Get Updates
Get notified of breaking news, exclusive insights, and must-see stories!

Ratha Yatra 2024: ବଡ଼ଦାଣ୍ଡ ମଝିରେ କାହିଁକି ଅଟକେ ତିନି ରଥ ? ଜାଣନ୍ତୁ, ମାଉସୀ ମା' ମନ୍ଦିରର କିମ୍ବଦନ୍ତୀ...

Ratha Yatra: ଜଗତରନାଥ ମହାବାହୁ ବରଷକେ ଥରେ ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଆସନ୍ତି । ଭାଇଭଉଣୀଙ୍କୁ ସାଥିରେ ନେଇ ତିନି ରଥରେ ବିରାଜମାନ ହୋଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି । ଏହି ଦିନକୁ କୋଟି କୋଟି କାଳିଆପ୍ରେମୀ ଚାହିଁ ରହିଥାନ୍ତି ।
ମହାପ୍ରଭୁଙ୍କ ଏହି ଲୀଳା ମଧ୍ୟରେ ରହିଛି କିଛି କିମ୍ବଦନ୍ତୀ । ଶ୍ରୀଗୁଣ୍ଡିଚା ଯାତ୍ରା କରିବା ସମୟରେ ଅଧା ବାଟରେ ଅଟକିଯାଏ ତିନି ରଥ । ବଡ଼ଦାଣ୍ଡରେ ଥିବା ମାଉସୀ ମା ମନ୍ଦିରରେ କିଛି ସମୟ ରହେ ତିନି ରଥ । ମାଉସୀ ମା ମନ୍ଦିର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାବଗତ ସମ୍ପର୍କ ରହିଛି ।

ଶ୍ରୀଗୁଣ୍ଡିଚା ଦିନ ତିନି ରଥ ମାଉସୀ ମା ମନ୍ଦିର ଦେଇ ଯାଇଥାନ୍ତି । ବାହୁଡ଼ା ଯାତ୍ରା ଦିନ ଫେରିବା ବାଟରେ ମାଉସୀ ମା ଶ୍ରଦ୍ଧାରେ ପ୍ରସ୍ତୁତ କରିଥିବା ପୋଡ ପିଠା ଭୋଗ ଖୁଆଇ ତିନି ରଥକୁ ମେଲାଣି ଦେଇଥାନ୍ତି । ତେବେ ଆପଣ ଭାବୁଥିବେ ପ୍ରଭୁଙ୍କର ମାଉସୀ ମା ଘର ମାନେ ଶ୍ରୀଗୁଣ୍ଡିଚା ମନ୍ଦିର । କିନ୍ତୁ ନା ଏହା ଆଦୌ ଠିକ ନୁହେଁ, ପ୍ରକୃତରେ ଶ୍ରୀଗୁଣ୍ଡିଚା ମନ୍ଦିର ପୂର୍ବରୁ ପ୍ରଭୁଙ୍କର ମାଉସୀ ମା ଘର ପଡିଥାଏ । ଆଜି ଜାଣିବା ଏ ନେଇ କଣ ରହିଛି କିମ୍ବଦନ୍ତୀ...

