Get Updates
Get notified of breaking news, exclusive insights, and must-see stories!

ସୁସ୍ଥ ହେଲେ ମହାପ୍ରଭୁ, ଆଜି ହେବ ରାଜପ୍ରାସାଦ ବିଜେ ନୀତି

ପୁରୀ: ଅଣସର ଘରେ ଜ୍ୱରରେ ପୀଡ଼ିତ ମହାବାହୁ ସୁସ୍ଥ ହୋଇଛନ୍ତି । ୧୧ ଦିନ ଧରି ଗୁପ୍ତ ଉପଚାର ପରେ ସୁସ୍ଥ ହୋଇଛନ୍ତି । ଫୁଲୁରି ତେଲ ଏବଂ ଓଷ ଲାଗି ପରେ ମଙ୍ଗଳବାର ଖଳି ଲାଗି ଏକାଦଶୀ ଅବସରରେ ଠାକୁରେ ପର୍ବାବସ୍ଥାକୁ ଫେରିଛନ୍ତି । ଶୁକ୍ଳବସ୍ତ୍ର ପରିତ୍ୟାଗ କରି ମହାପ୍ରଭୁ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରିଛନ୍ତି । ଏହା ସହ ଆଜି ଅନବସରର ଦ୍ୱାଦଶୀ ତିଥି । ଆଜି ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି ।

shree mandir

ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦିଆଯିବ । ଦଇତା ସେବକ ଓ ପତି ସେବକମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ରୂପାଥାଳିରେ ଧରି ଶ୍ରୀନଅର ଆସି ଗଜପତିଙ୍କୁ ସୁସ୍ଥତାର ଖବର ଦେବେ । ଏହାକୁ ରାଜପ୍ରାସାଦ ବିଜେ ନୀତି କୁହାଯାଇଥାଏ । ଭୋଗମଣ୍ଡପ ଉଠିବା ପରେ ଏହି ଦ୍ୱାଦଶୀ ନୀତି ସମ୍ପନ୍ନ ହେବ । ଏକାଦଶୀରେ ଦଶମୂଳମୋଦକ ଲାଗି ପରେ ଚତୁର୍ଦ୍ଧାମୂର୍ତ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

ଅପରପକ୍ଷରେ ରଥଯାତ୍ରାକୁ ଆଉ ମାତ୍ର ୩ ଦିନ ରହିଲା । ରଥ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱକର୍ମା ମହାରଣାମାନେ ରଥ ନିର୍ମାଣରେ ଲାଗିପଡ଼ିଛନ୍ତି । ସେହିପରି ତିନି ରଥ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ରୂପକାର ସେବକ । ଆଜି ମହାରଣା ସେବକମାନେ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ପ୍ରତି କୋଣଗୁଡିକରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇବେ । ପରେ ତିନି ରଥରେ 'ହାତିଆଳ ମାଳ' ବା କାଠ ବଟନ୍ ଆଠଟି ଲେଖାଏଁ ବଡଧରା ପୋଟଳଠାରୁ ଦୁଆର ବେଢ଼ା ପର୍ଯ୍ୟନ୍ତ ଫିଟିଂ କରାଯିବ । ଏଥିସହ ତିନି ରଥର ସିଂହାସନ ବେଦୀ ନିର୍ମାଣ କାର୍ଯ୍ୟ ଶେଷ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+