ଆଜି ଭଉଁରୀ ଯାତ୍ରା, ହେବ ରଥ ଚକା ଡେରା ନୀତି

ଆଜି ଶ୍ରୀ ଜୀଉଙ୍କ ଭଉଁରୀ ଯାତ୍ରା । ବାହାର ଚନ୍ଦନ ଯାତ୍ରାର ଶେଷ ଦିନ । ରଥଖଳାରେ ଅନୁଷ୍ଠିତ ହେବ ଅଖଚକ ଡେରା ନୀତି । ଏନେଇ ଚଳଚଞ୍ଚଳ ହୋଇଛି ରଥଖଳା । ବାହାର ଚନ୍ଦନଯାତ୍ରାର ଶେଷ ଦିନରେ ପ୍ରଭୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ 21 ଘେରା ନୌକାବିହାର କରିବେ ।

ଗତକାଲି ବିରାଟ ଶୋଭାଯାତ୍ରାରେ ନରେନ୍ଦ୍ର ବିଜେ କରିଥିଲେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା । ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ, ପଞ୍ଚ ମହାଦେବ । ବଡଦାଣ୍ଡରରେ ଭଗବାନଙ୍କ ଦର୍ଶନ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ।

shree mandir

ବିଧି ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଅବସରରେ ପ୍ରତିରଥର ଦୁଇଟି ଚକ ସହ ଅଖ ସଂଯୋଗ ହୋଇ ଚକଡେରା ନୀତି ସମ୍ପନ୍ନ ହେବ । ଏଥିପାଇଁ ବିଶ୍ଵକର୍ମା ମହାରଣାମାନେ ଛଅଟି ଚକ ଓ ତିନୋଟି ଅଖକୁ ପ୍ରସ୍ତୁତ କରି ରଖିଛନ୍ତି। ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନିରଥର ଚକଡେରା ନୀତି ଅନୁଷ୍ଠିତ ହେବ। ସେପଟେ ଜିଲ୍ଲା ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପବିତ୍ର ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ରଥନିର୍ମାଣ ଅନୁକୂଳ ହୋଇଥିଲା। ଇତିମଧ୍ୟରେ ୧୮ଦିନରେ ପହଞ୍ଚିଛି ରଥନିର୍ମାଣ। ବିଶ୍ଵକର୍ମା ମହାରଣାମାନେ ୬ଟି ନାହାକା ଚକ ଓ ତିନୋଟି ଅଖ ପ୍ରସ୍ତୁତ କରି ରଖିଛନ୍ତି । ଶ୍ରୀମନ୍ଦିରରେ ସକାଳ ଧୂପ ବଢିବା ପରେ ତିନିବାଡର ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିବେ। ସେଠାରେ ଭୋଇ ସେବକମାନେ ଚକ ଅଖ ଡେରା ନୀତି ସମ୍ପନ୍ନ କରିବା ପରେ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କୁ ପୂଜାପଣ୍ଡା ସେବାୟତମାନେ ଆଜ୍ଞାମାଳ ପ୍ରଦାନ କରିବେ। ଏହାପରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+