ୍ତ ଉତ୍ସବ ପାଳନ କଲେ ବିବାହ ସହଜରେ ହୋଇଯାଏ ବୋଲି ବିଶ୍ୱାସ ରହିଅଛି ।

ସେ ଶୁଭ୍ର ବସ୍ତ୍ର ପରିହିତା,ସେ ଶ୍ୱେତବର୍ଣ୍ଣା ଏବଂ ଶ୍ୱେତପଦ୍ମ ପୁଷ୍ପ ଉପରେ ବିରାଜିତା । ତାଙ୍କର ଚାରିଭୁଜ ମଧ୍ୟରୁ ଗୋଟିଏ ହସ୍ତରେ ଲେଖନୀ, ଆଉ ଗୋଟିଏ ହସ୍ତରେ ପୁସ୍ତକ ଏବଂ ଅନ୍ୟ ଦୁଇ ହସ୍ତରେ ବୀଣା, ପାଣିରେ (ହାତରେ) ବୀଣା ଧାରଣ କରିଥିବାରୁ ତାଙ୍କ ନାମ ବୀଣାପାଣି । ହଂସ ତାଙ୍କର ବାହନ । ପୂଜା ଆସନରେ ସେ କେବେ ଶୁଭ୍ର ପଦ୍ମପୁଷ୍ପ ଉପରେ ତ କେତେବେଳେ ହଂସ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଏଠାରେ ଶ୍ୱେତବସ୍ତ୍ର-ନିଷ୍କଳଙ୍କ ଚରିତ୍ରର ପ୍ରତୀକ, ଲେଖନୀ ଓ ପୁସ୍ତକ-ଜ୍ଞାନର ପ୍ରତୀକ, ବୀଣା-ସଂଗୀତ, ସୂକ୍ଷ୍ମକଳା ତଥା ସପ୍ତରଙ୍ଗ ଓ ସପ୍ତସ୍ୱରର ପ୍ରତୀକ, ହଂସ ଶୁଦ୍ଧତାର ପ୍ରତୀକ ଏବଂ ସାମୁହିକ ଭାବେ ଧଳାରଙ୍ଗ-ପବିତ୍ରତା ଓ ଶାନ୍ତିର ପ୍ରତୀକ।

ଦେବୀ ସରସ୍ୱତୀଙ୍କୁ ନେଇ ପୁରାଣକାରମାନେ ଅନେକ କଥା କହିଥାଆନ୍ତି। ଶିବ ପୁରାଣ, ବାୟୂ ପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ ମତେ ସେ ବ୍ରହ୍ମାଙ୍କ ପତ୍ନୀ। ସେ ହେଉଛନ୍ତି ସରସ୍ୱତୀ-ବିଦ୍ୟାଦାତ୍ରୀ, ମହାଲକ୍ଷ୍ମୀ-ଧନଦାତ୍ରୀ ଏବଂ ଦୁର୍ଗା ହେଉଛନ୍ତି ଶକ୍ତିଦାତ୍ରୀ । ପୁଣି ବ୍ରହ୍ମ ବୈବର୍ତ୍ତ ପୁରାଣ କୁହେ ସେ ଶ୍ରୀରାଧାଙ୍କ ଜିହ୍ୱାଗ୍ରରୁ ସୃଷ୍ଟି। ଗଙ୍ଗାଙ୍କ ଅଭିଶାପରୁ ସେ ପବିତ୍ର ସରସ୍ୱତୀ ହୋଇ ପ୍ରବାହିତ ହୁଅନ୍ତି ଏ ମର୍ତ୍ତ୍ୟ ଭାରତ ଭୂଖଣ୍ଡରେ। ତ୍ରିବେଣୀ ସଂଗମ ଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ ଏକତ୍ର ହୋଇଛନ୍ତି। ଗଙ୍ଗା ଓ ଯମୁନାଙ୍କୁ ପବିତ୍ରତା ଏବଂ ସରସ୍ୱତୀଙ୍କୁ ଜ୍ଞାନଦାତ୍ରୀ, ପବିତ୍ର ଓ ମୁକ୍ତିର ପ୍ରତୀକ ।

ଦେବୀ ସରସ୍ଵତୀଙ୍କ ସାତଗୋଟି ନାମ:
ଅମର କୋଷ ମତରେ ଦେବୀ ସରସ୍ୱତୀଙ୍କର ସାତଗୋଟି ନାମ ରହିଅଛି ଯଥା: ବୀଣାପାଣି, ଭାରତୀ, ବ୍ରାହ୍ମୀ, ଗିର୍, ବାଚ୍, ବାଣୀ, ସରସ୍ଵତୀ, ଆଦି । କହିବାକୁ ଗଲେ ମୋଟ ଉପରେ ସେ ଜ୍ଞାନ, ବିଦ୍ୟା, ସଂଗୀତ କଳା, ବୁଦ୍ଧି ତଥା ଶୁଦ୍ଧତାର ଦେବୀ । ଏହି କାରଣରୁ ସେ ସମସ୍ତ ଶିକ୍ଷା, ସଂଗୀତ ଓ କଳା ଅନୁଷ୍ଠାନ ମାନଙ୍କରେ ଶ୍ରୀପଞ୍ଚମୀ ଦିନ ସ୍ୱତନ୍ତ୍ର ଭାବେ ସୁସଜ୍ଜିତ ମଣ୍ଡପରେ ପୂଜା ପାଇଥାଆନ୍ତି । ସେ ହିଁ ସବୁର କରୁଣାର ଆଧାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+