ratha yatra

ଜଗନ୍ନାଥ ଭାଇ ଭଉଣୀଙ୍କ ସହ ରଥାରୂଢ଼ ହୋଇ ଶ୍ରୀ ଗୁଣ୍ଡିଚା ମନ୍ଦିର ଯିବା ବାଟରେ ବଡ଼ଦାଣ୍ଡରେ ଦଇତାପଡା ସାହିର ପାଶ୍ୱର୍ରେ ବଳଗଣ୍ଡି ପୂର୍ବରୁ ପଡେ଼ ଅର୍ଦ୍ଧାଶନୀ ବା ମାଉସୀ ମା'ମନ୍ଦିର । କେଶରୀ ବଂଶର ରାଜାଙ୍କ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ଦେବୀ ଅର୍ଦ୍ଧାଶନୀ ହେଉଛନ୍ତି ଦେବୀ ସୁଭଦ୍ରାଙ୍କ ଅଙ୍ଗ ସମ୍ଭୁତା । ରଥ ଯାତ୍ରା ସମୟରେ ମାଉସୀ ମା ମନ୍ଦିର ସମସ୍ତଙ୍କ ପାଇଁ ବିଶେଷ ଆକର୍ଷଣ ଓ ଚଳଚଞ୍ଚଳ ହୋଇଥାଏ । ରଥଯାତ୍ରା ଦିନ ତିନି ରଥରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିବା ସମୟରେ ମାଉସୀମା' ମନ୍ଦିର ପାଖରେ ରଥ ଟିକିଏ ଅଟକି ଥାଏ । କାରଣ ମହାପ୍ରଭୁ ବଡ ବ୍ୟସ୍ତ ଥାଆନ୍ତି ଗୁଣ୍ଡିଚା ମନ୍ଦିରକୁ ଯିବା ପାଇଁ । କେବଳ ମାଉସୀ ମା' ଙ୍କ ନିମନ୍ତେ ରଥ କିଛି ସମୟ ଅଟକି ଥାଏ । କିନ୍ତୁ ବାହୁଡା ଯାତ୍ରା ଦିନ ଅର୍ଥାତ ଗୁଣ୍ଡିଚା ମନ୍ଦିରରୁ ନବଦିନ ଯାତ୍ରା ସାରି ଫେରିଲା ବେଳକୁ ମହାପ୍ରଭୁ ଭାଇ ଓ ଉଉଣୀଙ୍କ ସହିତ ମାଉସୀମା' ମନ୍ଦିର ନିକଟରେ ରଥକୁ ଅଟକାଇଥାନ୍ତି ।

ସେଠାରେ ରୀତି ଅନୁସାରେ ମାଉସୀମା' ମନ୍ଦିର ତରଫରୁ ମହାପ୍ରଭୁମାନଙ୍କୁ ପ୍ରିୟ ପୋଡପିଠା ନୈବେଦ୍ୟ କରାଯାଇଥାଏ । ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ପୋଡପିଠା ଅତିପ୍ରିୟ । ଏହା ଛେନା, ଅଟା, ଚାଉଳଚୁନା, ଘିଅ, ଖଣ୍ଡ ଲବଣୀ, ଦ୍ରାକ୍ଷା, ପେସ୍ତା, ବାଦାମ, କର୍ପୁର, ଦାରୁଚିନି, ଅଳେଇଚ, ଲବଙ୍ଗ ପ୍ରଭୁତି ମିଶ୍ରଣ ହୋଇ ମହାପ୍ରଭୁଙ୍କ ପାଇଁ ପୋଡପିଠା ପ୍ରସ୍ତୁତ ହୋଇଥାଏ । ସେଥିପାଇଁ ମାଉସୀମା' ଙ୍କର ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୋଡପିଟା ଭୋଗ ଲାଗେ । ପ୍ରଥା ଓ ପରମ୍ପରା ଅନୁଯାୟୀ ମହାପ୍ରଭୁ ମାଉସୀଙ୍କଠାରୁ ପୋଡପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ।

ପୁରାଣପୃଷ୍ଠାର କଥା ଅନୁଯାୟୀ ରାମ ଅବତାରରେ ପ୍ରଭୁ ରାମଚନ୍ଦ୍ର ବନବାସ ଯିବା ସମୟରେ ମାତା କୈକେୟୀଙ୍କୁ କହିଥିଲେ ଆପଣଙ୍କର ମୋର ସମ୍ପର୍କ ଜନ୍ମ ଜନ୍ମାନ୍ତର ରହିବ । ସେଥିପାଇଁ ମୋତେ ୧୪ ବର୍ଷ ବନବାସ ହେବ କିନ୍ତୁ ଜଗତ କଲ୍ୟାଣ ପାଇଁ ଏହା ମହତ ଉଦ୍ଦେଶ୍ୟ । ଏହାପରେ ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ ମାତା ଯଶୋଦାଙ୍କ ରୂପରେ ଲାଳନପାଳନ କରିଲେ । ଦ୍ୱାପର ପରେ ପଦ୍ମକ୍ଷେତ୍ରରେ ଯେତେବେଳେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପରେ ପୂଜା ପାଇଲେ ସେତେବେଳେ ମାଉସୀମା' ରୂପରେ ବଳଗଣ୍ଡିଠାରେ ଅବସ୍ଥାନ କଲେ ମା' ଅର୍ଦ୍ଧାଶନୀ । ମା'ଙ୍କ ମହିମା ଅପାର । ପ୍ରଳୟ ଜଳରେ ସମସ୍ତ ସ୍ଥାନ ଜଳମଗ୍ନ ହେଲେ ବି ଶ୍ରୀକ୍ଷେତ୍ର ଏଥିରୁ ବାଦ୍ ପଡ଼ିଥାଏ । କାରଣ ସେହି ପ୍ରଳୟ ଜଳର ଅର୍ଦ୍ଧଭାଗ ଦେବୀ ଶୋଷଣ କରି ନିଅନ୍ତି । ତାଙ୍କୁ ଦର୍ଶନ ଓ ପ୍ରଣାମ କଲେ ଶାଶ୍ୱତ ଭୋଗ ପ୍ରାପ୍ତ ହୋଇଥାଏ ।
ଘୋଷଯାତ୍ରାରେ ଏହି ମନ୍ଦିରର ଏକ ମୂଖ୍ୟ ଭୂମିକା ଥାଏ । ମାଉସୀମା ମନ୍ଦିର ବା ଅର୍ଦ୍ଧାଶନୀ ମନ୍ଦିର ପୁରୀରେ ଥିବା ଏକ ମୁଖ୍ୟ ମନ୍ଦିର । ଏହା ପୁରୀ ବଡ଼ଦାଣ୍ଡରେ ଜଗନ୍ନାଥ ମନ୍ଦିର ଆଡ଼କୁ ଗଲାବେଳେ ବଳଗଣ୍ଡି ପାଖରେ ବାମପଟେ ଅବସ୍ଥିତ । ଏଠାର ଅଧିଷ୍ଠାତ୍ରୀ ଦେବୀ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣା । ପୂର୍ବରୁ ଏଠି ହାତୀ ଗାଧୁଆ ନଦୀ ବହି ଯାଉଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ ।

ପୂର୍ବରୁ ମହାପ୍ରଭୁମାମାନଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ପୁଣି ଫେରିଲାବେଳକୁ ଅର୍ଥାତ ବାହୁଡ଼ାବେଳେ ଏଇଠି ମାଉସୀ ମା ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି । ମା ଦେଖିବାକୁ ଅବିକଳ ସୁଭଦ୍ରା ଦେବୀଙ୍କ ପରି । ଲୋକ କଥାରେ ରାଜ୍ୟ ତଥ୍ୟ ଅନ୍ୟପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଘରକୁ ଜଗନ୍ନାଥଙ୍କ ମାଉସୀ ଘର ବୋଲି ଧାରଣା ରଖିଥାନ୍ତି । ଏବେ ବି ଏହାକୁ ନେଇ ବାହାରୁ ଆସୁଥିବା ଭକ୍ତଙ୍କ ଭିତରେ ଦ୍ବନ୍ଦ୍ବ ରହିଥାଏ । କିନ୍ତୁ ବଡଦାଣ୍ଡ ମଧ୍ୟ ଭାଗରେ ମାଉସୀ ମା ମନ୍ଦିର ରହିଛି ।

ସମୁଦ୍ରର ପ୍ରଳୟ କାଳରେ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବା ଅର୍ଦ୍ଧାସନୀ ବା ଅର୍ଦ୍ଧଶୋଷଣୀ ମାଉସୀ ମା ମନ୍ଦିରରେ ପୂଜା ପାଇଥାନ୍ତି । କିମ୍ବଦନ୍ତୀରୁ ଜଣାଯାଏ ବହୁ ବର୍ଷ ପୂର୍ବରୁ ପୁରୀ ବଡଦାଣ୍ଡଟି ମାଳିନୀ ନଦୀ ଦ୍ବାରା ଦୁଇ ଭାଗରେ ବିଭକ୍ତ ହୋଇଥିଲା । ସେତେବେଳେ ରଥଯାତ୍ରା ସମୟରେ ୬ଟି ରଥ ନିର୍ମାଣ ହେଉଥିଲା । ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତି ୩ଟି ରଥରେ ଆସି ନଦୀ ନିକଟରେ ରହୁଥିଲେ । ସେଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୌକାରେ ନେଇ କୂଳକୁ ଗଲା ପରେ ପୁଣି ରଥରେ ପ୍ରଭୁ ଯାତ୍ରା କରିଥାନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+