Ratha Yatra: ତିନି ରଥ ପାଇଁ କେଉଁଠୁ ଆସେ କାଠ ? କଣ କହୁଛି କିମ୍ବଦନ୍ତୀ
Ratha Yatra: ମହାପ୍ରଭୁ କାଳିଆ ସାଆନ୍ତ । ବର୍ଷକୁ ଥରେ ରତ୍ନ ସିଂହାସନ ଛାଡି ଭକ୍ତଙ୍କ ଗହଣରେ ମାଉସୀମା' ଘରକୁ ନ' ଦିନ ପାଇଁ ଯାତ୍ରା କରନ୍ତି । ଏହି ଯାତ୍ରା ବାର ମାସରେ ତେର ପରବ ଭିତରେ ଘୋଷ ଯାତ୍ରା ତଥା ବିଶ୍ୱର ସବୁଠାରୁ ବଡ଼ ଯାତ୍ରା । ଯାହାକୁ ରଥଯାତ୍ରା ବୋଲି ସାଧାରଣରେ କୁହାଯାଏ । ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କୁ ସାଥୀରେ ନେଇ ତିନି ରଥରେ ବିରାଜମାନ ହୋଇ ମାଉସା ମା ଘରକୁ ଯାଇଥାନ୍ତି । ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ସହ ରଥ ଟାଣିବାକୁ ଉତ୍କଣ୍ଠାର ସହ ଅନେଇ ବସିଥାଏ ଭକ୍ତ ।

ତେବେ ଏହି ରଥଯାତ୍ରାର ଶୁଭାରମ୍ଭ ହୋଇଥାଏ ଅକ୍ଷୟ ତୃତୀୟା ଠାରୁ । ବିଶେଷ କରି ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ତିନି ରଥର କାମ ପାଇଁ ଅନୁକୂଳ କରାଯାଇଥାଏ । ପରେ ମହାରଣା ସେବାୟତ ମାନେ ରଥ କାମରେ ନିୟୋଜିତ ହୋଇ ଲାଗିପଡନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ । ତେବେ ସବୁଠୁ ବଡ଼ କଥା ହେଉଛି ରଥ ନିର୍ମାଣରେ ବ୍ୟବହାର କରାଯାଉଥିବା କାଠ ।
ପ୍ରତିବର୍ଷ ତିନି ରଥ ନୂଆକରି ନିର୍ମାଣ କରାଯାଏ । ବଡ଼ଦାଣ୍ଡରେ ସ୍ୱତନ୍ତ୍ର ରଥଖଳାରେ ନିର୍ମାଣ ହୁଏ ତିନି ରଥ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚିତ ତିନି ରଥ ପ୍ରସ୍ତୁତ ପାଇଁ ଏତେ କାଠ ଆସେ କେଉଁଠୁ । କେଉଁ କାଠ ବ୍ୟବହାର କରାଯାଏ । କେତେ କାଠ ବ୍ୟବହାର ହୋଇଥାଏ ଏମିତି ଅନେକ କିଛି ।
ପ୍ରଥମ କଥା ହେଉଛି ରାଜାରାଜୁଡ଼ା ସମୟରେ ରଥ ନିର୍ମାଣ ପୂର୍ବରୁ ରଥପାଇଁ ବ୍ୟବହୃତ କାଠ ସବୁ ନୟାଗଡ଼, ରଣପୁର ଓ ଦଶପଲ୍ଲା ଜଙ୍ଗଲରୁ ରାଜାମାନେ ସଂଗ୍ରହ କରି ମହାନଦୀରେ ଭେଳା କରି ପଠାଇଦେଉଥିଲେ। ଏହି କାଠ ସବୁ ନରାଜ ଦେଇ ଭାର୍ଗବୀ ନଦୀରେ ମାଳତୀପାଟପୁରରେ ପହଞ୍ଚୁଥିଲା। ଏବଂ ପରେ ଶଗଡ଼ ଗାଡ଼ିରେ କାଠ ପୁରୀ ଯାଇ ରଥ ଖଳା ରେ ପହଞ୍ଚାଯାଉଥିଲା ।
ଏବେ ରାଜତନ୍ତ୍ର ଲୋପ ପାଇବା ପରେ ଓଡ଼ିଶା ସରକାରଙ୍କ ଦ୍ଵାରା ନୟାଗଡ଼ ଜିଲ୍ଲାରୁ ଆସୁଥିବା ଫାଶୀ, ଅଶନ, ଧଉରା ଆଦି କାଠକୁ ଡି ଏଫ୍ ଓଙ୍କ ମାଧ୍ୟମରେ ପଠାଯାଉଛି । କାଠ ପଠାଯିବା ପୂର୍ବରୁ ଗଛ ନିକଟରେ ବିଧି ଅନୁଯାୟୀ ପୂଜା ହୋମ କରାଯାଇଥାଏ । ଏହା ପରେ ସରକାରୀ ଖର୍ଚ୍ଚରେ ଟ୍ରକ ରେ କାଠ ସବୁ ପୁରୀ ଯାଏ । ଯିବା ସମୟରେ ଟ୍ରକ ଟିରେ ଫୁଲମାଳ ଓ ନାଲିକନା ବନ୍ଧାଯାଇ ଘଣ୍ଟା ବାଦନ କରାଯାଏ । ଏବଂ ଏହାପରେ ପୁରୀ ଅଭିମୁଖେ ବାହାରିଥାଏ ଏହି କାଠ ।
ଖାଲି ନୟାଗଡ଼ ନୁହେଁ ରଥ ପାଇଁ ବ୍ୟବହୃତ ସବୁପ୍ରକାର କାଠ ପୁରୀ, କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ହୋଇଥିବା ଜଗନ୍ନାଥ ବନ ପ୍ରକଳ୍ପ ଜରିଆରେ ମଧ୍ୟ ଆସିଥାଏ। ଏବଂ ଏହି ତିନୋଟି ରଥର ନିର୍ମାଣ ପାଇଁ 12 ପ୍ରକାର ଗଛର କାଠ କୁ ବ୍ୟବହାର କରାଯାଏ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications