Get Updates
Get notified of breaking news, exclusive insights, and must-see stories!

ଅଣସର ପିଣ୍ଡିରେ ମହାବାହୁ, ଆଜି ଲାଗି ହେବ ‘ଫୁଲୁରି ତେଲ'

Ratha Yatra: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବା ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଅଣସର ପିଣ୍ତିରେ ବିଜେ ମହାପ୍ରଭୁଙ୍କ ଜର ଭଲ କରିବା ପାଇଁ ଚାଲିଛି ଗୁପ୍ତନୀତି । ନୀଳାଦ୍ରୀ ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକମାନଙ୍କ ଦ୍ୱାରା ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା । ଏହିକ୍ରମରେ ପରମ୍ପରା ଅନୁସାରେ ଅଣସରର ଷଷ୍ଠ ଦିନରେ ଅର୍ଥାତ୍ ଆଜି ଜଗନ୍ନାଥଙ୍କୁ ଫୁଲୁରି ତେଲ ଲାଗି ହେବ ।

phuluri tela

ପୁରୀ ବଡ଼ ଓଡ଼ିଆ ମଠ ପକ୍ଷରୁ ଶ୍ରୀଜିଉଙ୍କ ପାଇଁ ପ୍ରସ୍ତୁତ ହୋଇଛି ଫୁଲୁରି ତେଲ । ଜ୍ୱର ଉପଶମ ପାଇଁ କାଲି ଶ୍ରୀଅଙ୍ଗ ଫିଟା ନୀତି ହୋଇଥିଲା । ଆଜି ତିନି ଠାକୁରଙ୍କର ଦେହରେ ଲାଗି ହେବ ଫୁଲୁରି ତେଲ ଫଳରେ ଜ୍ୱରରୁ ଆରୋଗ୍ୟ ହେବେ ଶ୍ରୀଜିଉ । ଏହି ପରମ୍ପରା ଅନାଦିକାଳରୁ ଚାଲି ଆସୁଛି ।

ଆଜି ମଧ୍ୟାହ୍ନ ଧୂପ ପରେ ବଡ ଓଡିଆ ମଠରୁ ଦୁଇଟି ମାଟି ହାଣ୍ଡିରେ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ଫୁଲୁରି ତେଲ ଆସିବ । ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯିବ । ଏହାପରେ ବଡ ଓଡିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥ ଶୋଭାଯାତ୍ରାରେ ମହୌଷଧୀଯୁକ୍ତ ଫୁଲୁରି ତେଲକୁ ନେଇ ଶ୍ରୀମନ୍ଦିର ବିଜେ କରିବେ । ନୀତି ଅନୁସାରେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କୁ ଫୁଲୁରି ତେଲକୁ ଲଗାଇ ମାଲିସ କରାଯାଏ । ଗୁପ୍ତ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହୋଇ ନବଯୌବନ ପ୍ରାପ୍ତ ହେବେ ମହାପ୍ରଭୁ ।

କିପରି ପ୍ରସ୍ତୁତ ହୁଏ ଫୁଲୁରି ତେଲ

ମହାପ୍ରଭୁଙ୍କୁ ଲାଗି ହେଉଥିବା 'ଫୁଲୁରି‌ ତେଲ' ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ପ୍ରସ୍ତୁତ ହୁଏ । ଏହି ତୈଳ ପାଇଁ ତିନିଟି ତିନି ସେରିକିଆ ମାଟି ଘଡ଼ି ବ୍ୟବହାର ହୋଇଥାଏ । ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ କରଯାଇଥାଏ । ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ବଡ଼ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ସ୍ବତନ୍ତ୍ର ଶୈଳୀ ବ୍ୟବହାର କରିଥାନ୍ତି । ଯାହା ଆଜି ପର୍ଯ୍ୟନ୍ତ ଗୋପନ ରଖାଯାଇଛି ।
ପ୍ରତିବର୍ଷ ହେରାପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟି ତଳେ ପୋତାଯାଏ । ପ୍ରାୟ ବର୍ଷେ ଧରି ମାଟି ତଳେ ରହିବା ପରେ ଏହି ମହୌଷଧୀକୁ ମାଟିରୁ ବାହାର କରାଯାଇଥାଏ । ପରେ କପଡ଼ାରେ ଛଣାଯାଇ ମାଟି ପାତ୍ରରେ ଶ୍ରୀମନ୍ଦିରକୁ ନିଆଯାଇଥାଏ । ଗାରଦରେ ଦାଖଲ ପରେ ଦଇତାପତି, ପତିମହାପାତ୍ର ସେବକମାନେ ଏହାକୁ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+