Ratha yatra 2024: କେଉଁଠୁ ଆସେ ରଥ ଦଉଡ଼ି ? ନାଗ-ନାଗୁଣୀ ଟାଣିଥାନ୍ତି ରଥ

Ratha yatra 2024: ବରଷକେ ଥରେ ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ଭକ୍ତଙ୍କ ସାଥୀରେ ଲୀଳାଖେଳା କରିବା ସହ ରଥରେ ବିରାଜମାନ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ । ବଡ଼ଦାଣ୍ଡରେ ତିନି ରଥକୁ ଟାଣି ନେବେ ଅଗଣିତ ଭକ୍ତ ।

ସାରା ବିଶ୍ୱରେ ଭକ୍ତ ଓ ଭଗବାନଙ୍କ ମିଳନର ଏଭଳି ବିରଳ ପରମ୍ପରାକୁ ବେଶ୍ ଧୂମଧାମରେ ପାଳନ କରନ୍ତି କାଳିପ୍ରେମୀ । ତେବେ ଏହି ରଥଯାତ୍ରା ବିଷୟରେ ରହିଛି କିଛି କିମ୍ବଦନ୍ତୀ । ତିନି ରଥ ଟାଣିବାକୁ ବ୍ୟବହୃତ ହୋଇଥାଏ ଦଉଡ଼ି । ଏହି ଦଉଡ଼ି କେଉଁଠୁ ଆସେ, କେତେ ଦଉଡ଼ି ଲାଗେ ସେ ବିଷୟରେ ଆମେ ଆପଣଙ୍କୁ ଦେବୁ କିଛି ସୂଚନା ।

Ratha rope

ରଥକୁ ଟାଣନ୍ତି ବିରାଟ ନାଗ ଓ ନାଗୁଣୀ !

ରଥରେ ଲାଗୁଥିବା ଦଉଡ଼ିର ଅନେକ ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି । ଶାସ୍ତ୍ର କହେ ତିନି ରଥକୁ ଦଉଡି ରୂପରେ ବିରାଟ ନାଗ ଓ ନାଗୁଣୀ ଟାଣି ନେଇ ଥାଆନ୍ତି । ଯାହାକି ସାଧାରଣ ଭକ୍ତଙ୍କ ଚର୍ମ ଚକ୍ଷୁରେ ଦେଖିବା ସମ୍ଭବ ନୁହେଁ । ମହାପ୍ରଭୁଙ୍କ ଚୂନରା ସେବାୟତଙ୍କ କହିବା ଅନୁସାରେ, ପ୍ରଭୁ ବଳଭଦ୍ରଙ୍କ ରଥକୁ ବାସୁକି ନାଗ, ଦେବୀ ସୁଭଦ୍ରାଙ୍କ ରଥକୁ ସ୍ଵର୍ଣ୍ଣଚୁଡ ନାଗ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକୁ ଶଙ୍ଖଚୁଡ ନାମକ ନାଗ ସ୍ବର୍ଗରୁ ଆସି ରଥ ଦଉଡ଼ି ଆକାର ଧାରଣ କରି ମହାପ୍ରଭୁଙ୍କ ରଥ ତ୍ରୟକୁ ଆଡ଼ପ ମଣ୍ଡପ ଅଭିମୁଖେ ଟାଣି ନେଇଥାନ୍ତି । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ, ଯେଉଁ ଭକ୍ତ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିଥାନ୍ତି ସେମାନେ 84 ଯୋନି ଜନ୍ମ ମୁକ୍ତି ଲାଭ କରିବା ଶହ ଅନେକ ପୁଣ୍ୟ ଲାଭ କରିଥାନ୍ତି ।

ଏହା ସହ ମହାପ୍ରଭୁଙ୍କ ରଥର ପ୍ରତ୍ୟେକ ଅଂଶକୁ ଦେବତା ଭାବେ ପରିଗଣିତ କରାଯାଏ । କୁହାଯାଏ ରଥଯାତ୍ରାରେ ବିଶାଳ ରଥକୁ ସାରଥୀ, ପାର୍ଶ୍ୱ ଦେବାଦେବୀ, ସଖୀ ମୂର୍ତ୍ତି ଆଦିରେ ଦେବତାମାନେ ରହି ରଥ ଗଢିବାରେ ସାହାଯ୍ୟ କରିଥାନ୍ତି । ଭକ୍ତ କେବଳ ରଥ ଟାଣିବା କାର୍ଯ୍ୟ କରିବା ନିମିତ୍ତ ମାତ୍ର । ମହାପ୍ରଭୁଙ୍କ ଇଚ୍ଛାରେ ନିର୍ମିତ ବିଶାଳ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗତି କରିଥାଏ ।

କେଉଁଠୁ ଆସେ ଦଉଡ଼ି ?

ରଥଯାତ୍ରା ପାଇଁ ଆବଶ୍ୟକ ହେଉଥିବା ଦଉଡ଼ି ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଥିବା ଓଡ଼ିଶା କତା ଶିଳ୍ପ ନିଗମ ଯୋଗାଇ ଆସୁଛି । ପ୍ରତିବର୍ଷ ତିନି ରଥ ପାଇଁ 14ଟି ଦଉଡି ଆସିଥାଏ । ପ୍ରତି ରଥରେ 4ଟି ଲେଖାଏଁ ଦଉଡ଼ି ରଥ ଟାଣିବା ପାଇଁ ବ୍ୟବହାର ହୋଇଥାଏ । 2ଟି ଦଉଡି ଅଧିକ ରଖାଯାଇଥାଏ । ଏହି ଦଉଡ଼ି ନିର୍ମାଣ ଶୈଳୀ ଅନ୍ୟ ଦଉଡ଼ି ଅପେକ୍ଷା ଭିନ୍ନ ଓ ସ୍ୱତନ୍ତ୍ର । ସମ୍ପୂର୍ଣ ନଡ଼ିଆ କତାରେ ଏହି ଦଉଡ଼ି ନିର୍ମାଣ ହୋଇଥାଏ । ହବିସାନ୍ନ କରି ଏହି ରଥର ଦଉଡି ନିର୍ମାଣ କରାଯାଏ । ପ୍ରତ୍ୟେକ ଦଉଡ଼ି 220 ଫୁଟ ଲମ୍ବ ଓ 8 ଇଞ୍ଚ ଗୋଲେଇ । ଏହା ବେଶ ଦୃଢ଼ ଓ ଶକ୍ତ ।

ତେବେ ପୂର୍ବରୁ ସୁଦୂର କେରଳରୁ କତା ଦଉଡ଼ି ରଥ ପାଇଁ ଆସୁଥିଲା । ଗତ 10 ବର୍ଷ ହେବ ତାହା ବନ୍ଦ ହୋଇ ଯାଇଛି । କେରଳ ପରିବର୍ତ୍ତେ ପୁରୀ ସାକ୍ଷୀଗୋପାଳରେ ଥିବା ଓଡ଼ିଶା କତା ନିଗମ ପ୍ରତିବର୍ଷ ନୁଆ ଦଉଡ଼ି ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଉଛନ୍ତି ।

ତିନି ରଥ ଦଉଡିର ନାଁ-

ଜଗନ୍ନାଥଙ୍କ ନନ୍ଦିଘୋଷ ରଥ - ଶଙ୍ଖଚୂଡ଼
ବଳଭଦ୍ରଙ୍କ ତାଳଧ୍ୱଜ ରଥ - ବାସୁକୀ
ସୁଭନ୍ଦ୍ରାଙ୍କ ଦର୍ପଦଳନ ରଥ - ସ୍ୱର୍ଣ୍ଣଚୂଡ଼

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+