Get Updates
Get notified of breaking news, exclusive insights, and must-see stories!

Ratha Yatra: ନବଯୌବନ ବେଶ କ'ଣ ? କାହିଁକି କୁହାଯାଏ ନେତ୍ରୋତ୍ସବ

Ratha Yatra: ଜଗତର ନାଥ ଜଗନ୍ନାଥ । ଧରାପୃଷ୍ଠରେ କରନ୍ତି ମାନବଲୀଳା । ସାଧାରଣ ମଣିଷ ପରି କରିଥାନ୍ତି ଜୀବନଚର୍ଯ୍ୟା । ଭକ୍ତଙ୍କ ଗହଣରେ ବର୍ଷକୁ ଥରେ ବାହାରକୁ ଆସି ଲୀଳାଖେଳା କରିଥାନ୍ତି । ରଥରେ ବିରାଜମାନ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା ବି କରିଥାନ୍ତି । ସ୍ନାଯାତ୍ରା ଠାରୁ ଆରମ୍ଭ ହୋଇଥାଏ ଏହି ନୀତି ।

ସ୍ନାନଯାତ୍ରା ପରେ ଜ୍ୱରରେ ପଡ଼ି ଚିକିତ୍ସିତ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅଣସର ଘରେ ଅନେକ ଗୁପ୍ତ ନୀତି ଅନୁଷ୍ଠିତ ହୋଇଥାଏ । ଦୀର୍ଘ ୧୫ ଦିନ ପରେ ଅଣସର ଶେଷ ପରେ ମହାପ୍ରଭୁ ଯେଉଁ ଦର୍ଶନ ଦିଅନ୍ତି । ଏହାକୁ ନବଯୌବନ ଦର୍ଶନ କୁହନ୍ତି । ଅଣସର ପିଣ୍ଡିରୁ ବାହାରିବା ପରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ ବା ନବଯୌବନ ଦର୍ଶନ ।

nabajouban besha

ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଶ୍ରୀଜୀଉଙ୍କ ଏହା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ରୁହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି ।

ସ୍ନାନଯାତ୍ରା ହେତୁ ରଥଯାତ୍ରାର ଚାରିଦିନ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁନଶ୍ଚ ରୂପ ଦେବାର ଆବଶ୍ୟକତା ପଡ଼ିଥାଏ, ଏହାକୁ ଅଙ୍ଗରାଗ କୁହାଯାଏ । ଏହାପରେ ନବଯୌବନର ଦିନର ପ୍ରାତଃକାଳରେ ନେତ୍ରୋତ୍ସବ ପାଳନ କରାଯାଏ ।

ଠାକୁରମାନଙ୍କୁ ଅର୍ଦ୍ଧ-ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବେ ଚିତ୍ରିତ କରାଯାଏ । ଏହି ସେବା ସରିବା ପରେ ନେତ୍ରୋମିଳନ ନୀତି ପାଳିତ ହୁଏ । ଏଥିରେ ପ୍ରତ୍ୟେକ ଠାକୁରଙ୍କ ଉଭୟ ଚକ୍ଷୁରେ ତୁଳସୀ ପତ୍ର ସାହାଯ୍ୟରେ ଔଷଧ ପ୍ରୟୋଗ କରାଯାଇଥାଏ ।

ଏହାପରେ କଜ୍ୱଳ ଲାଗି କରାଯାଏ। ଶ୍ରୀଜୀଉମାନଙ୍କୁ ଭୋକ ହେବାରୁ ସ୍ନାନଯାତ୍ରା ପରେ ସେମାନେ ପ୍ରଥମ ଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି । ଏହାପରେ ଜନସାଧାରଣ ନବଯୌବନ ବେଶ ସହ ନିଜ ଆରାଧ୍ୟଙ୍କ ପ୍ରଥମ ଦର୍ଶନ ଲାଭ କରିଥାନ୍ତି । ଏପରି ମନୋରମ ବେଶ ଦର୍ଶନ ଅଭିପ୍ରାୟେ ନେତ୍ରମାନଙ୍କର ସମାଗମ ତଥା ଉତ୍ସବ କାରଣରୁ ଏହି ନୀତିକୁ ନେତ୍ରୋତ୍ସବ ମଧ୍ୟ କୁହାଯାଇଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+